ଜୀବନରେ କେବେ ମାଡି ନାହାନ୍ତି ସ୍କୁଲ୍ ଦ୍ବାର, ଶିକ୍ଷା ପାଇଁ ପାଇଲେ ପଦ୍ମଶ୍ରୀ...

Published By : Prameya-News7 Bureau | November 14, 2021 IST

ନୂଆଦିଲ୍ଳୀ ୧୪।୧୧ : ଚଳିତ ବର୍ଷର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହରେକାଲା ହାଜବାଙ୍କ କୃତଜ୍ଞତାକୁ ସମସ୍ତେ ମନେ ରଖିଛନ୍ତି। ତାଙ୍ସେକ ଜୀବନୀ କାହାଣୀ ଶୁଣିକି ସମସ୍ତଙ୍କ ଆଖିରୁ ଲୁହ ଆସି ଯିବ । କାରଣ ସେ ତାଙ୍କ ଗାଁ ପାଇଁ ଯାହା କରିଛନ୍ତି ସମସ୍ତେ ମନେ ରଖିବେ । ଏନେଇ ସେ ଏକ ସାକ୍ଷାତକାର କହିଛନ୍ତି ତାଙ୍କ ଗାଁର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବାର ସ୍ୱପ୍ନ ବାସ୍ତବରେ ପରିଣତ ହେବାକୁ ଲାଗିଲା। ସେହି ଦିନ ମୋ ସ୍ବପ୍ନ ପୁରଣ ହେଲା । ୩୧ ବର୍ଷ ପୂର୍ବେ ଏକ ଘଟଣାକୁ ସେ ବର୍ଣ୍ଣନା କରି କହିଛନ୍ତି ।ସେ କିଭଳି ତାଙ୍କ ଜୀବନରେ ସମସ୍ତ ଭିତରେ ଗତି କରିଛନ୍ତି ତାହା ଜଣାଇଛନ୍ତି । ସାଧାରଣ କମଳା ବିକ୍ରି କରି ଆଜି ସେ ପଦ୍ମଶ୍ରୀ ସମ୍ମାନ ପାଇଁଛନ୍ତି ତାହାକୁ ନେଇ ସେ ଆଜି ଗର୍ବିତ । ସେ ସେଠାରେ ସମସ୍ତଙ୍କ ପାଇଁ ଜଣେ ମିସାଲ ହୋଇ ଯାଇଛନ୍ତି ।

ତେବେ ଯେତେବେଳେ ୧୯୯୦ ରେ, ବସ୍ ଡିପୋରେ କମଳା ବିକ୍ରି କରୁଥିଲେ, ତାଙ୍କୁ ଜଣେ ବିଦେଶୀ କମଳା ମୂଲ୍ୟ ପଚାରିଥିଲେ। ସେତେବେଳେ ସେ ବୁଝି ପାରିନଥିଲେ। ଯେଉଁଥିପାଇଁ ତାଙ୍କୁ ଦୁଃଖ ଦେଇଥିଲା । କାରଣ ତାଙ୍କ ଅତ୍ୟଧିକ ଦାରିଦ୍ରତା ହେତୁ ବିଦ୍ୟାଳୟରେ ପାଠ ପଢିପାରି ନଥିଲେ । ଘରର ଅଭାବ ଅସୁବିଧା ହେତୁ ତାଙ୍କୁ ବହୁତ ଅଭାବ ଦେଇ ଗତି କରିଥିଲେ । ଏଥି ପାଇଁ ସେ ଭାବିଥିଲେ କି ମୁଁ ସିନା ପଢି ପାରିଲି ନାହିଁ , ମୋ ଗାଁର ପିଲାମାନେ ସମସ୍କତେ ପାଠ ପଢିବେ । କେହି ବଞ୍ଚିତ ରହିବେ ନାହିଁ । ହାଜବା ଦାରିଦ୍ର ତାଙ୍କ ଜୀବନ ବିତାଉଥିଲେ ଏବଂ ଜୀବନ ଜୀବିକା ପାଇଁ କମଳା ବିକ୍ରି କରିଥିଲେ। ତଥାପି, ସେ ଯାହା କିଛି ସମ୍ଭବ ହେଲା ସେ ସବୁ କଲେ, ସମସ୍ତଙ୍କ ନିକଟକୁ ଆସି, ନିର୍ବାଚିତ ପ୍ରତିନିଧିମାନଙ୍କୁ ଅନୁରୋଧ କଲେ,କି ଏହି ଗାଁର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ଖୋଲିବେ । ୧୯୯୦ ଘଟଣାର ଦୁଇ ବର୍ଷ ପରେ, ହାଜବା ସ୍ଥାନୀୟ ନେତାଙ୍କ ନିକଟକୁ ଏକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଏହା ସହିତ ତାଙ୍କର କିଛି ରୋଜଗାର ମଧ୍ୟ ପଇସା ସଞ୍ଚୟ କରିଥିଲେ। ତାଙ୍କର ସଞ୍ଚୟ ପଇସା ଏବଂ ଅନ୍ୟମାନଙ୍କ ସମ୍ପୂର୍ଣ୍ଣ ସାହାଯ୍ୟରେ ହାଜବା ଏକ ଜମି କିଣିଥିଲେ । ଗାଁର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ସରକାରଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

୨୦୦୧ରେ, ଏକ କୋଠା ନିର୍ମାଣ କରାଯାଇଥିଲା ଏବଂ ୧-୫ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ଚାରି ବର୍ଷ ପାଇଁ, ହାଜବା ଉଚ୍ଚ ଶ୍ରେଣୀ ପାଇଁ ଅନୁମୋଦନ ପାଇବାକୁ ଚେଷ୍ଟା କଲେ ଏବଂ ୨୦୦୫ରେ, ଷଷ୍ଠ ଶ୍ରେଣୀରେ ଆରମ୍ଭ ହେଲା । ୨୦୧୦ସୁଦ୍ଧା, ହାଜବାଙ୍କ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ  ଆରମ୍ଭ କରିଥିଲେ । ଏହା ସହ ସେହି ସ୍କୁଲରେ ହାଜବାଙ୍କ ନିଜ ଝିଅ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ପଢିଥିଲେ ।, ବର୍ତ୍ତମାନ ତାଙ୍କ ନାତୁଣୀ ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ଛାତ୍ର ଅଟନ୍ତି । ତେବେ ତାଙ୍କର ଏହି ସ୍କୁଲରେ କୋଠରୀରେ ରଖାଯାଇଥିବା ସ୍ମୃତିଚାରଣରେ ଶହ ଶହ ପ୍ରମାଣପତ୍ର, ଫଟୋ, ପୁରସ୍କାରରେ ସଜା ଯାଇଛି । କିନ୍ତୁ ଏହାରି ମଧ୍ୟରେ ହାଜବାବାଙ୍କୁ ପଦ୍ମଶ୍ରୀ ସମ୍ମାନ ଏହି କୋଠରୀରେ ରଖାଯାଇଛି । ଏହା ସହ ବର୍ତ୍ତମାନ ତାଙ୍କର ଇଚ୍ଛା କି ବିଦ୍ୟାଳୟକୁ ଯିବା ପାଇଁ ସଠିକ୍‌ ରାସ୍ତା ନାହିଁ କିମ୍ବା ସଂଯୋଗ ନାହିଁ। ଏଥିପାଇଁ ବସ୍ ନ ଥିବାରୁ ଆମର ଛାତ୍ରମାନେ ଚାଲିକି ବିଦ୍ୟାଳୟକୁ ଯାଆ ଆସ କରୁଛନ୍ତି । ଯଦି ତାହା ସ୍ଥିର ହୋଇପାରିବ ତେବେ ଅଧିକ ଛାତ୍ର ଛାତ୍ରୀ- ବିଶେଷକରି ଅଧିକ ବିଦ୍ୟାଳୟକୁ ଆସିବେ ବୋଲି ସେ କହିଛନ୍ତି।

କିନ୍ତୁ ହାଜବା ଯେତେବେଳେ ଏହି ସମ୍ମାନ ପାଇଁ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଏତେ ନିକଟତର ଭାବେ ଦେଖିଥିଲେ ସେତେବେଳେ ସେ ଖୁବ୍‌ ଖୁସି ହେବା ସହ ନିଜକୁ ଗର୍ବ ଚମତ୍କାର ବୋଲି ମନେ କରିଥିଲେ। ଏପରିକି “ତାଙ୍କ ପରି ଜଣେ ଗରିବ ଲୋକ କିପରି ସେମାନଙ୍କ ସାମ୍ନାରେ ଚପଲ ପିନ୍ଧି ଏଭଳି ସମ୍ମାନଜନକ ପୁରସ୍କାର ପାଇ ପାରିବ, ସେଥିପାଇଁ ସେ ତାଙ୍କର ଚପଲ ଗୁଡ଼ିକୁ କାଢି ଦେଇଥିଲେ । ସେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ଖାଲି ପାଦରେ ଥିବା ପଦ୍ମଶ୍ରୀ – ସମ୍ମାନକୁ ଗ୍ରହଣ କରିଥିଲେ । ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପାଇବା ଦିନଠାରୁ, ତାଙ୍କ ଫୋନ୍‌କୁ ଏବଂ ତାଙ୍କ ସମ୍ପର୍କୀୟମାନେ ଆସି ତାଙ୍କୁ ଅଭିନନ୍ଦନଙ୍କ ଶୁଭେଚ୍ଛା ଜଣାଇଥିଲେ ।

ଏହାକୁ ନେଇ ସେ କହିଥିଲେ କି ଏହା ମୋର ପୁରସ୍କାର ନୁହେଁ। ଏହା ବିଦ୍ୟାଳୟ ପାଇଁ ଅଟେ । ମୁଁ ଏତେ ବଡ ବ୍ୟକ୍ତି ନୁହେଁ ବୋଲି ସେ କହିଛନ୍ତି ଏବଂ ଏହା କରିବା ପାଇଁ ସମସ୍ତ ସମ୍ପ୍ରଦାୟ ଏବଂ ବିଭାଗର ଲୋକମାନେ ଏକାଠି ହୋଇଥିଲେ। ଯେଉଁଥି ପାଇଁ ଶହ ଶହ ଦୟାଳୁ ଦାତା ଏବଂ ସରକାରଙ୍କ ସାହାଯ୍ୟର ମୁଁ ଏହାକୁ ପାଇ ପାରିଛି । ପ୍ରଥମେ ବିଧାୟକ ଠାରୁ ଆରମ୍ଭ କରି ବର୍ତ୍ତମାନର ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ - ପୂଜାରୀଙ୍କ ସମେତ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ଯିଏ ବିଦ୍ୟାଳୟ ପାଇଁ ପାଣ୍ଠି ଆବଣ୍ଟନ କରିଥିଲେ - ହାଜବା ସେମାନଙ୍କ ଅବଦାନ ପାଇଁ ସମସ୍ତଙ୍କୁ ଶ୍ରେୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.