Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଜେଲରୁ ବାହାରିଲେ ଫୁଟୁବଲର ରୋନାଲ୍ଡିନୋ, ଏବେ ହୋଟେଲରେ ନଜରବନ୍ଦୀ ହୋଇ ରହିବେ

8/04/2020 at 11:23 AM

ପାରାଗୁଏ, ୦୮|୦୪:  ବ୍ରାଜିଲର ମହାନ ଫୁଟୁବଲ ଖେଳାଳି ରୋନାଲ୍ଡିନୋ ଓ ତାଙ୍କ ଭାଇଙ୍କୁ ନଜରବନ୍ଦୀ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାରାଗୁଏର ଜଜ୍ ଗୁସ୍ତାବୋ ଅମରିଲା ଉଭୟଙ୍କୁ ଅସୁନସିୟନର ଏକ ହୋଟେଲର ନଜରବନ୍ଦୀ କରାଯାଇଥିବା ଗଣାମଧ୍ୟମକୁ କହିଛନ୍ତି ।

ପାରାଗୁଏ ପୋଲିସ ମାର୍ଚ୍ଚ ୬ରେ ଜାଲ ପାସପୋର୍ଟ ମାମଲାରେ ରୋନାଲ୍ଡିନୋ ଓ ତାଙ୍କ ୪୯ ବର୍ଷର ଭାଇ ରବର୍ଟ ଆସିସଙ୍କୁ ଗିରଫ କରିଥିଲା । ପୋଲିସ ସେମାନଙ୍କ ଉପରେ ଓକିଲଙ୍କ ବ୍ୟତୀତ ଅନ୍ୟ କାହାକୁ ଭେଟିବା ଉପରେ ରୋକ ଲଗାଇଥିଲା । ପାରାଗୁଏର ଅପିଲ ଅଦାଲତ ଗତ ମାସରେ ଉଭୟଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲା । ତେଣୁ ସେ ନିଜ ଜନ୍ମଦିନ ଜେଲରେ ମନାଇଥିଲେ ।

କରୋନା ଭାଇରସ ପାଇଁ ପାରାଗୁଏର ରାଜଧାନୀ ଲକଡାଉନ ଅଛି । ଜଜ୍ ଫୋନ ଯୋଗେ ନିଷ୍ପତ୍ତି ଶୁଣାଇଥିଲେ । ଏହାପରେ କଳା ଟିସାର୍ଟ ଓ ମ୍ୟାଚିଂ ହ୍ୟାଣ୍ଡବ୍ୟାଣ୍ଡ୍ ପିନ୍ଧି ରୋନାଲ୍ଡିନୋ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ।

ରୋନାଲ୍ଡିନୋ ମହାନ ଫୁଟୁବଲର ଭାବେ ପରିଚିତ । ସେ ବ୍ରାଜିଲକୁ ୨୦୦୨ ବିଶ୍ୱକପ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ନିଜ ଫୁଟୁବଲ କ୍ୟାରିଅର ପ୍ୟାରିସ୍ ସେଣ୍ଟ୍ ଜର୍ମାନ ଓ ବାର୍ସେଲିନା, ମିଲାନ ଭଳି କ୍ଲବରୁ ଆରମ୍ଭ କରିଥିଲେ ।

   Related Posts