Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଆଇପିଏଲ୍‌ରେ ପ୍ରଥମ ଥର ଏତେ ଟଙ୍କାରେ ବିକ୍ରି ହୋଇଥିଲେ କୋହଲି, ରୋହିତ ଓ ଧୋନୀ, ଜାଣନ୍ତୁ ଆଜି କେତେ ପାଉଛନ୍ତି ଦରମା

5/04/2021 at 5:51 PM

ନୂଆଦିଲ୍ଲୀ ୦୫।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) କେବଳ ବିସିସିଆଇ ପାଇଁ ନୁହେଁ ବରଂ ଖେଳାଳିଙ୍କ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ପାଲଟିଛି। ଆଇପିଏଲ ୧୩ ସିଜିନ୍‌ର ଆୟୋଜନ କରି ବିସିସିଆଇ କୋଟି କୋଟି ଟଙ୍କା ଆୟ କରିଛି। ସେହିପରି ଏହି ଲିଗ୍‌ରୁ ଖେଳାଳିଙ୍କ ଆୟ ମଧ୍ୟ ବୃଦ୍ଧି ଘଟିଛି। ଫ୍ରାଞ୍ଚାଇଜି ଖେଳାଳିଙ୍କୁ ମୋଟା ଅଙ୍କର ଅର୍ଥ ଦେଇଥାନ୍ତି। ମହେନ୍ଦ୍ର ସିଂହ ଧୋନୀ ଏବଂ ବିରାଟ କୋହଲିଙ୍କ ପରି ଦିଗ୍‌ଜ ତ ଆଇପିଏଲ ଜରିଆରେ ୧୦୦ କୋଟିରୁ ଅଧିକ ଆୟ କରି ସାରିଛନ୍ତି। ଆସନ୍ତୁ ଜାଣିବା ସେହି ବରିଷ୍ଠ ଖେଳାଳିଙ୍କ ବିଷୟରେ ଯେଉଁମାନେ ୨୦୦୮ ଆଇପିଏଲ ନିଲାମରେ କେତେ ଟଙ୍କାରେ ବିକ୍ରି ହୋଇଥିଲେ ଏବଂ ଆଜି ସେମାନଙ୍କର ଦରମା କେତେ।

ବିରାଟ କୋହଲି

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲରେ ଆରସିବି ପ୍ରଥମ ଥର କିଣିଥିଲା। ସେହି ସମୟରେ ଫ୍ରାଞ୍ଚାଇଜି କୋହଲିଙ୍କୁ ମାତ୍ର ୧୨ ଲକ୍ଷ ଟଙ୍କାରେ କିଣିଥିଲା। ଆରସିବିର କୋହଲିଙ୍କ ପ୍ରତି ଭରସା ୨୦୦୮ରୁ ଏ ଯାଏ କାଏମ ରହିଛି ଏବଂ ସେ ଦଳର ଅଧିନାୟକ ରହିଛନ୍ତି। କୋହଲି ଆଇପିଏଲରେ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଆରସିବିର ଅଧିନାୟକ କୋହଲି ପ୍ରତି ସିଜିନ୍‌ରେ ୧୭ କୋଟି ଟଙ୍କା ଆୟ କରିଥାନ୍ତି।

ମହେନ୍ଦ୍ର ସିଂହ ଧୋନୀ

ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୦୮ ନିଲାମୀରେ ସବୁଠୁ ବଡ ଚେହେରା ଥିଲେ। ତାଙ୍କ ଅଧିନାୟକତ୍ଵରେ ଟିମ୍ ଇଣ୍ଡିଆ ୨୦୦୭ ଟି-୨୦ ବିଶ୍ଵ କପ୍‌ ଜିତିଥିଲା। ଏହାର ପୁରସ୍କାର ଧୋନୀଙ୍କୁ ସେହି ସମୟରେ ମିଳିଥିଲା ଯେବେ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ ୬ କୋଟି ଟଙ୍କାରେ କିଣିଥିଲା। ସେ ଆରମ୍ଭରୁ ହିଁ ସିଏସକେ ସହିତ ରହିଛନ୍ତି। ଆଜି ତାଙ୍କର ଦରମା ୧୫ କୋଟି ଟଙ୍କା ରହିଛି। ଧୋନୀଙ୍କ ନେତୃତ୍ଵରେ ସିଏସକେ ତିନି ଥର ଆଇପିଏଲ ଟାଇଟଲ୍ ଜିତି ସାରିଛି। ୨୦୨୧ ସିଜିନ୍‌ରେ ମଧ୍ୟ ଧୋନୀ ଦଳର ନେତୃତ୍ଵ ନେବାକୁ ଯାଉଛନ୍ତି।

ରୋହିତ ଶର୍ମା

୨୦୦୮ ନିଲାମରେ ରୋହିତ ଶର୍ମାଙ୍କୁ ଡେକାନ ଚାର୍ଜର୍ସ ୩ କୋଟି ଟଙ୍କାରେ କିଣିଥିଲେ। ମାତ୍ର ତିନି ବର୍ଷ ପରେ ଅର୍ଥାତ ୨୦୧୧ରେ ଫ୍ରାଞ୍ଚାଇଜି ତାଙ୍କୁ ରିଲିଜ୍ କରିଥିଲା। ଏହା ପରେ ସେ ମୁମ୍ବାଇ ଦଳରେ ଯୋଗ ଦେଇଥିଲେ। ରୋହିତ ତେବେଠୁ ଦଳର ସଦସ୍ୟ ରହିଛନ୍ତି। ରୋହିତଙ୍କ ନେତୃତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଚମ୍ପିଆନ ହୋଇ ସାରିଛି। ରୋହିତ ଶର୍ମାଙ୍କୁ ଆଇପିଏଲର ପ୍ରତିଟି ସିଜିନ୍‌ରେ ୧୫ କୋଟି ଟଙ୍କା ମିଳୁଛି।

ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଜଣେ ମ୍ୟାଚ୍ ବିଜେତା ଖେଳାଳି। ଫ୍ରାଞ୍ଚାଇଜି ୨୦୧୫ରେ ତାଙ୍କୁ ପ୍ରଥମ ଥର ୧୦ ଲକ୍ଷ  ଟଙ୍କାରେ କିଣିଥିଲା। ଆଇପିଏଲ୍‌ରେ ଦମଦାର ପ୍ରଦର୍ଶନ ଦମରେ ପାଣ୍ଡ୍ୟା ଭାରତୀୟ ଦଳରେ ପ୍ରବେଶ କରିଥିଲେ। ଏବେ ସେ ଭାରତୀୟ ଦଳର ମଧ୍ୟ ଜଣେ ଗୁରୁତ୍ଵପୂର୍ଣ୍ଣ ସଦସ୍ୟ। ଆଇପିଏଲର ପ୍ରତି ସିଜିନ୍‌ରେ ତାଙ୍କୁ ୧୧ କୋଟି ଟଙ୍କା ମିଳୁଛି।

ଏବି ଡିଭିଲିୟର୍ସ

ଏବି ଡିଭିଲିୟର୍ସ ସେହି କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟରେ ସାମିଲ ଯିଏ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ୧୦୦ କୋଟିରୁ ଅଧିକ ଆୟ କରି ସାରିଛନ୍ତି। ସେ ନିଜର ଆଇପିଏଲ କ୍ୟାରିୟର ଦିଲ୍ଲୀ କ୍ୟାପିଟାଲ୍ସରୁ ଆରମ୍ଭ କରିଥିଲେ। ଫ୍ରାଞ୍ଚାଇଜି ୨୦୦୮ରେ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଥିଲା। ୨୦୧୧ରେ ଦଳ ତାଙ୍କୁ ରିଲିଜ୍ କରିଥିଲା। ଏହା ପରଠୁ ଡିଭିଲିୟର୍ସ ଆରସିବି ଦଳର ଜଣେ ଗୁରୁତ୍ଵପୂର୍ଣ୍ଣ ଖେଳାଳି। ଡିଭିଲିୟର୍ସ ଆଇପିଏଲର ପ୍ରତି ସିଜିନ୍‌ରେ ୧୧ କୋଟି ଟଙ୍କା ଆୟ କରୁଛନ୍ତି।

   Related Posts