Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଓଜନ କମାଇବାକୁ ଚାହୁଁଛନ୍ତି କି : ତେବେ ଜଳଖିଆରେ ଖାଆନ୍ତୁ ଗଜାଜାତୀୟ ଖାଦ୍ୟ

6/03/2019 at 1:31 PM

ଅଙ୍କୁରିତ କିମ୍ବା ଗଜାଜାତୀୟ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଗଜାଜାତୀୟ ଖାଦ୍ୟ ପୋଷକ ତତ୍ତ୍ବରେ ଭରି ରହିଥାଏ। ସୁସ୍ଥ ରହିବା ପାଇଁ ଗଜାଜାତୀୟ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ଗଜାଜାତୀୟ ଖାଦ୍ୟ ଖାଇବା ଦ୍ବାରା ଦୁର୍ବଳତା ଦୂର ହୋଇଥାଏ। ଗଜାଜାତୀୟ ଖାଦ୍ୟ ଏକ ପ୍ରାକୃତିକ ପୁଷ୍ଟିସାରଜାତୀୟ ଖାଦ୍ୟ ହୋଇଥାଏ। ଏହାର କୈାଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ନାହିଁ। ଏହା ବ୍ୟତୀତ ମଧ୍ୟ ଏହାର ଅନେକ ଫାଇଦା ରହିଛି।


ସକାଳେ ଜଳଖିଆରେ ପେଟ ଭର୍ତ୍ତି ଖାଇବା ଉଚିତ୍। ଯଦି ଆପଣ ସକାଳ ଜଳଖିଆରେ ଗଜାଜାତୀୟ ଖାଦ୍ୟ ଖାଇବେ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। କେବଳ ଏତିକି ନୁହେଁ ଯଦି ଆପଣ ସୋୟାବିନ୍, କଳା ଚଣା,ମୁଗ ଡାଲି,ବିରି ଆଦି ଗଜା କରି ଖାଇବେ ତେବେ ଏଥିରେ ଥିବା ପୋଷକ ତତ୍ତ୍ବର ମାତ୍ରା ୨ଗୁଣ ବଢ଼ିଯିବ।


ଅଙ୍କୁରିତ ଖାଦ୍ୟ ଖାଇବା ଦ୍ବାରା ପେଟ ସମସ୍ୟା ଦୂର ହୋଇଥାଏ। ଫାଇବର ଯୁକ୍ତ ଗଜାଜାତୀୟ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କ ପାଚନ କ୍ରିୟା ଭଲ ଭାବେ ସମ୍ପାଦିତ ହୋଇଥାଏ।


ଗଜାଜାତୀୟ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍ ଏ,ବି,ସି ଏବଂ ଇ ପ୍ରଚୁର ପରିମାଣରେ ରହିଥାଏ। କେବଳ ଏତିକି ନୁହେଁ ଏଥିରେ ଫସଫରସ୍,ଆଇରନ୍, କ୍ୟାଲସିୟମ୍,ଜିଙ୍କ,ମ୍ୟାଗ୍ନେସିୟମ୍ ଭଳି ପୁଷ୍ଟିସାର ଥାଏ।


ଏଥିରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ରହିଥାଏ। ଯାହା ଶରୀରକୁ ମଜବୁତ ରଖିଥାଏ ଏବଂ ରୋଗମୁକ୍ତ ରଖିଥାଏ।


ଗଜାଜାତୀୟ ଖାଦ୍ୟରେ କ୍ୟାଲୋରୀ ବହୁତ କମ୍ ଥାଏ ଯାହା ମୋଟା ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଓଜନ ମଧ୍ୟ କମାଇଥାଏ। ଏହା ମେଦବହୁଳତାକୁ ରୋକିଥାଏ।

   Related Posts