Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ନକଲି ମହିଳା ପୋଲିସ ଏସଆଇ ଗିରଫ: ୩ ଦିନ ହେଲା ରହୁଥିଲେ ପୋଲିସ ବାରାକରେ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା…

21/09/2019 at 4:34 PM

ଗାଜିଆବାଦ୨୧|୯: ଗାଜିଆବାଦ ଅଞ୍ଚଳରେ ଜଣେ ଯୁବତୀ ନିଜକୁ ୟୁପି ପୋଲିସ କହି ପୋଲିସ ବାରାକରେ ରହୁଥିଲେ। ବିଜୟନଗର ଥାନାରେ ମହିଳା ଏସଆଇ ଭାବେ ନୂଆକରି ଯୋଗ ଦେଇଥିବା କଥା ସେ ଅନ୍ୟ ଅଧିକାରୀଙ୍କୁ କହିଥିଲେ। ଯୁବତୀଙ୍କ ପାଖରେ ରହୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କ ବାପା ବୋଲି ସେ ପରିଚୟ ଦେଇଥିଲେ। ବାରାକରେ ଯୁବତୀଙ୍କ ଗତିବିଧି ଉପରେ ଜଣେ ରିଜର୍ଭ ଇନିସ୍ପେକ୍ଟର(RI) ନଜର ରଖିଥିଲେ।

ଆରଆଇ ଜଣକ ନକଲି ମହିଳା ପୋଲିସର ପର୍ଦ୍ଦାଫାଶ କରିବା ପରେ ଯୁବତୀଙ୍କ ଅସଲ ଚେହେରା ପଦାକୁ ଆସିଥିଲା। ନକଲି ମହିଳା ପୋଲିସ ଏସଆଇ କହି ୩ ଦିନଧରି ପୋଲିସ ବାରାକରେ ରହୁଥିବା ଯୁବତୀଙ୍କୁ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ୨୧ ବର୍ଷ ବୟସ୍କା ଅଭିଯୁକ୍ତା ଯୁବତୀର ନାଁ ପ୍ରଭଜୋତ କୌର। ସେ ରାମପୁରର ବିଳାସପୁର ଅଞ୍ଚଳରେ ରହନ୍ତି। ଗତ ବୁଧବାର ଦିନ ରଘୁବେନ୍ଦ୍ର ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ପ୍ରଭଜୋତ ପୋଲିସ ବାରାକକୁ ଯାଇଥିଲେ। ମୁରାଦାବାଦରୁ ବିଜୟ ନଗର ଥାନାକୁ ତାଙ୍କର ଟ୍ରାନ୍ସଫର ହେବା କଥା ଯୁବତୀ ସମସ୍ତଙ୍କୁ କହିଥିଲେ।

ଯୁବତୀ କହିଥିଲା ଯେ, ମୁରାଦାବାଦରେ ସେ କଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲା। ତାଙ୍କର ପଦଉନ୍ନତି  ହେବାପରେ ତାଙ୍କୁ ବିଜୟନଗର ଥାନାକୁ  ଏସଆଇ ଭାବେ ପଠାଯାଇଛି। ପ୍ରତ୍ୟେକ ଦିନ ପ୍ରଭଜୋତ ଥାନାକୁ ନଯାଇ ବାରାକରେ ରହୁଥିଲେ। ଆରଆଇ ଏମପି ସିଂହ ଯୁବତୀକୁ ସନ୍ଦେହକରି ଘଟଣାର ସତ୍ୟସତ ଜାଣିବା ଲାଗି ବିଜୟ ନଗର ଥାନାର ଅଧିକାରୀଙ୍କୁ ପଚାରିଥିଲେ। ଏହି ନାଁରେ କେହି ମହିଳା ଏସଆଇ ନାହାନ୍ତି ବୋଲି ଥାନା  ଅଧିକାରୀ ମନା କରିଥିଲେ। ଏହା ପରେ ନକଲି ମହିଳା ଏସଆଇକୁ ପୋଲିସ ଗିରଫ କରିଥିଲା।

ଏସପି ଶ୍ଲୋକ କୁମାରଙ୍କ କହିବା ମୁତାବକ, ଛୋଟବେଳୁ ପ୍ରଭଜୋତ ପୋଲିସ ହେବାଲାଗି ଚାହୁଁଥିଲେ। ହେଲେ କୌଣସି କାରଣରୁ ସେ ପୋଲିସ ହୋଇପାରିଥିଲେ। ତେଣୁ ତାଙ୍କ ମନ ଭିତରେ ପୋଲିସ ହେବାର ସ୍ବପ୍ନ ଏପର୍ଯ୍ୟନ୍ତ ବି ରହିଛି।

   Related Posts