ମୋଦି ବଲାଙ୍ଗିର ଆସୁଛନ୍ତି ବୋଲି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ପାଟଣାଗଡ଼ର ରାଜା , ସାଥୀରେ ରାଣୀ ସାହିବା: ବିଜେଡି ଓ କଂଗ୍ରେସର ଟାଣ କିଛି ପଡିବନି ପ୍ରଭାବ

Published By : Prameya-News7 Bureau | January 13, 2019 IST

ବଲଙ୍ଗିର୧୩|୧: ୧୯ ନିର୍ବାଚନକୁ ନେଇ ଜମିଲାଣି ରାଜନୈତିକ ହଲଚଲ । ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗିର ଗସ୍ତ ବିଜେପିକୁ ଉତ୍ସାହିତ କରିଛି । ମୋଦିଙ୍କ ଏହି ଗସ୍ତକାର୍ଯ୍ୟକ୍ରମର ଫୋକସରେ ରହିବ ପୂରା ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ୧୦ଜିଲ୍ଲା ଓ ୬ ସଂସଦୀୟ କ୍ଷେତ୍ରରେ ଦଳୀୟ ନେତାଙ୍କ ଆକ୍ଟିଭିଟିକୁ ଦେଖିଲେ ଏୟା ହିଁ ଅନୁମାନ କରିହେଉଛି । ହେଲେ ମୋଦିଙ୍କ ଗସ୍ତ ସେମିତି କିଛି କମାଲ କରିପାରିବ ନାହିଁ ବୋଲି ଦମ୍ଭ ଦେଖାଇଛନ୍ତି ଉଭୟ ବିଜେଡି ଆଉ କଂଗ୍ରେସ ।

{"id":73439}

ମୋଦି ଆସୁଛନ୍ତି ବୋଲି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ପାଟଣାଗଡ଼ର ରାଜା । ସାଥୀରେ ରାଣୀ ସାହିବା ବି ଅଛନ୍ତି । ମା’ ପାଟଣେଶ୍ବରୀଙ୍କ ପାଖରେ ପୂଜାର୍ଚ୍ଚନା ପରେ ଦୁଆର ଦୁଆର ବୁଲି ମୋଦିଙ୍କ ସଭାରେ ସାମିଲ ହେବାକୁ ଅନୁରୋଧ କରୁଛନ୍ତି ।

{"id":73440}

ଆସନ୍ତା ୧୫ରେ ବଲାଙ୍ଗିର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନର କାର୍ଯ୍ୟକ୍ରମ ରହିଛି । ହେଲେ ତାରି ଭିତରେ ବି ରହିଛି ନିର୍ବାଚନୀ ଚାଲ୍‌ । ପଶ୍ଚିମ ଓଡ଼ିଶାରେ ବିକାଶର ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ । ଯାହା ଦଳୀୟ କର୍ମୀଙ୍କ ଭିତରେ ଜୋସ୍‌ ଭରିବ ବୋଲି ଆଶା କରୁଛନ୍ତି ରାଜ୍ୟ ବିଜେପି ସଭାପତି ।

{"id":73441}

ହେଲେ ବଲାଙ୍ଗିରରେ ବିଜେପିର ଏଭଳି ପ୍ରସ୍ତୁତିକୁ ଦେଖିବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସି ନେତା । ମୋଦିଗସ୍ତକୁ ନେଇ କଂଗ୍ରେସ ନେତା,  ନିକଟରେ ହୋଇଥିବା ୫ରାଜ୍ୟର ନିର୍ବାଚନ ଫଳାଫଳର ଦ୍ବାହି ଦେଉଥିବା ବେଳେ ଓଡ଼ିଶାରେ ନବୀନଙ୍କ ଜୟଯାତ୍ରା ଜାରି ରହିବ ବୋଲି ଦମ୍ଭ ଦେଖାଇଛନ୍ତି ବିଜେଡି ନେତା ।

{"id":73442}

ଖୋର୍ଦ୍ଧା-ବାରିପଦା ପରେ ମୋଦିଙ୍କ ବଲାଙ୍ଗିର ଗସ୍ତ ରାଜ୍ୟ ବିଜେପି ନେତାଙ୍କୁ ଉତ୍ସାହିତ କରିଛି । ୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ମୋଦି ଇଫେକ୍ଟ କାମ କରିବ ବୋଲି ଆଶା କରିଛି ଦଳ । ହେଲେ ବିଜେଡିର ବିଜୟ ଯାତ୍ରା ଓ କଂଗ୍ରେସର ଜୋସ୍‌କୁ ପଦ୍ମ ଦଳିଆ କେମିତି ମୁକାବିଲା କରିବେ ଆଉ ଭୋଟର କାହା ସପକ୍ଷରେ ନିଜର ସମର୍ଥନ ଢ଼ାଳିବେ ତାହା ଏବେଠୁ କହିବା ମୁସକିଲ୍‌ ।

{"id":73443}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.