Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଓଡିଶା ପାଇଁ ଗୌରବ-ଦିଲ୍ଲୀରେ ଜନତାଙ୍କ ସ୍ୱାର୍ଥ ପାଇଁ ଓଡିଆ ପୁଲିସ ଅଧିକାରୀଙ୍କ କାର୍ଯ୍ୟକାଳ ଏକ ମାସ ବୃଦ୍ଧି

31/01/2020 at 9:58 PM

ନୂଆଦିଲ୍ଲୀ ୩୧।୦୧ – ଏପରି କିଛି ଓଡ଼ିଆ ଅଛନ୍ତି ଯାହା ପାଇଁ ସାରା ରାଜ୍ୟ ଗର୍ବ କରିଥାଏ। ଏପରି ଜଣେ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଅମୁଲ୍ୟ ପଟ୍ଟନାୟକ । ବେଶ ସଫଳ ଭାବେ ସେ ଦେଶର ରାଜଧାନୀ ନୂଆଦିଲ୍ଲୀ ସହ ଦିଲ୍ଲୀର ପୁଲିସ କମିଶନର ଭାବେ କାମ କରିଥିଲେ। ଅପରାଧୀଙ୍କ ଦମନ ସହ ଅନେକ କାର୍ଯ୍ୟକୁ ବେଶ୍‌ ସଫଳ ଭାବେ କରିଛନ୍ତି । ତାଙ୍କର ମାର୍ଗଦର୍ଶନରେ ଆମେରିକା ପରି ଦିଲ୍ଲୀରେ ମହିଳା ପୁଲିସ କମାଣ୍ଡୋମାନଙ୍କୁ ନେଇ ସ୍ୱାଟ ଟିମ୍‌ ଗଠନ କରାଯାଇଛି। ଜାନୁଆରୀ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଏକ ମାସ ବୃଦ୍ଧି କରିଛନ୍ତି ।


ଅମୂଲ୍ୟ ପଟ୍ଟନାୟକ ୧୯୮୫ ବ୍ୟାଚର ଆଇପିଏସ୍‌ ଅଧିକାରୀ । ଶୁକ୍ରବାରରେ ସେ ଅବସର ନେଉଥିବା ବେଳେ କେନ୍ଦ୍ର ଗୃହ ବିଭାଗ ତାଙ୍କର କାର୍ଯ୍ୟକାଳକୁ ଏକ ମାସ ପାଇଁ ବୃଦ୍ଧି କରିଛନ୍ତି ।

ଦିଲ୍ଲୀରେ ଆଗକୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି। ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ବଡ କାଠିକର ପାଠ । ସେଥିପାଇଁ ତାଙ୍କୁ ଏହି ଗୁରୁ ଦାୟୀତ୍ୱ ପୁଣି ପ୍ରଦାନ କରାଯାଇଛି ।

ଅଲ୍‌ ଇଣ୍ଡିଆ ସର୍ଭିସ ରୁଲ୍‌ ଧାର ୧୬(୧) ଅନୁସାରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ତାଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ୧୯୮୫ ମସିହାରେ AGMUT କ୍ୟାଡରରେ ସେ ନିଯୁକ୍ତି ପାଇଥିଲେ ।

ଦିଲ୍ଲୀରେ ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ଓ ୧୧ ତାରିଶରେ ଗଣତି କରାଯିବ ।

   Related Posts