Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଘରେ କରି ହେବ କରୋନା ପରୀକ୍ଷା, ଖୁବଶୀଘ୍ର ଆସିବାକୁ ଯାଉଛି ହୋମ-ସାଲିଭା ଟେଷ୍ଟ

16/10/2020 at 3:50 PM

ନୂଆଦିଲ୍ଲୀ ୧୬/୧୦: କରୋନା ଟେଷ୍ଟ କରିବାର ବିଭିନ୍ନ  ତରିକା ରହିଛି। ସ୍ବାବ ଟେଷ୍ଟରେ ଲୋକଙ୍କୁ ଟିକେ କଷ୍ଟ ଅନୁଭବ ହୋଇଥାଏ। ତେବେ ଏବେ ସାଲିଭା ଟେଷ୍ଟକୁ ସମସ୍ତେ ହୁଏତ ସ୍ବାଗତ କରିପାରନ୍ତି। ସାଲିଭା ଟେଷ୍ଟରେ ଲୋକଙ୍କୁ କ୍ଲିନିକ୍ ଯିବାକୁ ପଡ଼ିବ ନାହିଁ, ବରଂ ଘରେ ରହି କରୋନା ଟେଷ୍ଟ କରି ପାରିବେ। ଘରେ ଏକ ପାତ୍ରରେ କେବଳ ଛେପ ପକାଇବା ବା ଥୁକିବାକୁ ହେବ। ଅନ୍ୟ କରୋନା ପରୀକ୍ଷା ତୁଳନାରେ ଏଥି​ରେ କମ୍ ଖର୍ଚ ହେବ। ଏହା ଦ୍ବାରା ଟେଷ୍ଟ ମଧ୍ୟ ବୃଦ୍ଧି ପାଇବ। ଖାଲି ଏତିକି ନୁହେଁ ସ୍କୁଲ କାର୍ଯ୍ୟକ୍ଷେତ୍ର, ରେସ୍ତୋରାଁ, ଦୋକାନ ତଥା ଅନ୍ୟ ସ୍ଥାନକୁ ଖୋଲିବା ଦିଗରେ ଏହା ସାହାଯ୍ୟ କରିବ।

ଏପ୍ରିଲରେ ୟୁଏସ ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ କୋଭିଡ ପାଇଁ ପ୍ରଥମ ସାଲିଭା ଟେଷ୍ଟ ଲାଗି ଅନୁମତି ଦେଇଥିଲା। ମାତ୍ର ଏ ପାଇଁ ପ୍ରଫେସନାଲ ସ୍ବାସ୍ଥ୍ୟସେବୀଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର କଣ୍ଟେନର ଦରକାର। ତା’ପରେ ମେ ମାସରେ ପ୍ରଥମେ ଲୋକମାନଙ୍କୁ ସେମାନଙ୍କ ନମୁନା ପ୍ରଦାନ କରିବାକୁ ଅନୁମତି ମିଳିଥିଲା। ସ୍ବତନ୍ତ୍ର ଟ୍ୟୁବରେ ନୁମନା ସଂଗ୍ରହ କରାଯାଇ ରଟଗର୍ସ କ୍ଲିନିକାଲ ଜିନୋମିକ୍ସ ଗବେଷଣାଗାରରେ ପରୀକ୍ଷା କରାଯାଇଥାନ୍ତା ।

ଏବେ କିନ୍ତୁ ନିକଟରେ ଏଫଡିଏ ସାଲିଭା ଡାଇରେକ୍ଟ ନାଁରେ ଇୟୁଏ ଜାରି କଲା। ଯେଉଁଥିରେ ସ୍ବତନ୍ତ୍ର କଣ୍ଟେନର ଆବଶ୍ୟକ ପଡ଼ିବ ନାହିଁ। ଗବେଷଣାଗାର ଏପାଇଁ ଆବେଦନ କରିପାରିବେ। ଗବେଷକଙ୍କୁ ଏଥିରେ କୌଣସି ସ୍ବତନ୍ତ୍ର କେମିକାଲ ବ୍ୟବହାର କରିବାକୁ ପଡ଼ିବ ନାହିଁ। ତେବେ ଏ ପାଇଁ ମଧ୍ୟ ପ୍ରଫେସନାଲ ହେଲଥ କେୟାର ଉପସ୍ଥିତରେ ହିଁ ଛେପ ପକାଇବାକୁ ହେବ।

ସାଲିଭା ଡାଇରେକ୍ଟର କୋ-ଡେଭଲପର ଆନି ଉଇଲି କହିଛନ୍ତି ଏହା ଦ୍ବାରା କରୋନା ଭାଇରସ ଜାଣିବା ସହଜ ହୋଇଯିବ। ତେବେ ଏହା ହେଉଛି ଏକଦମ ନୂତନ ପ୍ରକାର ଡାଇଗ୍ନୋଷ୍ଟିକ୍ ପଦ୍ଧତି। ଯାହା ବିଷୟରେ ଅଧିକାଂଶ ଲୋକଙ୍କୁ ଜଣା ନାହିଁ। ସ୍ପାବରେ ଏକ ପ୍ରୋଟୋକଲ କାମ ଦେଉଥିବାରୁ ସେହି ସମାନ ପ୍ରୋଟୋକଲ କିନ୍ତୁ ସାଲିଭାରେ କାମ ଦେବ ନାହିଁ। ସାଲିଭା ଡାଇରେକ୍ଟ ଭାଇରାଲ ଜେନେଟିକ ମ୍ୟାଟେରିଆଲକୁ ମଧ୍ୟ ଚିହ୍ନଟ କରିବ। ତେବେ ଉଇଲି ଏବଂ ତାଙ୍କ ଟିମ ପ୍ରଥମ ଭର୍ସନ ସାଲିଭା ଟେ​‌ଷ୍ଟ କରିଛନ୍ତି ଓ ଏହାର ତୁଳନା ଷ୍ଟାଣ୍ଡାର୍ଡ ପିସିଆର ସହ କରିଛନ୍ତି। ୯୭ ପ୍ରତିଶତ ପରୀକ୍ଷା ଫଳ ଦୁଇଟି ପରୀକ୍ଷା ସହ ଥିଲା ସମାନ। ସ୍ବତନ୍ତ୍ର କଲେକ୍ଟଡ ଟ୍ୟୁବ ଆବଶ୍ୟକ ହେଉ ନ ଥିବାରୁ ଏହା ଖର୍ଚ ମଧ୍ୟ ହେବ। ଏହା ସହ ଛୋଟ ଲ୍ୟାବରେ ମଧ୍ୟ ସାଲିଭା ପରୀକ୍ଷା କରାଯାଇପାରିବ।

   Related Posts