ଟ୍ରାକ୍ଟର ପରେଡରେ ଯୋଗ ଦେଇଥିବାରୁ ଚାଷୀଙ୍କୁ ମିଳିତ କୃଷକ ମଞ୍ଚର ଧନ୍ୟବାଦ, କହିଲେ ‘ହିଂସା ସହ ସମ୍ପର୍କ ନାହିଁ’

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୧: ରାଜଧାନୀ ଦିଲ୍ଲୀରେ ମଙ୍ଗଳବର ୭୨ତମ ସାଧରଣତନ୍ତ୍ର ଦିବସ ଧୂମଧାମରେ ପାଳିତ ହୋଇଛି। ବିବିଧତାରେ ଏକତାର ଦେଶ ଭାରତର ସାଂସ୍କୃତିକ ବୈଭବର ଛଟା ରାଜପଥରେ ଦେଖିବାକୁ ମିଳିଛି। ସେପଟେ କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ ବିରୋଧରେ ରାଜଧାନୀକୁ ଘେରି ରଖିଥିବା ଚାଷୀ ଦିଲ୍ଲୀ ରାଜପଥ ସମାନ୍ତରାଳରେ ଟ୍ରାକ୍ଟର ପରେଡ କରିଛନ୍ତି।

{"id":398856,"sizeSlug":"large","linkDestination":"none"}

ମିଳିତ କୃଷକ ମଞ୍ଚ ପକ୍ଷରୁ ଆୟୋଜିତ ପରେଡ ଯୋଜନା ମୁତାବକ ଶାନ୍ତିପୂର୍ଣ୍ଣ ସମ୍ପନ୍ନ ହୋଇଥିବା ଆୟୋଜକ କହିଛନ୍ତି। ଏଥିଲାହି ଟ୍ରାକ୍ଟର ପରେଡରେ ଅଂଶଗ୍ରହଣ କରିବାକୁ ଆସିଥିବା ଚାଷୀଙ୍କୁ ମୋର୍ଚ୍ଚା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସେପଟେ ମିଳିତ କୃଷକ ମୋର୍ଚ୍ଚାର ଟ୍ରାକ୍ଟର ପରେଡ ବେଳେ ରାଜଧାନୀ ଦିଲ୍ଲୀରେ ବ୍ୟାପକ ହିଂସା ଦେଖାଯାଇଛି।

{"id":398857,"sizeSlug":"large","linkDestination":"none"}

ପରେଡରେ ଅଂଶଗ୍ରହଣ କରିବାକୁ ଆସିଥିବା ଚାଷୀ ମାର୍ଗ ବଦଳାଇ ରାଜଧାନୀ ଦିଲ୍ଲୀକୁ ପଶିବା ସହ ବ୍ୟାପକ ହିଂସା ଭିଆଇଛନ୍ତି। ପରେଡରେ ଅଂଶଗ୍ରହଣ କରିଥିବା ଟ୍ରାକ୍ଟର ଗୁଡିକ ଦିଲ୍ଲୀ ଲାଲ କିଲ୍ଲା ପର୍ଯ୍ୟନ୍ତ ପହଞ୍ଚିବା ସହ ସେଠାରେ ନିଜର ପତାକା ଲଗାଇଛନ୍ତି। ତେବେ କୃଷକମଞ୍ଚ ପ୍ରସଙ୍ଗରୁ ସିଧାଶଳଖ ଓହରି ଯାଇଛି।

{"id":398858,"sizeSlug":"large","linkDestination":"none"}

ଟ୍ରାକ୍ଟର ରାଲି ବାହାନାରେ ରାଜଧାନୀରେ ହିଂସାକାଣ୍ଡ ଅସାମାଜିକ ତତ୍ୱଙ୍କ କାଣ୍ଡ ବୋଲି ମିଳିତ କୃଷକମଞ୍ଚ କହିଛି। ଏହା ସହ ଏଭଳି କାଣ୍ଡ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବାକୁ ମଞ୍ଚ ପଛାଇ ନାହିଁ। କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ଓ ସଙ୍ଗଠନକୁ ବଦନାମ କରିବା ଲାଗି ଏହା ଏକ ଚାଲ ବୋଲି ସଙ୍ଗଠନ କହିଛି।  ପୂର୍ବରୁ ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ହିଂସାକାଣ୍ଡ ସହ ସଙ୍ଗଠନର ସମ୍ପୃକ୍ତି ନଥିବା କହି ପ୍ରସଙ୍ଗରୁ ଓହରି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.