Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||
  • ଜୟପୁର : ବୋର୍ଡର ଏକ ତରଫା ନିଷ୍ପତ୍ତିକୁ ବିରୋଧ, ୨୦ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲେ ଶିକ୍ଷକ
  • ||
  • କଟକ : ରାଜଧାନୀ ଏକ୍ସପ୍ରେସ୍‌ରୁ ମିଳିଲା ୨୦ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍, କଟକ ଷ୍ଟେସନ୍‌ରୁ ଜବତ କଲା ଆରପିଏଫ୍
  • ||
  • ଭୁବନେଶ୍ବର : STF ପଞ୍ଝାରେ ହାତୀ ଦାନ୍ତ ଚାଲାଣକାରୀ : ଗୋଟିଏ ଦାନ୍ତ ଜବତ, ଜଣେ ଅଟକ
  • ||
  • ପାଟନା : ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ, ଗୁରୁବାର ଦିଲ୍ଲୀରେ ନିର୍ବନ୍ଧ
  • ||

ବିଶ୍ଵରେ ପ୍ରଥମ ଥର ସାଉଦି ଆରବରୁ ଜାପାନକୁ ହେଉଛି ନୀଳ ଆମୋନିଆର ପ୍ରଥମ ପରିବହନ, ବିନା କାର୍ବନ ନିର୍ଗମନରେ ହେବ ବିଦ୍ୟୁତ୍ ଉତ୍ପାଦନ

28/09/2020 at 3:52 PM

ନୂଆଦିଲ୍ଲୀ ୨୮।୦୯:  ବିଶ୍ଵରେ ପ୍ରଥମ ଥର ନୀଳ ଆମୋନିଆର ପ୍ରଥମ ପରିବହନ ସାଉଦି ଆରବରୁ ଜାପାନ ହେଉଛି। ଏହାର ଉପଯୋଗ ବିଦ୍ୟୁତ୍ କେନ୍ଦ୍ରରେ କାର୍ବନ ନିର୍ଗମନ  ବିନା ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହାର କରାଯିବ।

ରବିବାର ସାଉଦି ଆରାମକ ଘୋଷଣା କରିଛି ଯେ, ଏହି ଇନ୍ଧନର ଉତ୍ପାଦନ କରାଯାଉଛି। ଏହା ହାଇଡ୍ରୋକାର୍ବନକୁ ହାଇଡ୍ରୋଜେନରେ ପରିବର୍ତ୍ତିତ ହେବା ପରେ ଆମୋନିଆରେ ପରିଣତ ହେଉଛି। ଜାପାନକୁ ପ୍ରଥମ ଦଫାରେ ୪୦ ଟନ ନୀଳ ଆମୋନିଆ ମିଳିବ ବୋଲି ସାଉଦି ଆରାମକ କହିଛି।

କାର୍ବନ ନିର୍ଗମନ ବିନା ଥର୍ମାଲ ପାଓ୍ଵାର ଷ୍ଟେସନରେ ଆମୋନିଆକୁ ଜଳାଯାଇ ପାରିବ। ଏହାର ଅର୍ଥ ଏଥିରେ ଶସ୍ତା ଓ କମ ଆର୍ବଜନା ନିର୍ଗମନ ହେବ, ଯାହା ଭବିଷ୍ୟତ ପାଇଁ ବିଦ୍ୟୁତ୍ ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେବାର କ୍ଷମତା ରହିବ।

ହାଇଡ୍ରୋଜେନର ଉପଯୋଗିତାରେ ଜାପାନ ବିଶ୍ଵରେ ଅଗ୍ରଣୀ ଦେଶ ହେବାକୁ ଲକ୍ଷ୍ୟ ରଖିଛି, ଯାହା ଆମୋନିଆ ଉପରେ କେନ୍ଦ୍ରୀଭୂତ ହେବ। ପ୍ୟାରିସ ଜଳବାୟୁ ରାଜିନାମା ଆଧାରରେ ଜାପାନ ୨୦୧୩ରୁ ୨୦୩୦ ସୁଦ୍ଧା ନିଜର ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ୨୬ ପ୍ରତିଶତ କମ କରିବାକୁ ପ୍ରତିବଦ୍ଧତା ଜଣାଇଛି।

ନୀଳ ଆମୋନିଆ ନୀଳ ହାଇଡ୍ରୋଜେନ ପାଇଁ ଏକ ଫିଡଷ୍ଟୋକ ହୋଇଥାଏ ଯାହା ଜୀବାଶ୍ମ ଇନ୍ଧନରୁ ପ୍ରସ୍ତୁତ ଇନ୍ଧନର ଏକ ସଂସ୍କରଣ। ଏହା ସି୦୨ ନିର୍ଗମନକୁ କରାୟତ କରି ସଂଗୃହୀତ କରିଥାଏ। ନବୀକରଣ ଉର୍ଜାରୁ ବିନା ନିର୍ଗମନରେ ହାଇଡ୍ରୋଜେନ ଉତ୍ପନ କରିଥାଏ, ଏହାକୁ ଗ୍ରୀନ ହାଇଡ୍ରୋଜେନ କୁହାଯାଏ।

ସାଉଦି ଆରବ ଦୁନିଆର ସବୁଠୁ ବଡ ତୈଳ ରପ୍ତାନକାରୀ ଦେଶ। ଏହା ସହିତ ସବୁଠୁ ଦୂଷିତ ଉର୍ଜା ଉତ୍ପାଦନ କରିବାରେ ମଧ୍ୟ ଅପଖ୍ୟାତି ରହିଛି। ସେଥିପାଇଁ ଏହି ଦେଶ ପବିବେଶ ଯେମିତି ଦୂଷିତ ନହେବ ତାକୁ ଦୃଷ୍ଟିରେ ରଖି ହାଇଡ୍ରୋକାର୍ବନକୁ ହାଇଡ୍ରୋଜେନରେ ପରିଣତ କରି ନୀଳ ଆମୋନିଆ ଉତ୍ପାଦନ କରିବା କାର୍ଯ୍ୟକ୍ରମକୁ ଜୋରଦାର କରିଛି।

   Related Posts