ଅନୁଗୋଳରେ ପ୍ରଥମ ଥର ପାଇଁ ଲାଗିଲା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌, ଆସିଛନ୍ତି ୧୬ଶହ ପ୍ରବାସୀ

Published By : Prameya-News7 Bureau | May 25, 2020 IST

ଅନୁଗୋଳ ୨୫।୦୫: ଅନୁଗୋଳ ଷ୍ଟେସନରେ ପ୍ରଥମ ଥର ପାଇଁ ଲାଗିଲା ଶ୍ରମିକ ସ୍ଵତନ୍ତ୍ର ଟ୍ରେନ । ଗତ ୨୩ ତାରିଖରେ ଗୁଜରାଟରୁ ଏହି ଟ୍ରେନଟି ବାହାରିଥିଲା । ଏହି ଟ୍ରେନରେ ୨୪ ଜିଲ୍ଲାର ୧୬ଶହ ୫୦ ଜଣ ଶ୍ରମିକ ଅସିଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୋଳରୁ ଅଛନ୍ତି ୬୩୪ ଜଣ ଶ୍ରମିକ ।

{"id":275575,"sizeSlug":"large"}

ସେମାନଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ପହଂଚାଇବା ପାଇଁ ୨୦ଟି ବସର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ପ୍ରବାସୀ ଶ୍ରମିକମାନେ ଅନୁଗୁଳ ଷ୍ଟେସନରେ ପହଁଚିବା ପରେ ସେମାନଙ୍କ ସ୍କ୍ରିନ କରା ଯାଇଥିଲା । ପଞ୍ଜୀକରଣ କରିନଥିବା ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ପଞ୍ଜୀକରଣ କରି ବିଭିନ୍ନ TMCକୁ ପଠାଯାଉଛି ।

{"id":275576,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.