Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଅଭାବ ଯୋଗୁଁ ୫୪୦ଟଙ୍କା ସୁଝି ପାରୁନଥିଲେ ବୃଦ୍ଧ, ୫ଘଣ୍ଟା ଗଛରେ ବାନ୍ଧି ଦେଲେ ନିର୍ଯ୍ୟାତନା

6/02/2019 at 2:36 PM

ସୋର୬|୨: ବାଲେଶ୍ବର ଜିଲ୍ଲା ଖଇରା ଥାନା କୁରୁଂ ପଞ୍ଚାୟତ କଲିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ହଳକରି ୫୪୦ଟଙ୍କା ଦେଇନପାରିବାରୁ ଜଣେ ୬୮ ବର୍ଷର ବୃଦ୍ଧକୁ ୫ଘଣ୍ଟା ଧରି ଗଛରେ ବାନ୍ଧି  ଦଣ୍ଡ ଦିଆଯାଇଛି ।ଏହାକୁ ନେଇ ଗ୍ରାମବାସୀ ମଧ୍ୟରେ ଉତେଜନା ଦେଖା ଦେଇଛି । ଏଭଳି ଅମାନବୀୟ ଆଚରଣ କରିଥିବା ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି ହୋଇଛି ।

ସୂଚନାରୁ ଜଣାଯାଏ କଲିହା ଗ୍ରାମର ଦିବାକର ବାରିକ (୬୮) ୪ମାସ ତଳେ ବାସୁଦେବପୁର ଗ୍ରାମର ଅଭୟ ଜେନାଙ୍କର ଟ୍ରାକ୍ଟରରେ ହଳକରିଥିଲେ । ହଳ ବାବଦକୁ ୫୪୦ଟଙ୍କା ବାକି ରହିଥିଲା ।  ଅଭୟ ବାରାମ୍ବାର ଦିବାକରଙ୍କୁ ବାକି ଥିବା ଟଙ୍କା ମାଗି ଆସୁଥିଲା । କିନ୍ତୁ ଅଭାବ ଯୋଗୁଁ ଦିବାକର ଟଙ୍କା ଦେଇ ପାରୁନନଥିଲେ । ଇତି ମଧ୍ୟରେ ଟଙ୍କା ପାଇଁ ଦିବାକରକୁ ଅଭୟ୨, ୩ ଥର ମାରଧର ମଧ୍ୟ କରିଥିଲା

ତେବେ  ଗତକାଲି ଦିବାକର ଅଭୟଙ୍କ ଗାଁ ଦେଇଯାଉଥିବାବେଳେ ଅଭୟ ପ୍ରଥମେ ଦିବାକରଙ୍କୁ ଏକ କାଠ ଫାଳିଆରେ ଆକ୍ରମଣକରିଥିଲା । ତାପରେ ଦିନ ୧୨ଟାରୁ ୫ଟା ପର୍ଯ୍ୟନ୍ତ ଏକ ଗଛରେ ବାନ୍ଧି ରଖିଥିଲା । ଏହାକୁ ନେଇ ସ୍ଥାନୀୟ ଅଚଂଳରେ ଅସନ୍ତୋଷ ଦେଖାଦେଇଥିଲା ।ଖଇରା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଦିବାକରଂକୁ ଉଦ୍ଧାର କରିଥିଲା । ଅନ୍ୟ ପକ୍ଷରେ ଅଭୟକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

   Related Posts