୬ ମାସ ଧରି ୬ ପଡୋଶୀ ଯୁବକ ୧୫ ବର୍ଷୀୟ ଯୁବତୀଙ୍କୁ କରି ଚାଲିଥିଲେ ଦୁଷ୍କର୍ମ, ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଧରପଗଡ

Published By : Prameya-News7 Bureau | August 30, 2020 IST

ଯୋଧପୁର ୩୦।୦୮: ରାଜସ୍ଥାନର ଯୋଧପୁରରେ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ସହରର ରାଜୀବ ଗାନ୍ଧୀ ନଗର ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ପଡୋଶୀରେ ରହୁଥିବା ଛଅ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି। ଏହି ସବୁ ଅଭିଯୁକ୍ତ ଦୀର୍ଘ ଛଅ ମାସ ଧରି ଯୁବତୀଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରି ଚାଲିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣ ନାବାଳକ। ଜଣେ ଯୁବକ ଶନିବାର ଯୁବତୀଙ୍କୁ ଦୁଷ୍କର୍ମ କରିଛି। ଶେଷରେ ଅତିଷ୍ଠ ହୋଇ ଯୁବତୀ ରାଜୀବ ଗାନ୍ଧୀ ପୋଲିସ ଥାନା ପହଞ୍ଚି ଘଟଣା ସଂପର୍କରେ ପୋଲିସଠାରେ ଅଭିଯୋଗ କରିଛନ୍ତି। ପୋଲିସ ଏଫଆଇଆର ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ ଆରମ୍ଭ କରିଛି।

ଯୁବତୀର  ଅଭିଯୋଗ ଆଧାରରେ ପୋଲିସ ପୋସ୍କୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ରାଜୀବ ଗାନ୍ଧୀ ଥାନା ଅନ୍ତର୍ଗତ ଅଞ୍ଚଳରେ ରହୁଥିବା ନାବାଳିକାଙ୍କ ବନ୍ଧୁତା ଜଣେ ନାବାଳକ ସହିତ ହୋଇଥିଲା। ଏହା ପରେ ଯୁବତୀଙ୍କ ବନ୍ଧୁତା ଅନ୍ୟ ଯୁବକଙ୍କ ସହ ହୋଇଥିଲା। ଏଥିରୁ ଦୁଇ ଜଣ ଯୁବତୀ ସହିତ ବନ୍ଧୁତା କରି ଦୁଷ୍କର୍ମ କରିଥିଲେ। ପରେ ବ୍ଲାକମେଲର ଭୟ ଦେଖାଇ ଯୁବତୀକୁ ଅନେକ ମାସ ଧରି ଦୁଷ୍କର୍ମ କରି ଚାଲିଲେ। ଏପରିକି ଘର ଲୋକଙ୍କୁ ଏହି ବିଷୟରେ ନଜଣାଇବାକୁ ମଧ୍ୟ ଧମକ ଦେଇଥିଲେ।

କୁହାଯାଉଛି ଶନିବାର ପୀଡିତା ନିଜ ଭାଇକୁ ଖୋଜିବାକୁ ବାହାରିଥିଲେ। ରାସ୍ତାରେ ଜଣେ ଯୁବକ ତା ଭାଇ ଆମ ଘରେ ଥିବା କହି ଡାକି ନେଇ ଦୁଷ୍କର୍ମ କରିଥିଲା। ପୀଡିତା ସେଠାରୁ କାନ୍ଦି କାନ୍ଦି ସିଧାସଳଖ ରାଜୀବ ଗାନ୍ଧୀ ଥାନାରେ ପହଞ୍ଚିଥିଲେ। ସେଠାରେ ଥାନା ଅଧିକାରୀଙ୍କୁ ପୂରା ଘଟଣାକ୍ରମ କହିଥିଲେ। ପୋଲିସ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀମାଇନା କରାଇଛି। ଅଭିଯୁକ୍ତଙ୍କ ସନ୍ଧାନରେ ପୋଲିସ ଜୁଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.