Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଫୋବର୍ସ ଜାରିକଲା ଭାରତର Top-10 ଧନୀ ତାଲିକା : ପୁଣି ଶୀର୍ଷରେ ଅମ୍ବାନୀ, ଦ୍ବିତୀୟରେ ଆଦାନୀ, ତୃତୀୟରେ…

8/04/2021 at 6:11 PM

ନୂଆଦିଲ୍ଲୀ ୦୮/୦୪ : ଦୂରସଞ୍ଚାର କ୍ଷେତ୍ରରେ ଜିଓ ଭଳି ଉତ୍ପାଦନର ବଜାର ପ୍ରବେଶ କରାଇ କ୍ରାନ୍ତି ଆଣିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରମୁଖ ମୁକେଶ ଅମ୍ବାନୀ ପୁଣି ଥରେ ଧନୀ ନଂ ଓ୍ବାନ୍‌ ହୋଇଛନ୍ତି । ଫୋବର୍ସ ପକ୍ଷରୁ ଜାରି ଧଥନୀ ତାଲିକାରେ ମୁକେଶ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ସବୁଠୁ ଧନୀ ହୋଇଛନ୍ତି । ଚୀନର ଆଲୀବାବା ମୁଖ୍ୟ ଜ୍ୟାକ୍‌ ମା ଙ୍କୁପଛରେ ପକାଇ ଏସିଆର ଧନୀ ନମ୍ବର ଓ୍ବାନ ହୋଇଯାଇଛନ୍ତି ଅମ୍ବାନୀ । ମୁକେଶ ଅମ୍ବାନୀଙ୍କର ମୋଟ ସମ୍ପତ୍ତି ହେଉଛି ୮୪.୫ ଆରବ ଡଲାର ।

ଭାରତର ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୫୦.୫ ଆରବ ଡଲାର । ଆଦାନୀ ବିଶ୍ବର ୨୪ତମ ଧନୀ । HCL ଟେକ୍‌ନୋଲୋଜିର ଶିବ ନାଦର ଭାରତର ୩ୟ ଧନୀ ବ୍ୟକ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୨୩.୫ ଆରବ ଡଲାର । ଧନୀ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି ଡି-ମାର୍ଟର ପ୍ରମୁଖ ରାଧାକିଶନ ଦମାନୀ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୬.୫ ଆରବ ଡଲାର ରହିଛି । ୫ମ ସ୍ଥାନରେ ଅଛନ୍ତି ଉଦୟ କୋଟାକ୍‌ । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫.୯ ଆରବ ଡଲାର ।

ଭାରତର ଧନୀ ତାଲିକାର ୬ଷ୍ଠ ସ୍ଥାନରେ ଅଛନ୍ତି ଲକ୍ଷ୍ମୀ ନିବାସ ମିତ୍ତଲ । ତାଙ୍କର ମୋଟ ୧୪.୯ ଆରବ ଡଲାରର ସମ୍ପତ୍ତି ରହିଛି । ୭ମ ସ୍ଥାନରେ ଅଛନ୍ତି ଆଦିତ୍ୟ ବିର୍ଲାର ପ୍ରମୁଖ କୁମାର ମଙ୍ଗଳମ ବିର୍ଲା । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨.୮ ଆରବ ଡଲାର । ଧନୀ ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦର ପୁନାଓ୍ବାଲା । ତାଙ୍କ କମ୍ପାନୀ ବିଶ୍ବର ସବୁଠାରୁ ବଡ ଭ୍ୟାକସିନ କମ୍ପାନୀ । ପୁନାଓ୍ବାଲାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨.୭ ଆରବ ଡଲାର । ସେହିଭଳି ଦିଲ୍ଲୀପ ସଙ୍ଗଭୀ ଭାରତୀୟ ଧନୀ ତାଲିକାର ୯ମ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ୧୦.୯ ଆରବ ଡଲାର ରହିଛି । ଭାରତୀୟ ଧନୀ ତାଲିକାର ୧୦ମ ତଥା ଅନ୍ତିମ ସ୍ଥାନରେ ଅଛନ୍ତି ଭାରତୀ ଏୟାରଟେଲ ପ୍ରମୁଖ ସୁନୀଲ ଭାରତୀ ମିତ୍ତଲ । ତାଙ୍କ ପରିବାରର ମୋଟ ସମ୍ପତ୍ତିର ମୂଲ୍ୟ ୧୦.୫ ଆରବ ଡଲାର ରହିଛି ।

   Related Posts