୨୦୦୦ଟଙ୍କାର ନୋଟ ରଖିଥିବା ଲୋକଙ୍କ ପାଇଁ ଖରାପ ଖବର

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ ୧୭/୧୦: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁସାରେ ୨୦୦୦ଟଙ୍କାର ନୋଟ୍ ଛପିବା ବନ୍ଦ ହୋଇଯାଇଛି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ଏହି ଆର୍ଥିକ ବର୍ଷରେ ୨୦୦୦ଟଙ୍କାର ନୋଟ୍ ଛପାଯାଇନାହିଁ।

୨୦୧୬-୧୭ ଆର୍ଥିକ ବର୍ଷରେ ୨୦୦୦ଟଙ୍କାର ୩,୫୪୨,୯୯୧ ମିଲିୟନ ନୋଟ ଛପାଯାଇଥିଲା। ଏହା ପରେ ଆସନ୍ତା ବର୍ଷ ୧୧୧.୫୦୭ମିଲିୟନ୍ ନୋଟ ଛପାଯାଇଥିଲା। ୨୦୧୮-୧୯ରେ ଛପା ଯାଇଥିବା ନୋଟର ମୋଟ ୪୬,୬୯୦ମିଲିୟନ୍ ନୋଟ ଛପାଯାଇଥିଲା।

୨୦୦୦ଟଙ୍କା ନୋଟର ସର୍କୁଲେସନ କମିଯାଇଛି। ୨୦୧୮ମାର୍ଚ୍ଚରେ ୩,୩୬୩ମିଲିୟନ ହାଇ ଭାଲ୍ୟୁ ନୋଟ ଚାଲୁଥିଲା ଯାହା ହ୍ରାସ ପାଇ ୨୦୧୯ରେ ୩,୨୯୧ ମିଲିୟନ ହୋଇଯାଇଛି।

ଏହା ବ୍ୟତୀତ ବଡ଼ ବଡ଼ ନୋଟ୍ ଚାଲିବା ଫଳରେ କଳା ବଜାରୀ ମଧ୍ୟ ବଢ଼ିଥାଏ। ଏହା ବନ୍ଦ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ଚାଲାଣ ଏବଂ ବେଆଇନ୍ କାମ ବନ୍ଦ କରାଯାଇପାରିବ।

ରିଜର୍ଭ ବ୍ୟାଙ୍କ ତରଫରୁ ଏପରି କୌଣସି ଖବର ଆସିନାହିଁ ଯେ ୨୦୦୦ଟଙ୍କାର ନୋଟ୍ ବନ୍ଦ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.