ଶିକୁଳିରେ ବନ୍ଧା ଶୈଶବ - ଅର୍ଥ ସାଜିଛି ଚିକିତ୍ସାରେ ବାଧକ

Published By : Prameya-News7 Bureau | September 30, 2019 IST

ବ୍ରହ୍ମପୁର/ସାନଖେମୁଣ୍ଡି ୩୦।୦୯- ୭ବର୍ଷ ହେଲାଣି ପୁଅକୁ ଶିକୁଳିରେ ବାନ୍ଧି ରଖିବାକୁ ବାଧ୍ୟ ହେଉଛନ୍ତି ବାପାମାଆ । ୧୧ବର୍ଷର ହେଲାଣି ଭବାନୀ ହେଲେ ତା’ର ଆଚରଣରେ କୌଣସି ବି ପରିବର୍ତ୍ତନ ଆସୁନି । ଗଞ୍ଜାମ ଜିଲ୍ଲାର ଉସ୍ତା ଜଗନ୍ନାଥପୁର ଗାଁ ବାପା ଜଣେ ଦିନମୁଜରିଆ ହୋଇଥିବାରୁ ଦୁଇ ପୁଅଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଜିଲ୍ଲା ପ୍ରଶାସନର ସହାୟତାକୁ ଅପେକ୍ଷା କରିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ବି ନାହିଁ ।  

ଶିକୁଳିରେ ବନ୍ଧା ଶୈଶବ । ୧୧ବର୍ଷର ହେଲାଣି ଭବାନୀ । ପିଲାବେଳୁ ଘରେ ତା’ର ଉତ୍ପାତ ଦେଖି ପରିବାର ଲୋକ ତାକୁ ଶିକୁଳିରେ ବାନ୍ଧି ରଖିବାକୁ ବାଧ୍ୟ ହେଉଛନ୍ତି । ଖେଳିବା ବୁଲିବା ବୟସରେ ଏମିତି ବନ୍ଧା ହୋଇ ପଡ଼ିଛି କୁନି ପିଲାଟି । ନବାନ୍ଧି ଛାଡ଼ିଦେଲେ ଘରର ଆସବାବପତ୍ର ଭଙ୍ଗାଭଙ୍ଗି କରୁଛି । ଲୋକଙ୍କୁ ଦେଖିଲେ ପଥର ଫିଙ୍ଗୁଛି । ଗଞ୍ଜାମ ଜିଲ୍ଲା ଉସ୍ତା ଜଗନ୍ନାଥପୁର ଗାଁର ଭଗବାନ ଦାସଙ୍କ ସାନ ପୁଅ ହେଉଛି ଭବାନୀ । ବଡ଼ପୁଅକୁ ୧୭ବର୍ଷ ହୋଇଥିବା ବେଳେ ତା’ର ମଧ୍ୟ ମାନସିକ ସ୍ଥିତି ଭଲ ନାହିଁ । ଦୁଇ ପୁଅଙ୍କ ଏଭଳି ଅବସ୍ଥାକୁ ନେଇ ଚିନ୍ତାରେ ପୂରା ପରିବାର । ବାପା ଦିନ ମଜୁରିଆ ହୋଇଥିବାରୁ ଦୁଇ ପିଲାଙ୍କ ଚିକିତ୍ସା ପାଇଁ ତାଙ୍କର ବଳ ପାଉନି । ଏମିତିରେ କେବଳ ପ୍ରଶାସନର ସହାୟତାକୁ ହିଁ ଅପେକ୍ଷା କରି ବସିଛନ୍ତି ।   

{"id":164766}

ପିଲାମାନଙ୍କ ଚିକିତ୍ସା ହୋଇପାରିଲେ ହୁଏତ ସେମାନଙ୍କ ମାନସିକ ସ୍ଥିତି ବଦଳିପାରନ୍ତା । ତେବେ ଏ ନେଇ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟିଥିଲୁ

ସିଡିଏମଓଙ୍କ କହିବା କଥା ଖବର ମିଳିଲେ ଚିକିତ୍ସା ପାଇଁ ପଦକ୍ଷେପ ନେବୁ । ଏବେ ଖବର ତ ମିଳିଲା । ତାହେଲେ ନିଶ୍ଚିତଭାବେ ଭବାନୀର ଶୈଶବକୁ କିଭଳି ଶିକୁଳିରେ ବନ୍ଧା ଜୀବନରୁ ମୁକ୍ତି ମିଳିପାରିବ ସେ ନେଇ ପ୍ରଶାସନ ତା’ର କାମ ଆରମ୍ଭ କରିଦେବ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.