Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କରୋନାର କରୁଣ ଦୁଃଖ, ପେଟ ଚାଖଣ୍ଡ ପାଇଁ ମଣିଷ-ପଶୁ ଏକାଠି

23/05/2021 at 10:37 AM

ନୀଳଗିରି, ୨୩/୫ : ଦାନ ମୁଠାଏ ପାଇଁ ଆଜି ପଶୁ ମଣିଷ ଏକାଠି । କରୋନା କାଳରେ ଜୀବନ ବଞ୍ଚାଇବା ତଥା ପେଟ ପୋଷିବା କାଠିକର ପାଠ ହୋଇପଡିଛି । କିଏ ଦାନା ଗଣ୍ଡାଏ ପାଇଁ ରାସ୍ତାକଡରୁ ଅଇଁଠା ଖାଉଛି ତ ଆଉ କିଏ ଦୟନୀୟ ଅବସ୍ଥାରେ ପଡିରହିଛି । ହେଲେ ବାଲେଶ୍ୱରରୁ ଭାଇରାଲ ହୋଇଥିବା ଏ ଫଟୋ ଯେ କେହି ଦେଖିବ ସେ ବି ବିଚଳିତ ହୋଇପଡିବ । ନୀଳଗିରି ଉପଖଣ୍ଡ କଚେରୀ ବଜାରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ପେଟ ଚାଖଣ୍ଡ ପାଇଁ ମଣିଷ ପଶୁ ଏକାଠି ଅନାଇ ରହିଛନ୍ତି ।

କରୋନାର କରାଳ ରୂପ କେତେ ପ୍ରଭାବତି କରିଛି ଲୋକଙ୍କ ଜୀବନକୁ ତାହା ଏହି ଫଟୋରୁ ସ୍ପଷ୍ଟ ବାରି ହୋଇପଡୁଛି । ଲକଡାଉନରେ ସବୁଠାରୁ ପ୍ରଭାବିତ ହୋଇଛନ୍ତି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି, ବୁଲା ଗୋରୁ, ଓ କୁକୁର ମାନେ । ଦୋକାନରୁ ଦୋକାନ ବୁଲି ମାଗି ଖାଇ ନିଜର ପେଟ ପୁରାଇଥିବା ଏହି ବ୍ୟକ୍ତିମାନେ ଏବେ ଦୋକାନ ବନ୍ଦ ହେବା କାରଣରୁ ଖାଦ୍ୟ ନପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ସେହିପରି ପଶୁ ମାନଙ୍କର ସମାନ ଅବସ୍ଥା ।

ନୀଳଗିରି କଚେରୀ ବଜାର ଦୁର୍ଗା ମଣ୍ଡପ ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଭୋକରେ ଆଉଟୁ ପାଉଟୁ ହୋଇ ଖାଇବାକୁ ମାଗୁଛନ୍ତି । କେବଳ ସେ ନୁହେଁ ତାଙ୍କ ପାଖରେ କୁକୁରଟିଏ ଛିଡା ହୋଇ କଥା ନକହିପାରିଲେବି ବିକାଳ ହୋଇ ଖାଇବା ମୁଠାଏ ପାଇଁ ଅନାଇ ରହିଛି । ୨ଜଣ ଯାକ ଏନଏସି ତରଫରୁ ଖାଦ୍ୟ ବଣ୍ଟା ଯାଉଥିବା ଖାଦ୍ୟ କେତେବେଳେ ଆସିବ ଆଉ ପେଟ ଭୋକ ଜ୍ୱାଳା କିପରି ଲାଘବ ହେବ ସତେ ଯେପରି ଏମାନେ ଚାତକ ପକ୍ଷୀ ପରି ଅନାଇ ରହିଛନ୍ତି ।

   Related Posts