କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଷ୍ଟାର୍ ଫୁଟ୍‌ବଲର୍ ନେମାର, ଦେଲେ ଏତିକି କୋଟି ଟଙ୍କା

Published By : Prameya-News7 Bureau | April 05, 2020 IST

ବ୍ରାସିଲିଆ ୫।୪: ପ୍ୟାରିସ ସେଣ୍ଟ ଜର୍ମାନ (PSG) ତାରକା ଫୁଟବଲ ଖେଳାଳି ନେମାର କରୋନା ଭାଇରସ୍ ବିରୋଧୀ ଲଢେଇ ପାଇଁ ସହାୟତାର ହାତ ବଢାଇଛନ୍ତି । ଏହି ଖେଳାଳି ବ୍ରାଜିଲରେ କରୋନା ମୁକାବିଲା ପାଇଁ ୧୦ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୭.୫ କୋଟି ଟଙ୍କା) ଦାନ କରିଛି ।

{"id":249202,"sizeSlug":"large"}

ବ୍ରାଜିଲର ଟିଭି ନେଟୱାର୍କ SBTର ଏକ ରିପୋର୍ଟ ଅନୁଯାୟୀ, ନେମାର ମିଳିତ ଜାତିସଂଘର ଶିଶୁ ପାଣ୍ଠି (ୟୁନିସେଫ୍) ଏବଂ ଟେଲିଭିଜନ ପ୍ରସାରଣକାରୀ ଲୁସିୟାନୋ ହକ୍ ଦ୍ବାରା ପ୍ରକାଶିତ ଏକ ଅଭିଯାନରେ ଏହି ଦାନ ଦେଇଛନ୍ତି ।

{"align":"center","id":249203,"sizeSlug":"large"}

ନେମାରଙ୍କ ଟିମ୍ ପରିଚାଳକ ଏକ ବିବୃତ୍ତିରେ କହିଛନ୍ତି ଯେ, “ଆମେ ଦାନ ଏବଂ ପାଣ୍ଠି ବିଷୟରେ କଦାପି ଆଲୋଚନା କରୁନାହୁଁ । ଏହି ଅଭିଯାନକୁ ବ୍ରାଜିଲର ବିଶ୍ବ ଚାମ୍ପିଅନ୍ ସର୍ଫର ଗ୍ରାବିୟଲ ମେଡିନା ଏବଂ ଅନ୍ୟ ବ୍ରାଜିଲ ସେଲିବ୍ରିଟିମାନେ ସମର୍ଥନ କରିଛନ୍ତି ।”

{"id":249205,"sizeSlug":"large"}

ନେମାର ବିଶ୍ବର ସବୁଠୁ ଅଧିକ ପାରଶ୍ରମିକ ପାଉଥିବା ଫୁଟବଲ ଖେଳାଳି ମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ୟାରିସ ସେଣ୍ଟ-ଜର୍ମାନ (PSG) ରେ ରହି ସେ ମାସକୁ ତିନି ମିଲିୟନ ୟୁରୋ (୩.୨ ମିଲିୟନ ଡଲାର) ରୋଜଗାର କରୁଥିବା କୁହାଯାଉଛି ।

{"id":249206,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ରାଜିଲରେ ଏପର୍ଯ୍ୟନ୍ତ ୯,୦୦୦ଜଣ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବାବେଳେ ୩୫୯ ଜଣଙ୍କର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.