Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଏହି ୪ଟି କାରଣ ଯୋଗୁଁ ଭାଙ୍ଗିଲା ଟିମ ଇଣ୍ଡିଆର ରେକର୍ଡ : ଇଂଲଣ୍ଡ ଠାରୁ ହେଲା ପରାସ୍ତ

1/07/2019 at 4:30 PM

ୱାର୍ମିଙ୍ଗହାମ ୧/୬୭ : ୱାର୍ମିଙ୍ଗହାମରେ ଖେଳାଯାଇଥିବା ୩୮ତମ ମ୍ୟାଚରେ ଇଂଲଣ୍ଡ ଟିମ ଭାରତକୁ ପରାସ୍ତ କରିଛି । ଚଳିତ ବିଶ୍ୱକପରେ ଏହା ଟିମ ଇଣ୍ଡିଆର ପ୍ରଥମ ପରାଜୟ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଇଂଲଣ୍ଡ ୫୦ ଓଭରରେ ୭ଟି ୱିକେଟ ହରାଇ ୩୩୭ ରନ କରିଥିଲା । ଇଂଲଣ୍ଡ ଶେଷ ୧୦ ଓଭରରେ ୯୨ ରନ କରିଥିଲା । ଭାରତ ୫୦ ଓଭରରେ ୫ଟି ଉଇକେଟ ହରାଇ ୩୦୬ ରନ କରିଥିଲା ।

ଏହି ମ୍ୟାଚରେ ଯେସନଙ୍କ ଆଉଟ ହେବାରୁ ଡିଆରଏସ ଲାଗିନଥିଲା । ଯାହା ଟିମ ଇଣ୍ଡିଆ ପାଇଁ ବହୁତ ମହଙ୍ଗା ପଡିଥିଲା । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପଞ୍ଚମ ବଲରେ ଯେସନଙ୍କ ଗ୍ଳୋଭସ୍ୱରେ ବଲ ଲାଗି ଧୋନିଙ୍କ ପାଖକୁ ଯାଇଥିଲା । ଏହାପରେ ଉଭୟ ପାଣ୍ଡ୍ୟା ଓ ଧୋନି କ୍ୟାଚ ଆଉଟ ପାଇଁ ଅପିଲ କରିଥିଲେ । କିନ୍ତୁ ଅମ୍ପାୟାର ଏହାକୁ ୱାଇଡ କରିଦେଇଥିଲେ । 

ଏହାପରେ କୋହଲି ଧୋନିଙ୍କ କଥାବାର୍ତ୍ତା କରିଥିଲେ ଏବଂ ଧୋନିଙ୍କ ପରାମର୍ଶକ୍ରମେ ଡିଆରଏସ ନେଇନଥିଲେ । କିନ୍ତୁ ପରେ ଜଣାପଡିଥିଲା ବଲ ଜେଏସନଙ୍କ ଗ୍ଳୋଭସ୍ୱକୁ ଛୁଇଁ ଧୋନିଙ୍କ ହାତକୁ ଯାଇଥିଲା । କୋହଲି ଯଦି ରିଭ୍ୟୁ ନେଇଥାନ୍ତେ ତାହେଲେ ଇଂଲଣ୍ଡର ଏହି ଖେଳାଳି ଆଉଟ ହୋଇଥାନ୍ତେ । ସେତେବେଳେ ଯେସନ ୨୧ ରନରେ ଖେଳୁଥିଲେ । ଏହାପରେ ଯେସନ ୬୬ ରନ କରିଥିଲେ ।

ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଟିମ ଇଣ୍ଡିଆ ପାଇଁ ମହଙ୍ଗା ପ୍ରମାଣିତ ହେଲେ । ୟୁଜବେନ୍ଦ୍ର ଏହି ମ୍ୟାଚରେ ଗୋଟିଏ ବି ୱିକେଟ ନନେଇ ୧୦ ଓଭରରେ ୮୮ ରନ ଦେଇଥିଲେ । କୁଲଦୀପ ମଧ୍ୟ ୧୦ ଓଭରରେ ୭୨ ରନ ଦେଇଥିଲେ ।

ଟିମ ଇଣ୍ଡିଆର ଓପନିଂ ଯୋଡି ଫେଲ ହୋଇଯାଇଥିଲା । ରୋହିତ ଏବଂ ରାହୁଲଙ୍କ ଯୋଡି ଖୁବ ଶୀଘ୍ର ଭାଙ୍ଗି ଯାଇଥିଲା । ରୋହିତ ଶତକ କରିଥିବାବେଳେ ରାହୁଲ ଶୂନ୍ ରନରେ ଆଉଟ ହୋଇଗଲେ । ଇଂଲଣ୍ଡ ଫିଲ୍ଡିଂ ସମୟରେ ରାହୁଲ ଆହତ ହୋଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ବ୍ୟାଟିଂ ଦେବା ଟିମ ଇଣ୍ଡିଆ ପାଇଁ ମହଙ୍ଗା ପ୍ରମାଣିତ ହେଲା । 

ଶେଷ ୧୦ ଓଭରରେ ଯେତେବେଳେ ରନରେଟ ବଢାଇବା ଆବଶ୍ୟକ ଥିଲା ସେତେବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ଧିମା ପଡି ଯାଇଥିଲେ । ଧୋନି ଏବଂ କେଦାର ଏତେ ଧିମା ବ୍ୟାଟିଂ କଲେ ଯେ ଭାରତ ହାରିଯାଇଥିଲା । ଧୋନି ୩୧ ବଲରେ ୪ ଟି ଚୌକ ଓ ଗୋଟିଏ ଛକ୍କା ଲଗାଇ ୪୨ ରନ କରିଥିଲେ । କେଦାର ୧୨ ବଲରେ ୧୩ ରନ କରିଥିଲେ । ଇଣ୍ଡିଆ ପୁରା ମ୍ୟାଚରେ ଗୋଟିଏ ହିଁ ଛକ୍କା ବାଡ଼େଇଥିଲା । ଅପରପକ୍ଷରେ ଇଂଲଣ୍ଡ ୧୩ଟି ଛକ୍କା ବାଡ଼େଇଥିଲା ।

   Related Posts