ଏହି କାରଣରୁ ନିଜ ପତ୍ନୀଙ୍କୁ ତ୍ୟାଗ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
6/02/2019 at 9:38 AM

ନୂଆଦିଲ୍ଲୀ ୬|୨: ଦେଶ ତଥା ବିଦେଶର ଲୋକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲଭାବେ ଜାଣିଛନ୍ତି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆସନ ଅଂଳକୃତ କରିବା ପୂର୍ବରୁ ନିଜ ପତ୍ନୀଙ୍କୁ ଛାଡିଦେଇଥିଲେ । ଏକଥା ମଧ୍ୟ ସମସ୍ତେ ଜାଣିଥିବେ । ଏମିତିରେ ବହୁତ କମ୍ ଲୋକ ଜାଣିଥିବେ ଯେ ମୋଦି କାହିଁକି ଏମିତି କରିଥିଲେ । ତେବେ ଆସନ୍ତୁ ଜାଣିବା ସେ ଏମିତି କାହିଁକି କରିଥିଲେ ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈବାହିକ ଜୀବନ ସଂପର୍କରେ ତାଙ୍କ ଭାଇ ବଡ ଖୁଲାସା କରିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ନିଜ ପତ୍ନୀଙ୍କୁ କାହିଁକି ଛାଡିଦେଲେ ଏବଂ କାହିଁକି ସେ ଏବେ ତାଙ୍କ ସହ ରହୁନାହାନ୍ତି ।

ଆପଣ ସମସ୍ତେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୁଜୁରାଟୀ ପରିବାର ସହ ସଂପର୍କ ରହିଛି । ଗୁଜୁରାଟ ସହ ତାଙ୍କର ସ୍ମରଣୀୟ ସ୍ମୃତି ଯୋଡିହୋଇ ରହିଛି । ଗୁଜୁରାଟରେ ତାଙ୍କ ମାଆ ଓ ବାପା ରହୁଥିଲେ । ଗୁଜୁରାଟରେ ହିଁ ତାଙ୍କର ଜନ୍ମ ହୋଇଥିଲା । ନରେନ୍ଦ୍ର ମୋଦିଙ୍କୁ ଯେତେବେଳେ ୧୭ବର୍ଷ ହୋଇଥିଲା ତାଙ୍କର ବିବାହ ଯଶୋଦା ବେନ୍ଙ୍କ ସହ ହୋଇଥିଲା । ଯେତେବେଳେ ମୋଦିଙ୍କ ସହ ଯଶୋଦାଙ୍କର ବିବାହ ହୋଇଥିଲା ସେତେବେଳେ ଯଶୋଦାଙ୍କୁ ୧୫ବର୍ଷ ବୟସ ହୋଇଥିଲେ । ସେତେବେଳେ ପାଠପଢାକୁ ଏତେ ଗୁରୁତ୍ବ ମଧ୍ୟ ଦିଆଯାଉନଥିଲା । କମ୍ ବୟସରେ ଝିଅ ମାନଙ୍କର ବିବାହ କରିଦିଆଯାଉଥିଲା । ବିବାହ କରି ଝିଅମାନେ ଘର ସଂସାର ସମ୍ଭାଳୁଥିଲେ । ଯେତେବେଳେ ମୋଦିଙ୍କ ସହ ଯଶୋଦାଙ୍କର ବିବାହ ହୋଇଥିଲେ ସେତେବେଳେ ଉଭୟ ନାବାଳିକ ଥିଲେ । ବିବାହ ପରେ ମାତ୍ର ତିନି ବର୍ଷ ନିଜ ପତ୍ନୀଙ୍କ ସହ ରହିଥିଲେ ମୋଦି । ୩ବର୍ଷ ପରେ ସେ ତାଙ୍କୁ ପତ୍ନୀଙ୍କୁ ଛାଡି ଚାଲିଯାଇଥିଲେ ।

ଏ ସଂପର୍କରେ କହିବା ସହ ନରେନ୍ଦ୍ର ମୋଦିଙ୍କ ଭାଇ କହିଛନ୍ତି ଯେ ମୋଦି ନିଜର ସାଂସାରିକ ସୁଖ ତ୍ୟାଗ କରି ଦେଶ ପାଇଁ ନିଜ ଜୀବନ ସମର୍ପଣ କରିବା ପାଇଁ ନିର୍ଣ୍ଣୟ ନେଇ ସାରିଥିଲେ । ତେବେ ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କୁ ଛାଡି ଦେଶ ପାଇଁ ଜୀବନ ଉତ୍ସର୍ଗୀକୃତ କରିଛନ୍ତି ।