Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆରଏସଏସ ଇତିହାସରେ ପ୍ରଥମ ଥର ୧୧ ଜୋନ୍‌ରେ ହେବ କାର୍ଯ୍ୟକାରିଣୀ ବୈଠକ, ଭୁବନେଶ୍ଵର ବି ସାମିଲ

7/10/2020 at 5:16 PM

ନୂଆଦିଲ୍ଲୀ ୦୭।୧୦: କରୋନା ଭାଇରସ୍ ମହାମାରୀ କାରଣରୁ ଇତିହାସରେ ପ୍ରଥମ ଥର ରାଷ୍ଟ୍ରୀୟ ସ୍ଵଂୟ ସହାୟକ ସଂଘ(ଆରଏସଏସ)ର କାର୍ଯ୍ୟକାରିଣୀ ବୈଠକ ୧୧ଟି ଜୋନ୍‌ରେ ଆୟୋଜିତ ହେବ। ଏହି ବୈଠକରେ ଜୀବନଜୀବିକା, ଅର୍ଥବ୍ୟବସ୍ଥା, କାରବାର ଉପରେ କରୋନା ସଂକ୍ରମଣର ପ୍ରଭାବ ଏବଂ କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ। ମାର୍ଚ୍ଚ ମାସରେ ସର୍ବଭାରତୀୟ କାର୍ଯ୍ୟକାରୀ ପରିଷଦ  ବୈଠକ ରଦ୍ଦ ହେବା ପରେ ଆରଏସଏସ ଗୋଟିଏ ଜାଗା ପରିବର୍ତ୍ତେ ୧୧ଟି ଜାଗାରେ କାର୍ଯ୍ୟକାରିଣୀ ବୈଠକ କରିବାକୁ ନିଷ୍ପତ୍ତି ନେଇଛି। ବୈଠକ ପାଇଁ ଆରଏସଏସ ରାଜ୍ୟଗୁଡିକୁ ୧୧ଟି ଜୋନ୍‌ରେ ବିଭକ୍ତ କରିଛି।

ସଙ୍ଘର ବରିଷ୍ଠ ପଦାଧିକାରୀ କହିଛନ୍ତି ଇତିହାସରେ ପ୍ରଥମ ଥର ଦୀପାବଳି ପାଖାପାଖି ହେବାକୁ ଥିବା କାର୍ଯ୍ୟକାରିଣୀ ମଣ୍ଡଳର ବୈଠକ ଅନେକ ଜାଗାରେ ଆୟୋଜିତ ହେବ। କରୋନା ଭାଇରସ୍‌ର ପ୍ରତିରୋଧ ହେତୁ ସାମାଜିକ ଦୂରତା ନିୟମ ପାଳନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ସଂଘ ପ୍ରମୁଖ ମୋହନ ଭାଗବତ ଓ ସାଧାରଣ ସଂପାଦକ ସୁରେଶ ଭୈୟାଜୀ ଯୋଶୀ ସମସ୍ତ ୧୧ ବୈଠକରେ ଉପସ୍ଥିତ ରହିବେ। ଏହି ସବୁ ବୈଠକରେ ୪୦ରୁ ଅଧିକ ପଦାଧିକାରୀ ଯୋଗ ଦେବେ ନାହିଁ। ହାଇଦ୍ରାବାଦ, ଭୁବନେଶ୍ଵର ଅହମ୍ମଦାବାଦ, ଜୟପୁର, ପ୍ରୟାଗ, ପାଟନା, ପଲ୍ଲକଡ, ଗୌହ୍ଵାଟୀ, ଗୁରୁଗ୍ରାମ ଓ ଗାଜିଆବାଦରେ ଏହି ବୈଠକ ଅକ୍ଟୋବର ୨୭ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଆୟୋଜିତ ହେବ।

ବୈଠକରେ ସେହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ ଯାହା ବର୍ତ୍ତମାନ ଖବରରେ ରହିଛି କିମ୍ବା ବୈଚାରିକ ଭାବେ ସଙ୍ଘ ପାଇଁ ପ୍ରାସଙ୍ଗିକତା ରହିଛି। କୁହାଯାଉଛି ହାଥରସ୍‌ରେ ୧୯ ବର୍ଷୀୟ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ପରେ ଦଳିତଙ୍କ ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇପାରେ। ଉଲ୍ଲେଖନୀୟ ସଙ୍ଘ ଜାତିବାଦର ସମାପ୍ତ ପାଇଁ ସାମାଜିକ ସମରସତା ପରି ଅଭିଯାନ ଚଳାଇଛି।

   Related Posts