୧୯୯୪ରେ ୨,୨୪୨ ଟଙ୍କାର ଭୁଲ୍ ଚେକ୍‌କୁ ନିଜ ପାଖରେ ରଖି ଦେଲେ, ଏବେ ୫୫ ଲକ୍ଷ ଟଙ୍କା ଗଣିବେ ବ୍ୟକ୍ତି

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬।୦୯: ୧୯୯୪ ମସିହାରେ ଭୁଲରେ ନିଜ ପାଖକୁ ଚାଲି ଆସିଥିବା ୨,୨୪୨.୫୦ ଟଙ୍କାର ଚେକ୍‌କୁ ନେଇ ଆକାଉଣ୍ଟ ଖୋଲିବା ଏବଂ ଉକ୍ତ ଅର୍ଥକୁ ନଗଦରେ ପରିଣତ କରିବା ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କୁ ଏବେ ୫୫ ଲକ୍ଷ ଟଙ୍କା ଗଣିବାକୁ ପଡିଛି।

ସୁପ୍ରିମକୋର୍ଟ ତଣ୍ଡ ଗଣୁଥିବା ମହେନ୍ଦ୍ର କୁମାର ଶାରଦାଙ୍କ ବିରୋଧରେ ଅପରାଧିକ ମାମଲା ଉପରେ ବିଚାର କରିବାକୁ ସହମତି ପ୍ରକାଶ କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଶାରଦା ୫୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ବି ଦୁଇ ଦଶନ୍ଧି ଧରି ନ୍ୟାୟିକ ପ୍ରକ୍ରିୟା ବିଳମ୍ବ କରିଥିବା କାରଣରୁ ଜୋରିମାନା ଭାବେ ୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇନାହାନ୍ତି। ଶାରଦାଙ୍କ ଅନୁଯାୟୀ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଅନୁସାରେ ୧୯୯୨ ପର୍ଯ୍ୟନ୍ତ ଅଭିଯୋଗକାରୀ ମାହେଶ୍ଵରୀ ସେ ଏକ ପ୍ରବନ୍ଧକ  ଭାବେ କାମ କରୁଥିଲେ। ମାହେଶ୍ଵରୀ ଦିଲ୍ଲୀ ଷ୍ଟକ ଏକ୍ସଚେଞ୍ଜର କର୍ମଚାରୀ।

ମାହେଶ୍ଵରୀ ଶାରଦାଙ୍କ ବିରୋଧରେ ୧୯୯୭ରେ ଥାନାରେ ମାମଲା ରୁଜୁ କରିଥିଲେ।  ଅଭିଯୋଗ ଅନୁଯାୟୀ କମିସନ ଓ ଦଲାଲିର ୨୨୪୨.୫୦ ଟଙ୍କାର ଏକ ଚେକ୍ କୌଣସି ପ୍ରକାରେ ଶାରଦାଙ୍କ ହାତରେ ପହଞ୍ଚିଥିଲା। ଏହା ପରେ ଶାରଦା ମାହେଶ୍ଵରୀଙ୍କ ଫର୍ମ ନାମରେ ଏକ ବ୍ୟାଙ୍କ ଖାତା ଖୋଲିଥିଲେ।

ଶାରଦା ଜାଲିଆତି ଏବଂ ହେରଫେର ଅଭିଯୋଗ ସାମ୍ନା କରିଥିଲେ, ମାତ୍ର ପରେ ଏହାର ସମାଧାନ ପାଇଁ ରାଜି ହୋଇଥିଲେ। କିନ୍ତୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଚଳିତ ବର୍ଷ ଜୁଲାଇରେ ଶାରଦାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଯୁକ୍ତିଯୁକ୍ତ ଦର୍ଶାଇଥିଲେ ଏବଂ ଶାରଦା ଗମ୍ଭୀର ଭୁଲ କରିଥିବା କହିଥିଲେ।

ଏହା ପରେ  ଶାରଦା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଅଭିଯୋଗକାରୀଙ୍କୁ ୨୨୪୨.୫୦ ଟଙ୍କାର ଚେକ୍‌  ବଦଳରେ ୫୦ ଲକ୍ଷ ଟଙ୍କା ଦେଇ ମାମଲାର ସମାଧାନ କରିବେ ବୋଲି ଶାରଦା କୋର୍ଟରେ କହିଥିଲେ। ବିଚାରପତି ସଞ୍ଜୟ କେ କାଉଲଙ୍କ ପୀଠ ଶାରଦା ପ୍ରଶ୍ନ କରିଥିଲେ ଯେ ଏହି କେସକୁ ସମାଧାନ ନକରି ଦୁଇ ଦଶନ୍ଧି ଧରି କଣ ପାଇଁ କୋର୍ଟର ସମୟକୁ ବରବାଦ କରିଛନ୍ତି। ପୂର୍ବରୁ ମଧ୍ୟ ଏହି କେସ୍‌ କୋର୍ଟକୁ ଯାଇଛି। ତେବେ କଣ ପାଇଁ ନ୍ୟାୟିକ ପ୍ରକ୍ରିୟାରେ ଏହାର ସମାଧାନ ନକରି ଏତେ ସମୟ ଗଡାଇ ଚାଲିଛନ୍ତି।

ଶାରଦାଙ୍କ ଓକିଲ ଅଦାଲତରେ କହିଛନ୍ତି ଦୁଇ ଦଶନ୍ଧି ଧରି ସେମାନେ ନ୍ୟାୟିକ ସମୟର ସଦୁପଯୋଗ କରିଛନ୍ତି ଏବଂ ଏବେ କେବଳ ସେମାନେ କେସକୁ ବନ୍ଦ କରିବାକୁ ଦାବି କରୁଛନ୍ତି। ଏହା ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଏକ ବ୍ୟକ୍ତିଗତ ମାମଲା। ପୀଠ କହିଛନ୍ତି ଏମିତି କହି ଦେଲେ ଯାଚିକା ଖାରଜ ହୋଇ ଯିବନି। କିନ୍ତୁ ଶାରଦା ଦୀର୍ଘ ବର୍ଷ ଧରି ନ୍ୟାୟିକ ସମୟକୁ ଅପଚୟ କରିଥିବାରୁ ଏହାର ଭରଣା କରିବେ।

ଏହା ପରେ ଶାରଦା ନ୍ୟାୟିକ ସମୟ ଏବଂ ପ୍ରକ୍ରିୟାର ଦୁରୁପଯୋଗ କରିଥିବାରୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଦେବାକୁ ସହମତି ହୋଇଛନ୍ତି। ଏହି ପରି ଶାରଦାଙ୍କୁ ୨,୨୪୨.୫୦ ଟଙ୍କାର ଚେକ୍‌ ପାଇଁ ଅଭିଯୋଗକାରୀଙ୍କୁ ୫୦ ଲକ୍ଷ ଟଙ୍କା ସହ ମୋଟ୍ ୫୫ ଲକ୍ଷ ଟଙ୍କା ଗଣିବାକୁ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.