ଲଗାତାର ତୃତୀୟ ଦିନ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମର ମୂଲ୍ୟ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: ସୁନା ଓ ରୂପା  ଦର କ୍ରମାଗତ ତୃତୀୟ ଦିନ ହ୍ରାସ ଘଟିଛି। ଏମସିଏକ୍ସରେ ସୁନା ଦର ୧.୧ ପ୍ରତିଶତ ହାସ ହୋଇ ୧୦ ଗ୍ରାମ ସୁନାର ମୂଲ୍ୟ ୫୧,୫୫୨ ଟଙ୍କା  ରହିଥିବା ବେଳେ ୬୪୦ ଟଙ୍କା ଖସି ଏକ କିଲୋଗ୍ରାମ ରୂପାର ମୂଲ୍ୟ ୬୬,୯୫୦ ଟଙ୍କା ରହିଛି। ଗତ ଦୁଇ ଦିନରେ ମଧ୍ୟ ସୁନା ୧୦ ଗ୍ରାମ ପିଛା ୧୫୦୦ ଟଙ୍କା ଏବଂ ରୂପା କିଲୋଗ୍ରାମ ପିଛା ୧୬୫୦ ଟଙ୍କା ଶସ୍ତା ହୋଇଛି। ୧୦ ଗ୍ରାମ ସୁନାର ଦାମ୍ ରେକର୍ଡ ୫୬,୧୯୧ ଟଙ୍କା ଛୁଇଁବା ପରେ ଏବେ ସୁନା ଦର ହ୍ରାସ ପାଇଛି।

ବୈଶ୍ଵିକ ବଜାରରେ ସୁନାର ଦାମ୍ ମଧ୍ୟ ତଳକୁ ଖସିଛି କାରଣ ଆମେରିକା ଡଲାର ଅନ୍ୟ ମୁଦ୍ରା ତୂଳନାରେ ମଜବୁତ ହୋଇଛି। ହାଜିର ସୁନା ୦.୯ ପ୍ରତିଶତ କମ ହୋଇ ଅନ୍ସ ପ୍ରତି ୧୯୩୦ ଟଙ୍କା ଶସ୍ତା ହୋଇଛି। ସେହି ପରି ରୂପା ୧.୪ ପ୍ରତିଶତ ହ୍ରାସ ଘଟି ଅନ୍ସ ପିଛା ୨୬.୮୭ ଡଲାର ରହିଛି।

ସେହି ପରି ଦିଲ୍ଲୀ ସଫାରା ବଜାରରେ ମଧ୍ୟ ତୃତୀୟ ଦିନ ସୁନା ଶସ୍ତା ହୋଇଛି। ରୂପା ଗୁରୁବାର ତୂଳନାରେ କିଲୋ ପିଛା ୨୨୧ ଟଙ୍କା ଶସ୍ତା  ହୋଇଛି। ସରାଫା ବଜାରରେ ୨୪ କ୍ୟାରେଟ୍‌ ସୁନା ୩୪୬ ଟଙ୍କା କମ ହୋଇ ୫୧୯୭୩ ଟଙ୍କା ରହିଛି।  ସରାଫା ବଜାରରେ ଶୁକ୍ରବାର ୧୦ ଗ୍ରାମ ସୁନାର ମୂଲ୍ୟ ୯୪ ଟଙ୍କା ଶସ୍ତା ହୋଇ ୫୨,୯୯୦ ଟଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.