Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କୋଲକାତା ଫେରନ୍ତା ଦମ୍ପତିଙ୍କ ପାଇଁ ଗାଁ ଦାଣ୍ଡରେ ଲୋକେ ହେଲେ ରୁଣ୍ଡ

27/04/2020 at 3:55 PM

 ଝାରସୁଗୁଡା୨୭/୪: ଚିନ୍ତା ବଢ଼ାଉଛନ୍ତି କୋଲକାତା ଫେରନ୍ତା। ଝାରସୁଗୁଡା ଜିଲ୍ଲାରେ କୋଲକାତା ଫେରନ୍ତା ଦମ୍ପତିଙ୍କ ଯୋଗୁଁ ରାସ୍ତାକୁ ଓହ୍ଲାଇଲେ ଜନସାଧାରଣ। ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ମାଜିଷ୍ଟ୍ରେ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଝାରସୁଗୁଡା ପୂର୍ତ୍ତ ବିଭାଗର ଜଣେ ଅଧିକାରୀ ପରିବାର ସହ କୋଲକାତାରୁ ଫେରିଥିଲେ। ଏହି ବ୍ୟକ୍ତି ଏବଂ ତାଙ୍କ ପରିବାର ଝାରସୁଗୁଡ଼ାରେ ପହଁଞ୍ଚିବା ପରେ ଆରମ୍ଭ ହୋଇଥିଲା ଠେଲାପେଲା। ସଂପୃକ୍ତ ବ୍ୟକ୍ତିଙ୍କ ପଡ଼ୋଶୀ ଏହି ଖବର ସ୍ଥାନୀୟ ପୋଲିସ୍‌କୁ ଜଣାଇଥିଲେ।

ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ, କୋଲାବିରା ତହସିଲଦାରଙ୍କ ସହ ପୋଲିସ ଅଧିକାରୀ ପହଁଞ୍ଚି ତାଙ୍କୁ ଏକ ଡାକବଙ୍ଗଳରେ କ୍ବାରେଣ୍ଟାଇନରେ ରଖି ଥିଲେ। ସୋମବାର ସକାଳେ ଏହି ଘଟଣା ଜଣାପଡିବା ପରେ ବ୍ରଜରାଜନଗର ସହରର ବହୁ ସଂଖ୍ୟକ ଲୋକ ଡାକବଙ୍ଗଳା ନିକଟରେ ରୁଣ୍ଡ ହୋଇ କୋଲକାତା ଫେରନ୍ତା ପରିବାରକୁ ସେଠାରୁ ତୁରନ୍ତ ତଡିବାକୁ ଜିଦ ଧରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହୋଇଥିଲା। ତେଣୁ ସ୍ଥାନୀୟ ପ୍ରଶାସନ ଘଟଣାରେ ସ୍ଥଳରେ ପହଞ୍ଚି କୋଲକାତା ଫେରାନ୍ତା ଦମ୍ପତି ଏବଂ ତାଙ୍କ ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ।

   Related Posts