Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୭ ବର୍ଷ ପରେ ପୁଣି ଟିମ୍‌ ଇଣ୍ଡିଆରେ ରହିବେ ଦୁଇ ଜଣ ଅଧିନାୟକ, ଏହି ୭ ଦେଶରେ ରହିଆସିଛି ‘ଡବଲ୍‌ କ୍ୟାପ୍ଟେନ’ ପରମ୍ପରା

17/09/2021 at 4:59 PM

ନୂଆଦିଲ୍ଲୀ ୧୭/୦୯: ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ବିଶ୍ବକପ୍‌ ପରେ ସେ ଆଉ ଟି-୨୦ ଟିମ୍‌ର ଅଧିନାୟକ ରହିବେ ନାହିଁ। ଏହା ପରେ କ୍ୟାପ୍ଟେନ କିଏ ହେବେ ସେନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ଏଥିପାଇଁ ରୋହିତ ଶର୍ମା ଦାବିଦାର ଥିବା କୁହାଯାଉଛି। ତେବେ ବିରାଟଙ୍କ ଇସ୍ତଫା ପରେ ପୁଣି ୭ ବର୍ଷର ଇତିହାସର ପୂନରାବୃତ୍ତି ହେବାକୁ ଯାଉଛି।  ୨୦୦୭ ପରେ ଏହା ତୃତୀୟ ଥର ହେବାକୁ ଯାଉଛି ଯେ, ଭାରତୀୟ ଟିମ୍‌ରେ ଦୁଇ ଜଣ ଅଧିନାୟକ ରହିବେ। ବର୍ତ୍ତମାନ ସମୟରେ ୧୨ଟି ଦେଶର କ୍ରିକେଟ ଟିମ୍‌ ପାଖରେ ଭିନ୍ନ ଫର୍ମାଟରେ ଅଲଗା ଅଧିନାୟକ ଅଛନ୍ତି।

୨୦୦୭ରେ ଦୁଇ ଅଧିନାୟକ ରହିବା ଆରମ୍ଭ ହୋଇଥିଲା

୨୦୦୭ରେ ଭିନ୍ନ ଫର୍ମାଟ ପାଇଁ ଭାରତୀୟ ଟିମ୍‌ରେ ଅଲଗା କ୍ୟାପ୍ଟେନ ରହିବାର ପରମ୍ପରା ଆରମ୍ଭ ହୋଇଥିଲା। ସେତେବେଳେ ଟି-୨୦ ଟିମ୍‌ରେ ରାହୁଲ ଦ୍ରାବିଡଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା। ଏହି ସମୟରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟି-୨୦ ଟିମ୍‌ର ଅଧିନାୟକ ଦାୟିତ୍ବ ମିଳିଥିଲା। ତାଙ୍କ ନେତୃତ୍ବରେ ଦଳ ବିଶ୍ବକପ୍‌ ଜିଣିଥଲା। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଟିମ୍‌ରେ ଧୋନୀଙ୍କୁ ଅଧିନାୟକ କରାଯାଇଥିଲା। ସେତେବେଳେ ଟେଷ୍ଟ ଟିମ୍‌ରେ ଅିନୀଲ କୁମ୍ବଲେ କ୍ୟାପ୍ଟେନ ଥିଲେ। ଏହା ଭାରତୀୟ କ୍ରିକେଟ ଇତିହାସରେ ପରଥମ ଥର ହୋଇଥିଲା ଯେ, ଗୋଟିଏ ଟିମ୍‌ରେ ଦୁଇ ଦୁଇ ଜଣ ଅଧିନାୟକ ହୋଇଥିଲେ। ୨୦୦୮ରେ କୁମ୍ବଲେଙ୍କ ଅବସର ପରେ ତିନି ଫର୍ମାଟରେ ଧୋନୀଙ୍କୁ ଅଧିନାୟକ ଦାୟିତ୍ବ ଦେଇଥିଲା ବିସିସିଆଇ।

୨୦୧୪ରେ ଟେଷ୍ଟ କ୍ୟାପ୍ଟେନ ହୋଇଥିଲେ କୋହଲି

ପାଖାପାଖି ୭ ବର୍ଷ ୩ଟି ଫର୍ମାଟରେ ଧୋନୀ ଅଧିନାୟକ ରହିବା ପରେ ଡିସେମ୍ବର ୨୦୧୪ରେ ଧୋନୀ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଯାଇଥିଲେ।  ସେତେବେଳେ ବିରାଟଙ୍କୁ ଅଚାନକ ଟେଷ୍ଟ ଟିମ୍‌ ଅଧିନାୟକ କରାଯାଇଥିଲା। ପରେ ଜାନୁଆରୀ ୨୦୧୭ରେ ଧୋନୀ ଉଭୟ ଦିନିକିଆ ଏବଂ ଟି-୨୦ ଦୁଇଟି ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।  ଏହା ପରେ କୋହଲି ୩ ଫର୍ମାଟରେ ଅଧିନାୟକ ହୋଇଥିଲେ।

୨୦୨୧ରେ ସମାନ ସ୍ଥିତି

୭ ବର୍ଷ ପରେ ପୁଣି ଥରେ ଏମିତି ସଂଯୋଗ ଦେଖିବାକୁ ମିଳିଛି। ପୁଣି ଭାରତୀୟ ଟିମ୍‌ରେ ଦୁଇ ଜଣ କ୍ୟାପ୍ଟେନଙ୍କୁ ଦେଖିବାକୁ ମିଳିବ। ବିରାଟ ଟେଷ୍ଟ ଏବଂ ଦିନିକିଆରେ ଅଧିନାୟକ ରହିବେ କିନ୍ତୁ ଟି-୨୦ରେ ଅଧିନାୟକ ଚୟନ ହୋଇନାହାନ୍ତି। ଏହି ରେସ୍‌ରେ ରୋହିତ ଶର୍ମାଙ୍କ ନାଁ ସବୁଠୁ ଆଗରେ ରହିଛି।

୧୨ ଦେଶରେ ଡବଲ୍‌ କ୍ୟାପ୍ଟେନ

ବର୍ତ୍ତମାନ କ୍ରିକେଟରେ ଏମିତି ୧୨ଟି ଦେଶ ଅଛି ଯେଉଁଠି ଅଲଗା ଫର୍ମାଟ ପାଇଁ ଅଲଗା କ୍ୟାପ୍ଟେନ ରହିଛନ୍ତି । ସେଥିମଧ୍ୟରୁ ୭ଟି ଦେଶରେ ଡବଲ କ୍ୟାପ୍ଟେନର ପରମ୍ପରା ରହିଆସିଛି । ଏହି ଲିଷ୍ଟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଭାରତ, ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ଏମିତି ଦେଶ ଥିଲା ଯେଉଁଠି କ୍ରିକେଟ ଟିମ୍‌ରେ କେବଳ ଜଣେ ଅଧିନାୟକ ଥିଲେ। ଏବେ ଭାରତ ଅଲଗା ଫର୍ମାଟରେ ଭିନ୍ନ ଅଧିନାୟକ ରଖିବା ଆରମ୍ଭ କରିଛି।

   Related Posts