କରୋନା ପାଇଁ ସଙ୍କଟରେ ଦେଶର ଅର୍ଥନୀତି, କିନ୍ତୁ ମୁକାବିଲା କରୁଛି ଭାରତ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ, ୧୮୦୪ କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଭାରତ ମଧ୍ୟ ଏଥିରୁ ବାଦ ପଡି ନାହିଁ । ଲକଡାଉନ୍ ପାଇଁ କାରବାର ଏକପ୍ରକାର ଠପ ହୋଇଯାଇଛି । ଦଳର ଜିଡିପିର ଗତି ୨ ପ୍ରତିଶତ ମଧ୍ୟରେ ରହିବ ବୋଲି ମଧ୍ୟ ଆରବିଆଇ କହିସାରିଛି ।

ଏପରିକି ଦେଶର ଅର୍ଥନୀତି କରୋନା ଭାଇରସ ପୂର୍ବରୁ ମନ୍ଥର ଗତିରେ ଚାଲୁଥିଲା । ତେବେ ଏହି ଭାଇରସ ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଇଛି । ଏହା କେବଳ ସ୍ୱାସ୍ଥ୍ୟ ବିଜ୍ଞାନ ପାଇଁ ଚ୍ୟାଲେଞ୍ଜ ନୁହେଁ ବରଂ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଦେଉଛି । ଏକ ରିପୋର୍ଟ ଅନୁଯାୟୀ ଆଇଟି, ଷ୍ଟାଟଅପ୍ ଆଦି କମ୍ପାନୀରେ ଅଧିକାଂଶ କର୍ମଚାରୀ ଛଟେଇର ଶିକାର ହେବେ ବୋଲି ଉଲ୍ଲେଖ ରହିଛି । ଏପରିକି ଅନେକ ଦାଦନ ଶ୍ରମିକ ମଧ୍ୟ ଏହାର ଶିକାର ହେବେ ।

ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ଲକ୍ଷ ୭୦ ହଜାର କୋଟିର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ । ଯେଉଁମାନେ ପ୍ରତ୍ୟକ୍ଷ ଭାବେ ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପାଇଁ ଏହା ଘୋଷଣା ହୋଇଥିଲା । ଏବେ ସରକାର ଆଉ ଏକ ପ୍ୟାକେଜ ଘୋଷଣା ପାଇଁ ପ୍ରୟାସ କରୁଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଶୁକ୍ରବାର ଏହା ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି । ଏହାସହ ରିଭର୍ସ ରେପୋ ରେଟ୍ ମଧ୍ୟ ହ୍ରାସ କରିଛି ।

ଆରବିଆଇ ରିଭର୍ସ ରେପୋ ରେଟରେ ୨୫ ବେସିସ୍ ପଏଁଣ୍ଟ ହ୍ରାସ କରି ଏହାକୁ ୩.୭୫ ପ୍ରତିଶତ କରିଛି । ତିନି ସପ୍ତାହ ମଧ୍ୟରେ ୨ଥର ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ତେବେ ଭାରତ ସରକାର ଆହୁରି କିଛି କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.