ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ : ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ, ସେପଟେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

Published By : Prameya-News7 Bureau | September 28, 2020 IST

ଭୁବନେଶ୍ୱର, ୨୮ ।୦୯:  ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ । ଏଥର ସଂସଦୀୟ ଢଞ୍ଚାରେ ବସୁଥିବା ଅଧିବେଶନ ଲାଗି ସବୁ ପ୍ରସ୍ତୁତି ସରିଛି । କୋଭିଡ କଟକଣା ଭିତରେ ସାମାଜିକ ଦୂରତା ରଖି ଗୃହ କାଯ୍ୟ ଚାଲିବ ।  ସ୍ବଳ୍ପ ଦିନର ଅଧିବେଶନ ହେଲେ ବି ବିଭିନ୍ନ ପ୍ରସଙ୍ଗରେ ମୁହାଁ ମୁହିଁ ହେବେ ବିରୋଧୀ ଓ ଶାସକ। ବିରୋଧୀ ବିଜେପି ଓ କଂଗ୍ରେସ  ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀଙ୍କୁ ଜବାବ ଦେବାକୁ ବିଜେଡି ବିଧାୟକ ଦଳରେ ପ୍ରସ୍ତୁତ ହୋଇଛି ପ୍ଲାନ । ସେପଟେ  ଆଜି ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦେଶକ ।

{"id":335835,"sizeSlug":"large"}

କାଲିଠୁ କମ୍ପିବ ବିଧାନସଭା । ଗୃହରେ ମୁହାଁ ମୁହିଁ ହେବ ବିରୋଧୀ ଓ ଶାସକ । ମୌସୁମୀ ଅଧିବେଶନ ଏଥର ସଂସଦୀୟ ଢାଞ୍ଚାରେ ହେଉଛି । ସ୍ପଳ୍ପ ଦିନର ଅଧିବେଶନ ହେଉଥିଲେ ବି ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରଙ୍କୁ ଘରିବାକୁ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତି ହୋଇଛି ରଣନୀତି । ରାଜ୍ୟରେ କୋଭିଡ ପରିଚାଳନାରେ ଅନିୟମିତତା, ମନୁଷ୍ୟକୃତ୍ୟ ଘାଇ ସୃଷ୍ଟି ହେବା, ବର୍ଦ୍ଧିତ ବିଦ୍ୟୁତ ବିଲ୍, ବଗଲା ଧର୍ମଶାଳା ଜମି ପ୍ରସଙ୍ଗ, ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ନମିଳିବା, ଆଇନ ଶୃଙ୍ଖଳା ସହ କଂଗ୍ରେସ ଓ ବିଜେଡି କୃଷି ବିଲକୁ ସମର୍ଥନ ନଦେବା ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । କଂଗ୍ରେସ ବି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି । କୋଭିଡ ନିୟନ୍ତ୍ରଣ ପରିଚଳନାରେ ଅବ୍ୟବସ୍ଥା, ବିଜୁଳି ତାରିଫ ବଢିବା, କୃଷି ସମସ୍ୟା, ଶିକ୍ଷା ସମସ୍ୟା ସାଙ୍ଗକୁ ବିଶ୍ବବିଦ୍ୟାଳୟ ଅର୍ଡିନାନ୍ସ ପ୍ରସଙ୍ଗ ବି ଉଠାଇକୁ ପ୍ରସ୍ତୁତ ହୋଇଛି ଦଳ । ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ବିଜେଡି ବି ପ୍ରସ୍ତୁତି କରିଛି ।  ବିରୋଧୀଙ୍କୁ ଜବାବ ଦେଇ କିପରି କାଉଣ୍ଟାର ଆଟାକ କରିହେବ ସେନେଇ ବିଧାୟକ ଦଳ ବୈଠକରେ  ରଣନୀତି ସ୍ଥିର ହୋଇଛି । କେନ୍ଦ୍ର ସରକାରଙ୍କ ଠାରୁ ଜିଏସ୍‌ଟି ବକେୟା ଅର୍ଥ ନମିଳିବା ଉପରେ ଏଥର ଦଳ ଅଧିକ ଫୋକସ୍‌ କରିବ ।

{"id":335836,"sizeSlug":"large"}

କୋଭିଡ୍‌ କଟକଣା ଭିତରେ ବସୁଥିବା ମୌସୁମୀ ଅଧିବେଶନ ଲାଗି ବିଧାନସଭା ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ହେଉଛି ପୋଲିସ ଡିଜି ଅଭୟଙ୍କ ବିଧାନସଭା ସୁରକ୍ଷାର ଯାଞ୍ଜ । ବିଧାନସଭା ଅଧିବେଶନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭା ବାହାର ଗେଟର ସୁରକ୍ଷା ଦାୟିତ୍ବ କମିଶନରେଟ ପୋଲିସକୁ ଦିଆଯାଇଛି । କୋଭିଡ ନିୟମାବଳୀକୁ ଦୃଷ୍ଟିରେ ରଖି ବିଧାନସଭା ସୁରକ୍ଷା ବ୍ୟବସ୍ଥାରେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । କରୋନାରୁ ସୁସ୍ଥ ହୋଇ ଫେରିଥିବା ୩ ହଜାରରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କୋଭିଡକୁ ନଜରରେ ରଖି ଚଳିତ ଅଧିବେଶନରେ ବିଧାନସଭା ଆଗରେ ଗାନ୍ଧି ମାର୍ଗରେ  ଧାରଣା ପାଇଁ ଅନୁମତି ନାହିଁ । ଏହାସହ ବିକ୍ଷୋଭ ଓ ଧାରଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଏଡିଜି, ପୋଲିସ କମିଶନର,ଭୁବନେଶ୍ବର ଡିସିପି  ପ୍ରମୁଖଙ୍କ ଉପସ୍ଥିତିରେ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦେଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.