Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏହି ଭୁଲ୍ ପାଇଁ ସୋନାଲି ବେନ୍ଦ୍ରେଙ୍କୁ ହୋଇଥିଲା କ୍ୟାନସର : ଭୁଲରେ ଏପରି କରନ୍ତୁ ନାହିଁ

31/12/2018 at 3:14 PM

ମୁମ୍ବାଇ ୩୧/୧୨: ଅତ୍ୟନ୍ତ ଦୁଃଖର ବିଷୟ ଆମ ପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସର ଭଳି ମାରାତ୍ମକ ରୋଗର ଆକ୍ରାନ୍ତ। ସାରା ଦେଶ ତାଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଯେବେଠାରୁ ଏହି କଥା ଜଣା ପଡ଼ିଛି ସୋନାଲି ବେନ୍ଦ୍ରେଙ୍କ ଫ୍ୟାନମାନେ ଦୁଃଖରେ ଅଛନ୍ତି।

ଆଜି ଆମେ ଜାଣିବା ସୋନାଲି ଏପରି କେଉଁ ଭୁଲ୍ କରିଥିଲେ ଯାହା ଦ୍ବାରା ତାଙ୍କ କ୍ୟାନସର ଲାଷ୍ଟ ଷ୍ଟେଜରେ ପହଂଚିଥିଲା । ଏହି ରୋଗ ହେଲେ ଅତ୍ୟଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହା ଦ୍ବାରା ପିଠିରେ ଯନ୍ତ୍ରଣା ହୋଇଥାଏ। ଏହା ବ୍ୟତୀତ ବାରମ୍ବାର ପେଟ ଫୁଲିବା ସମସ୍ୟା ମଧ୍ୟ ଦେଖାଯାଇଥାଏ।

ସୋନାଲି ଏହିସବୁକୁ ଧ୍ୟାନ ଦେଇନଥିଲେ। ସେ କେବେ ଭାବିନଥିଲେ ଯେ ତାଙ୍କୁ କ୍ୟାନସର ହେବ। ତାଙ୍କୁ ଯନ୍ତ୍ରଣା ହେବା ସତ୍ତ୍ବେ ସେ ଏହାକୁ ନଜରଅନ୍ଦାଜ କରିଥିଲେ ଏବଂ ଏହି ରୋଗ ବ୍ୟାପି ଭୟଙ୍କର ହୋଇଯାଇଥିଲା।

ଆପଣଙ୍କୁ ଅନୁରୋଧ ଯେ ଶରୀରରେ ଛୋଟ ଛୋଟ ସମସ୍ୟା ଦେଖାଗଲେ ମଧ୍ୟ ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ। ନଚେତ୍ ରୋଗଗୁଡ଼ିକ ବଢ଼ିଯାଇ ମାରାତ୍ମକ ରୂପ ନେଇଥାଏ।

   Related Posts