Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସ୍ପିନର ଓ ଫାଷ୍ଟ ବୋଲରଙ୍କ କାରନାମା, ୧୪୩ ବର୍ଷରେ ପ୍ରଥମ ଥର କ୍ରିକେଟ୍ ମ୍ୟାଚ୍‌ରେ ଘଟିଲା ଏମିତି

25/01/2021 at 4:34 PM

ଗାଲେ ୨୫।୦୧: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଘରୋଇ ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ୧୨୬ ରନରେ ଅଲଆଉଟ୍  ହୋଇଛି। ଶ୍ରୀଲଙ୍କାର ସମସ୍ତ ୧୦ ଓ୍ଵିକେଟ୍ ସ୍ପିନର ନେଇଛନ୍ତି। ଡମ୍ ବେସ୍ ଓ ଜ୍ୟାକ୍ ଲିଚ ଚାରୋଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ଜୋ ରୁଟ୍ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ମ୍ୟାଚ୍‌ର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୮୧ ରନ କରିଥିଲା। ଉକ୍ତ ଇନିଂସରେ ଇଂଲଣ୍ଡର ଦ୍ରୁତ ବୋଲର ସମସ୍ତ ୧୦ ଓ୍ଵିକେଟ୍ ନେଇଥିଲେ। ଜେମ୍ସ ଆଣ୍ଡରସନ ୬, ମାର୍କ ଉଡ ୩ ଓ ସାମ କରନ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ଟେଷ୍ଟ କ୍ରିକେଟ୍‌ର ୧୪୩ ବର୍ଷର ଇତିହାସରେ ପ୍ରଥମ ଥର ଏମିତି ଘଟିଛି। କୌଣସି ଦଳ ଗୋଟିଏ ଇନିଂସରେ ସମସ୍ତ ଓ୍ଵିକେଟ୍ ଦ୍ରୁତ ବୋଲର ନେଇଥିବା ବେଳେ ଦ୍ଵିତୀୟ ଇନିଂସରେ ସମସ୍ତ ୧୦ ଓ୍ଵିକେଟ୍ ସ୍ପିନରମାନେ ନେଇଛନ୍ତି।

ଶ୍ରୀଲଙ୍କାର ଦ୍ଵିତୀୟ ଇନିଂସରେ କେବଳ ୪ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। କୁଶଲ ପେରେରା ୧୪, ଲାହିରୁ ଥିରିମାନେ ୧୩, ରମେଶ ମେଣ୍ଡିସ ୧୬ ଓ ଲସିଥ ଏମ୍ବୁଲଡେନିଆ ୪୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଆଞ୍ଜେଲା ମାଥ୍ୟୁସ୍ ୫ ରନରେ ଆାଉଟ୍ ହୋଇଛନ୍ତି।

ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ଦଳ ଏକଦା ୮ ଓ୍ଵିକେଟ୍‌ରେ ୭୮ ରନ କରିଥିଲା। ଏମ୍ଵୁଲଡେନିଆ କ୍ରିଜ୍‌କୁ ଆସି ୪୨ ବଲରୁ ୪୦ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ଘରୋଇ ଦଳ ୧୦୦ ଅତିକ୍ରମ କରି ପାରିଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପାଇଁ ଏମ୍ଵୁଲଡେନିଆ ଦମଦାର ପ୍ରଦର୍ଶନ କରିଛନ୍ତି।

   Related Posts