ତ୍ବଚାର ଚମକ ବଢ଼ାଇବାକୁ ଚାହୁଁଛନ୍ତି କି : ତେବେ ପାଣିରେ ମିଶାନ୍ତୁ ଏହି ଜିନିଷ

Published By : Prameya-News7 Bureau | March 07, 2019 IST

ଆପଣଙ୍କ ତ୍ବଚାର ଚମକ କମିଯାଇଛି କି? ସବୁ କିଛି ଉପାୟ ଅବଲମ୍ବନ କରିବା ପରେ ଆପଣଙ୍କ ତ୍ବଚାର ଚମକରେ କୈାଣସି ଫରକ ଅନୁଭବ ହେଉନାହିଁ? ଏହାର ଅର୍ଥ ଆପଣ ଦିନ ସାରା ପର୍ଯ୍ୟାପ୍ତ ପରିମାଣରେ ପାଣି ପିଉନାହାନ୍ତି। ଡିହାଇଡ୍ରେସନ କାରଣରୁ ମଧ୍ୟ ତ୍ବଚାର ଚମକ କମିଯାଇଥାଏ। ପାଣି ପିଇବା ଦ୍ବାରା ତ୍ବଚା ଆର୍ଦ୍ର ରହିଥାଏ ଏବଂ ଆର୍ଦ୍ରତା ଯୋଗୁଁ ଅନେକ ଫାଇଦା ମିଳିଥାଏ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ତ୍ବଚା ଆର୍ଦ୍ର ରହିବା ସହ ଚମକ ଆସୁ ଏବଂ ତ୍ବଚା ସ୍ବଚ୍ଛ ରହୁ ତେବେ ପ୍ରତିଦିନ  ଏକ ଗିଲାସ ପାଣିରେ ଏହି ଜିନିଷ ମିଶାଇ ପିଅନ୍ତୁ।

{"id":91309,"width":595,"height":435}

ଚିୟା ସିଡରେ ପୋଷକ ତତ୍ତ୍ବ ଭରି ରହିଥାଏ । ତେଣୁ ଏହା ସୁପରଫୁଡର ତାଲିକାରେ ଆସିଥାଏ। ଚିୟା ସିଡରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଓମେଗା ୩ ଭରି ରହିଥାଏ। ଯାହା ତ୍ବଚାରେ ଚମକ ଆଣିବାର କାମ କରିଥାଏ।

{"id":91311,"width":595,"height":396}

ପିଇବା ପାଣିକୁ ଫୁଟାଇବା ସମୟରେ ଏଥିରେ ଏକ ଚିମୁଟା ଡାଲଚିନି ଏବଂ ଗୋଟିଏ ସେଓ ଟୁକୁଡ଼ା ପକାନ୍ତୁ। ଏହାପରେ ପାଣି ଛାଣି ପିଇ ନିଅନ୍ତୁ।ଏହାର ସ୍ବାଦ ମଧ୍ୟ ଭଲ ଲାଗିବ ଏବଂ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାରିତ ଠିକ୍ ଭାବେ ହେବ। ଏହାଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଆସିବ।

{"id":91313,"width":593,"height":395}

ପିଇବା ପାଣିରେ ଷ୍ଟ୍ରବେରୀ ରସ ମିଶାଇ ଆପଣଙ୍କ ତ୍ବଚା ଦାଗହୀନ ହେବ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଥାଏ।

{"id":91314,"width":595,"height":307}

ସକାଳେ ନଖ ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ଆପଣଙ୍କ ଶରୀରରୁ ଚର୍ବି ଦୂର ହୋଇଥାଏ। ଏହା ଦ୍ବାରା ଆପଣଙ୍କ ତ୍ବଚାରେ ଥିବା ଦାଗ ଦୂର ହୋଇଥାଏ।

{"id":91315,"width":593,"height":380}

ପୁଦିନା ପାଣି ପିଇବା ଦ୍ବାରା ଆପଣଙ୍କ ପେଟ ପରିଷ୍କାର ହୋଇଥାଏ ଏବଂ ଆପଣଙ୍କ ତ୍ବଚାରେ କୈାଣସି ପ୍ରକାରର ଦାଗ ରହେନାହିଁ। ଆପଣ ଚାହିଁଲେ ପ୍ରତିଦିନ ପୁଦିନା ପାଣି ପିଇପାରିବେ। ଏହାଦ୍ବାରା ଆପଣଙ୍କ ତ୍ବଚାରେ ଚମକ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.