Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

୧୦ ଟଙ୍କା ନ ଦେବାରୁ ସାଙ୍ଗକୁ ପେଟ୍ରୋଲ ପକାଇ ଜଳାଇଦେଲେ ସାଙ୍ଗ- ୬ ଦିନ ପରେ ମୃତ୍ୟୁ

1/03/2020 at 5:30 PM

ଭୋପାଳ ୦୧-୦୩ – ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି । ସାଙ୍ଗ ମାତ୍ର ୧୦ ଟଙ୍କା ନ ଦେବାରୁ ତାକୁ ପେଟ୍ରୋଲ ପକାଇ ହତ୍ୟା କରିଛି ଆଉ ଜଣେ ସାଙ୍ଗ । ଚିକିତ୍ସାଧୀନ ଅବସ୍ଥାରେ ଏହି ଯୁବକର ମୃତ୍ୟୁ ହୋଇଛି ।

ଫେବ୍ରୁଆରୀ ୨୨ ତାରିଖରେ ଉଜ୍ଜୈନର ନାନଖେଡା ଅଞ୍ଚଳରେ ସୁରଜ ଓ ଶୁଭମ ନାମକ ଦୁଇଜଣ ଯୁବକ ସେମାନଙ୍କର ସାଙ୍ଗ ଗଣେଶଠାରୁ ୧୦ ଟଙ୍କା ମାଗିଥିଲେ । ମାତ୍ର ଗଣେଶ ଟଙ୍କା ଦେବାପାଇଁ ମନା କରିଦେଇଥିଲା । ଏହାପରେ ସେମାନେ ଗଣେଶକୁ ମାଡି ବସି ପେଟ୍ରୋଲ ଢାଳି ଦେଇଥିଲେ । ପରେ ସୁରଜ ଦିଆସିଲି ମାରି ନିଆଁ ଲଗାଇ ଦେଇଥିଲା ।

ଗଣେଶ ପୋଡିଯାଇଥିଲା। ଅନ୍ୟ ଲୋକମାନେ ସେଠାରେ ପହଞ୍ଚି ନିଆଁ ଲିଭାଇଥଇଲେ । ମାତ୍ର ଶୁକ୍ରବାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣା ସିସି ଟିଭିରେ କଏଦ ହୋଇଥିଲା । ପୁଲିସ ସୁରଜକୁ ଗିରଫ କରିଥଇବା ବେଳେ ଶୁଭ ଖସି ପଳାଇଥିଲା । ମାତ୍ର ପୁଲିସ ଶୁଭମକୁ ବି ପରେ ଗିରଫ କରିଛି ।

ପୁଲିସ ମୃତକଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ରେକର୍ଡ କରିଛି । ଏବେ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟାମାମଲା ରୁଜୁ କରାଯାଇଛି ।

   Related Posts