ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ, କରିବାକୁ ପଡିବ ଏହି କାମ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ଏବେ ରେଳ ଷ୍ଟେସନରେ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିବା । ମାତ୍ର ଏଥିପାଇଁ ୩୦ ଥର ବୈଠକ ମାରିବା ପାଇଁ ପଡିବ। ନୂଆଦିଲ୍ଲରେ ଥିବା ଆନନ୍ଦ ବିହାରରେ ପ୍ରଥମ କରି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏକ ମେସିନ୍‌ ଆଗରେ ୩୦ ଥର ଦଣ୍ଡ ବୈଠକ ମାରିବା ପାଇଁ ପଡିବ । ଏପରି କଲେ ଗୋଟିଏ ପ୍ଲାଟଫର୍ମ ଟିକେଟ୍‌ ମାଗଣାରେ ମିଳିବ ।

ଆନନ୍ଦ ବିହାର ଷ୍ଟେସନରେ ଏପରି ଏକ ମେସିନ୍‌ ଲଗାଯାଇଛି । ଏହି ମେସିନ୍‌ ସମ୍ମୁଖରେ ୧୮୦ ସେକେଣ୍ଡ ବା ତିନି ମିନିଟ୍‌ ମଧ୍ୟରେ ୩୦ଟି ଦଣ୍ଡ ବୈଠକ ମାରିବା ପାଇଁ ପଡିବ । ଏହା ଭାରତର ପ୍ରଥମ ଦଣ୍ଡ ବୈଠକ ମେସିନ୍‌ ।

ରେଳ ମନ୍ତ୍ରୀ ପୀଉଷ ଗୋୟଲ ଏହାକୁ ନେଇ ଟ୍ୱିଟ କରିଛନ୍ତି । ଏହାର ଏକ ଭିଡିଓ ବି ସେୟାର କରିଛନ୍ତି । ଏହାକୁ ଅନେକ ଲୋକ ପ୍ରଶଂସା କରିଛନ୍ତି । ଏହି ମେସିନ ସାମ୍ନାରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ବ୍ୟାୟାମ କରିବାକୁ ପଡିବ ।
ମେସିନ୍‌ ସାମ୍ନାରେ ଦୁଇଟି ପାଦ ଚିହ୍ନ କରାଯାଇଛି . ଏହି ପାଦ ଚିହ୍ନ ଉପରେ ଛିଡା ହୋଇ ବୈଠକ ମାରିବା ପାଇଁ ପଡିବ । ଅନେତ ଯାତ୍ରୀ ବି ବେଶ୍‌ ଆଗ୍ରହର ସହକାରେ ବୈଠକ ମାରି ମାଗଣା ଟିକେଟ୍‌ ନେଉଛନ୍ତି । ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.