ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଜରୁରୀ ଅଟେ ଭିଟାମିନ୍ ସି’, ଖାଆନ୍ତୁ ଏହି ଜିନିଷ

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ ୨୯/୦୪: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହୋଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ଆମେ ଆପଣଙ୍କୁ ଏପରି ଭିଟାମିନ୍ ବିଷୟରେ କହିବୁ, ଯାହା ଡାକ୍ତରମାନେ ମଧ୍ୟ ଏହାର ଗ୍ରହଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ ସି ବିଷୟରେ -

{"width":643,"height":440}
Citrus | plant genus | Britannica

ଡାକ୍ତରମାନେ ଏହା ମଧ୍ୟ ବିଶ୍ୱାସ୍ କରନ୍ତି ଯେ ଭିଟାମିନ୍ ସି ଏବଂ ଜିଙ୍କ କୋଭିଡ -୧୯ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଏକ ନୂତନ ଅନୁସନ୍ଧାନରେ କୁହାଯାଇଛି ଯେ ଥଣ୍ଡା ଏବଂ ଫ୍ଲୁର ଗମ୍ଭୀରତାକୁ କମ୍ କରିବା କିମ୍ବା ମୁକାବିଲା କରିବା ପାଇଁ ଜିଙ୍କ ଏବଂ ଭିଟାମିନ୍ ସି ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ ।

ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ ରୋଗୀଙ୍କୁ କରୋନା ଅବଧିରେ ଭିଟାମିନ୍-ସି ଏବଂ ଜିଙ୍କ ଟାବଲେଟ୍ ନେବାକୁ ପରାମର୍ଶ ଦିଆଯାଇଛି । ଲେମ୍ବୁ, କମଳା, ଅଁଳା ପରି ସାଇଟ୍ରସ୍ ଫଳଗୁଡ଼ିକ ଭିଟାମିନ୍ ସି ର ପ୍ରାକୃତିକ ଉତ୍ସ । ଲେମ୍ବୁ ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ । କମଳା ଖାଇବା ଦ୍ୱାରା ଭିଟାମିନ୍ ସି ସହିତ ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ କରୋନାର ଏହି ଅବଧିରେ, ଲୋକମାନେ ଭିଟାମିନ୍ ସି ଯୁକ୍ତ ଏହି ଫଳ ବ୍ୟବହାର କରିବା ଉଚିତ ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ ।

{"width":645,"height":436}
Stop Coronavirus: Boost Your Immunity With These Foods

- ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି, ତେବେ ସାଇଟ୍ରସ୍ ଫଳ ଖାଆନ୍ତୁ । ଏହି ସାଇଟ୍ରସ୍ ଫଳଗୁଡିକ ହେଉଛି କମଳା, ଲେମ୍ବୁ, ମାଲାଟା, ପିଜୁଳି, ଅଙ୍ଗୁର, ଅମୃତଭଣ୍ଡା, ତରଭୁଜ ଷ୍ଟ୍ରବେରୀ, ଏବଂ ପନିପରିବାରେ ବ୍ରୋକୋଲି ।

-ଭିଟାମିନ୍ ସି ହାଇ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ । ସ୍କିନ୍ ସ୍ମୁଥ କରିବା ସହିତ ମେଟାବୋଲିଜିମକୁ ମଧ୍ୟ ବଢାଇଥାଏ ।

-ଭିଟାମିନ୍ ସି ଓଜନ କମାଇବାରେ ସାହାଯ୍ୟ କରିଥାଏ ।

-ଇମ୍ୟୁନିଟି ସିଷ୍ଟମକୁ ସୁସ୍ଥ ରଖିବା ପାଇଁ ଆପଣଙ୍କର ଖାଦ୍ୟ-ପେୟରେ ଭିଟାମିନ୍ ସି’କୁ ସାମିଲ କରୁନ୍ତୁ, ଯେପରିକି ଷ୍ଟ୍ରବେରୀ, ବ୍ରୋକଲି ଇତ୍ୟାଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.