ପାକିସ୍ତାନ ହେଲା କଣ୍ଟା, ଭାରତରେ ହେବାକୁ ଥିବା ବିଶ୍ୱକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାକୁ ଆଇସିସି ନେଲା ନିଷ୍ପତ୍ତି

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ, ୨୩|୦୭: ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ୍ ଭାରତରେ ୨୦୨୩ରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ସ୍ଥଗିତ କରିଦେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଏହସାନ ମନିଙ୍କ ଅନୁରୋଧକ୍ରମେ ଆଇସିସି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହାକୁ ଫେବ୍ରୁଆରୀ-ମାର୍ଚ୍ଚରେ ଆୟୋଜନ କରାଯାଇଥାନ୍ତା । କିନ୍ତୁ ପିସିବିର ଅନୁରୋଧ ପରେ ଏହାର ଆୟୋଜନ ଅକ୍ଟୋବର-ନଭେମ୍ବର ୨୦୨୩ରେ ହୋଇପାରେ ।

ରିପୋର୍ଟ ଅନୁସାରେ, ଫେବ୍ରୁଆରୀ-ମାର୍ଚ୍ଚରେ ପାକିସ୍ତାନ ପ୍ରିମିୟର ଲିଗ୍‌କୁ ଆୟୋଜନ କରାଯିବ । ତେଣୁ ଏହସାନ ମନି ଆଇସିସିକୁ ଅନୁରୋଧ କରିଥିଲେ । ଆଇସିସି ମଧ୍ୟ ଅନୁରୋଧ ରକ୍ଷା କରିଛି । ୨୦୨୧ ଓ ୨୦୨୨ରେ ଆୟୋଜିତ ଟି୨୦ ବିଶ୍ୱକପ ଅକ୍ଟୋବର ଓ ନଭେମ୍ବରରେ ଆୟୋଜିତ ହେବ । ତେଣୁ ପିସିବି ବିନା ବାଧାରେ ଆସନ୍ତା ୩ ବର୍ଷ ଯାଏଁ ପିଏସଏଲକୁ ଆୟୋଜନ କରିପାରିବ ।

ପୂର୍ବତନ ପାକିସ୍ତାନୀ ଖେଳାଳି ସୋଏବ ଅଖତାର ଓ ରଶିଦ ଲତିଫ ଅଭିଯୋଗ କରିଥିଲେ ଯେ, ବିସିସିଆଇ ପାଇଁ ଆଇସିସି ଅକ୍ଚୋବର  ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି । ଏପରିକି ବିସିସିଆଇ ପାଇଁ ଟି୨୦ ବିଶ୍ୱକପ ଓ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.