ଭାରତରେ ପ୍ରଥମ ଥର ପାଇଁ ଗୁଜୁରାଟରୁ ଆରମ୍ଭ ହେଉଛି ସି-ପ୍ଲେନ୍ ସେବା, ୨୨୦ କିଲୋମିଟର ଯାତ୍ରା ପୂରା ହେବ ୪୫ ମିନିଟରେ

Published By : Prameya-News7 Bureau | October 02, 2020 IST

ଅହମଦାବାଦ ୦୨/୧୦: ଭାରତରେ ପ୍ରଥମ ଥର ପାଇଁ ସି-ପ୍ଲେନ୍ ସେବା ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରାରମ୍ଭ ଗୁଜୁରାଟ ସାବରମତୀ ନଦୀରୁ ହେବ। କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଗୁଜୁରାଟ ସରକାର ସି-ପ୍ଲେନ୍ ପ୍ରୋଜେକ୍ଟ ଲଞ୍ଚ କରିବେ।

ଅବଶ୍ୟ ଏହାର ଉଦଘାଟନ ଚଳିତ ମାସ ଶେଷ ସୁଦ୍ଧା ହେବ ଓ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିପାରନ୍ତି। ତେବେ ଏ ସି-ପ୍ଲେନ ପାଇଁ ଓ୍ବାଟର ଏରୋଡ୍ରମ ତିଆରି କରାଯାଉଛି। ଯେଉଁଥିରେ ସ୍ବଚ୍ଛ ଜଳ ବଡ଼ ମାତ୍ରାରେ ମହଜୁଦ ରହିବ।

{"id":337421,"sizeSlug":"large"}

ଏଥିରେ ୨୨୦ କିମି ଯାତ୍ରା ମାତ୍ର ୪୫ ମିନିଟରେ ପୂରା ହେବ। କାରଣ ସି-ପ୍ଳେନ ନଦୀରୁ ହିଁ ଉଡାଣ ଭରିବ। ଏହା ବ୍ୟତୀତ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହା ଆନନ୍ଦଦାୟକ ରହିବ। ସି-ପ୍ଲେନ ଲୋକଙ୍କ ପାଇଁ ଏକଦମ ନୂଆ ଅନୂଭୂତି ରହିବ। ଏ ପ୍ରକାର ସୁବିଧା ପୂର୍ବରୁ ଜାପାନରେ ହିଁ ଅଧିକ ଲୋକପ୍ରିୟ ରହିଛି।

ତେବେ ପ୍ରଥମ ସି-ପ୍ଲେନ ଅହମଦାବାଦର ସାବରମତୀ ନଦୀରୁ କେବଡିଆ ଡ୍ୟାମ ପର୍ଯ୍ୟନ୍ତ ଯାତ୍ରା କରିବ। ସେଠାରେ ହିଁ ବିଶ୍ବର ସବୁଠୁ ଉଚ୍ଚତମ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ରହିଛି। କୁହାଯାଉଛି ଖୁବ୍ କମ୍ ସମୟ ମଧ୍ୟରେ ଏହା ଟୁରିଜମର ମାଧ୍ୟମ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.