Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଏମିତି ଗୋଟିଏ ଦେଶ ଅଛି ଯେଉଁଠି ସୁନ୍ଦର ହେବା ପାଇଁ ଫାୟାର ଥେରାପିର ନିଆଯାଏ ସାହାର୍ଯ୍ୟ, ଜାଣନ୍ତୁ ଫାୟାର ଥିରାପି କଣ

15/12/2018 at 9:18 PM

ଆପଣ ସୁନ୍ଦର ଦେଖାହେବାକୁ ଚାହୁଂଛନ୍ତି କି ? ଯଦି ହଁ ତାହେଲେ ଆପଣବି ଏହି ଥେରାପିକୁ ଆପଣାନ୍ତୁ । ଆପଣ ବି ଦେଖାଯିବେ ସୁନ୍ଦର ଆଉ ଆପଣ ବି ସେଲିବ୍ରିଟିଙ୍କ ପରି ଗ୍ଲେମରୟସଲାଗିବେ ।

ଏମିତି କିଛି କିଛି ଥେରାପି ଅଛି ଯାହାଦ୍ଵାରା ଆପଣ ସୁନ୍ଦର ଦେଖାହେବାସହିତ ନିଜର ବି ରୋଗ ଭଲକରିପାରିବେ । ଆଜି କିନ୍ତୁ ଆମେ ନୂଆ ଏକ ଥେରାପିର କଥା ଆପଣଙ୍କୁ କହିବାକୁଯାଉଛୁ ।

ନିଜକୁ ସବୁବେଳେ ସୁନ୍ଦର ଓ ଯୁବା ଅବସ୍ଥାରେ ରଖିବା ପାଇଁ ବିଭିନ୍ନଉପାୟ ଅବଲମ୍ଵନ କରିବାକୁ ପଡ଼ିଥାଏ । ଏମିତିକି ଅଧିକ ଗ୍ଲେମର ପାଇଁ ସିନେମା ଷ୍ଟାରମାନେ ଆଗରୁ ଦେଶବାହାରକୁ ଯାଇ ପ୍ଲାଷ୍ଟିକ ସର୍ଜରୀ କରୁଥିଲେ । ଏହା ଦ୍ଵାରା ନିଜର ରୁକ୍ଷ ହୋଇଆସୁଥିବା ଚର୍ମକୁ ପ୍ରତିରୋପଣପଦ୍ଧତିରେ ଅଧିକ ଆକର୍ଷଣୀୟ କରାଯାଉଥିଲା । ଯାହା ଦ୍ଵାରା ବୟସ ବଢ଼ିଲେ ବି ନିଜକୁ ଯୁବାବସ୍ଥାରେ ରଖିବାକୁସକ୍ଷମ କରିହେଉଥିଲା । କିଛି ଲୋକ ବି ଲେଜର ଥେରାପିର ସାହାର୍ଯ୍ୟ ନେଉଥିଲେ  । ଏବେ ଆଉ ଏକ ନୂଆ ଥେରାପି ସୌନ୍ଦର୍ଯ୍ୟ ବଢ଼ାଇବା   ପାଇଁ  ଉପଲବ୍ଧହେଲାଣି , ଯାହା ଲେଜର ଥେରାପି ଠାରୁ ଆଉ ପାଦେ ଆଗରେ । ତାହା ହେଲା ନିଆଁରେ କରାଯାଉଥିବା ଥେରାପି,  ଅର୍ଥାତ ଫାୟାର ଥେରାପି ।

ଏହି ଥେରାପି ଭିଏତନାମରୁ ଆରମ୍ଭ ହୋଇ ସାରା ପୃଥିବୀରେ ଲୋକପ୍ରିୟତାଅର୍ଜନ କଲାଣି । ଏହା ଅଧିକ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ସହିତ ଅଧିକ ଗ୍ଲେମରୟସ କରିବାରେ ସାହାର୍ଯ୍ୟକରୁଛି ।

ଏହି ଥେରାପିର ସବୁଠୁ ବେଶି ଲୋକପ୍ରୟତା ଅଛି ଭିଏତନାମରେ । ଉଭୟ ପୁରୁଷଓ ମହିଳା ସୁନ୍ଦର ହେବା ପାଇଁ ଏହି ଥେରାପିର ସାହାର୍ଯ୍ୟ ନେଉଛନ୍ତି । ଏହି ବ୍ୟବସ୍ଥାରେ ଟାଓ୍ଵେଲକୁଆଲକହଲରେ  ଭିଜାଇ ମୁହଁରେ ୩୦ସେକେଣ୍ଡରୁ ଗୋଟେ ମିନିଟଯାଏ ମୁହଁରେ ଘୋଡ଼େଇ ରଖିବାକୁ ହୁଏ । ତାପରେ ସେହି ଟାଓ୍ଵେଲ ଉପରେ ନିଆଁ ଲଗାଇଦିଆଯାଏ । ଏହି ପ୍ରକାରବ୍ୟବସ୍ଥାରେ ଫାୟାର ଥେରାପିର ଚିକିତ୍ସା କରାଯାଇଥାଏ ।

ଏହି ଚିକିତ୍ସା କେବଳ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଏନାହିଁ ।ଆହୁରି ମଧ୍ୟ ମୁଣ୍ଡବିନ୍ଧା, ନିଦ୍ରାହୀନତା ,ବଦହଜମି ପାଇଁ ଏହି ଥେରାପି କାମରେ ଲାଗିପାରେ ।

ଭିଏତନାମର ଏକ ଖବର ସଂସ୍ଥା ପ୍ରକାଶ କରିଛି, ଆକ୍ୟୁପଞ୍ଚକଚର ଚିକିତ୍ସାରେସାମିଲ କରିବାକୁ ପରୀକ୍ଷାମୂଳକ ଭାବେ ଭିଏତନାମ ସରକାର ବିଭିନ୍ନ ହସପିଟାଲରେ ଏହି ଚିକିତ୍ସା ଆରମ୍ଭକରିଛନ୍ତି । ପରେ ଏହି ଥେରାପିକୁ  ସ୍ଥାୟୀଭାବେ ଗ୍ରହଣକରାଯିବ ବୋଲି ସୂଚନା ଦେଇଛନ୍ତି । ଭିଏତନାମର ପ୍ରତ୍ୟେକ ସେଲୁନ କି ସ୍ପା ସେଣ୍ଟରରେ ଏହି ଥେରାପିଉପଲବ୍ଧ ହେଉଛି । ଯାହା ଭାରତୀୟ ମୂଲ୍ୟରେ ୬୦୦-୭୫୦ ଟଂକା ।  

   Related Posts