ଅଭାବରୁ ନଷ୍ଟ ହେଲା ସ୍ୱଭାବ : ଘର ଖର୍ଚ୍ଚ ପାଇଁ ୧୪ ଦିନର ପିଲାକୁ ବିକିଦେଲେ ଜନ୍ମଦାତା

Published By : Prameya-News7 Bureau | May 17, 2021 IST

ଗାଜିଆବାଦ ୧୭/୫ : କରୋନା କାଳରେ ମୁସ୍କିଲ ହୋଇପଡିଛି ଜୀବିକା । କାହାର ବଞ୍ଚିବା ଦୁର୍ବିସହ ହୋଇପଡୁଛି ତ କାହାକୁ ମିଳୁନି ମୁଠାଏ ଦାନା । ଏପରି ସ୍ଥିତିରେ ବଞ୍ଚିବେ କେମିତି । ଲକଡାଉନ ପାଇଁ ରୋଜଗାର ପତ୍ର ବନ୍ଦ ହୋଇପଡିଛି । ଦୈନିକ ଏପରି ଘଟଣା ଆଶ୍ଚର୍ଯ୍ୟଚକିତ କରିଦେଉଛି । ଗାଜିଆବାଦରେ ଏପରି ଅନୁରୂପ ଘଟଣା ନଜର ଆସିଛି । ଯେଉଁଠି ଘର ଖର୍ଚ୍ଚ ଉଠାଇବାକୁ ନିଜର ୧୪ ଦିନର ପିଲାଙ୍କୁ ବିକିଦେଇଛନ୍ତି ଜନ୍ମକଲା ବାପା ମାଆ ।

ଗତ ୩ ବର୍ଷ ତଳେ ଏମିତି ଅଭାବ ପାଇଁ ଜଣେ ଶିଶୁ ପୁତ୍ରକୁ ବିକିଦେଇଥିଲେ । ପୋଲିସ ସୂଚନା ମୁତାବକ ଡାବର ତାଲାବରେ ରହୁଥିବା ଦମ୍ପତ୍ତି ନିଜର ୧୪ ଦିନର ପିଲାକୁ ବିକିଦେଇଛନ୍ତି । ଯେମିତି ପୋଲିସ ଏ ବିଷୟରେ ସୂରାକ୍ ନପାଏ ସେଥିପାଇଁ ସେମାନେ ତାଙ୍କର ସମ୍ପର୍କୀୟଙ୍କୁ ଥାନାରେ ଏତଲା ଦେବାକୁ ପଠାଇଥିଲେ କି ତାଙ୍କର ୧୪ ଦିନର ଶିଶୁପୁତ୍ର ଚୋରୀ ହୋଇଯାଇଛି । ଏତଲା ଆଧାରରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା ।

ଲୋନି କୋଟୱାଲି ପୋଲିସ କହିଛି ଯେ ପୀଡିତାଙ୍କ ସହ କଥାବାର୍ତ୍ତା ବେଳେ ସେ ବାରମ୍ବାର ନିଜର ବୟାନ ବଦଳାଉଥିବାରୁ ସନ୍ଦେହ ହୋଇଥିଲା । ପାଖ ପଡୋଶୀଙ୍କୁ ପଚରା କରିବାରୁ ଲୋକେ କହିଥିଲେ କି ୨ ଜଣ ଲୋକ ଅଭିଯୁକ୍ତ ଦମ୍ପତ୍ତଙ୍କ ଘରୁ ଏକ କଳା ବ୍ୟାଗ ନେଇ ବାହାରିଥିଲେ । ପୋଲିସ ସନ୍ଦେହ ଆହୁରି ବଢିଥିଲା । ପଚରା ଉଚରା କରାଯିବା ପରେ ସତ ଉଗାଳିଥିଲେ ଦମ୍ପତ୍ତି । ଘର ଖର୍ଚ୍ଚ ଚଳାଇବାକୁ ସେମାନେ ଏପରି କରିଥିବା ପୋଲିସ ଆଗରେ ସ୍ୱିକାର କରିଛନ୍ତି । ୩ ବର୍ଷ ତଳେ ବି ସମାନ ପରିସ୍ଥିତି ପାଇଁ ପିଲା ବିକ୍ରି କରିଥିବା ମାନିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.