Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କିମ୍ବଦନ୍ତୀ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଆଉ ନାହାନ୍ତି, ୬୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

25/11/2020 at 10:25 PM

ବୁଏନସ୍ ଆଇରିସ୍ ୨୫।୧୧:  ଦିଗ୍ଗଜ ଫୁଟବଲର ଡିଏଗୋ ମାରାଡୋନାଙ୍କ ବୁଧବାର ଦେହାନ୍ତ ହୋଇଛି। ମାରାଡୋନା ଗତ ଶୁକ୍ରବାର ତାଙ୍କର ୬୦ତମ ଜୟନ୍ତୀ ପାଳନ କରିଥିଲେ। ତେବେ ବୁଧବାର ତାଙ୍କର ହୃଦଘାତ ଯୋଗୁ ପରଲୋକ ହୋଇଥିବା ଆର୍ଜେଣ୍ଟିନା ସ୍ଥାନୀୟ ମିଡିଆରୁ ଖବର ଆସୁଛି। ମାରାଡୋନାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ଫୁଟବଲ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

ମହାନ ଫୁଟବଲ ଖେଳାଳିଙ୍କୁ ତାଙ୍କ ଘରେ ହିଁ ହୃଦଘାତ ହୋଇଛି। ବ୍ରେନରେ କ୍ଲଟ ଯୋଗୁ ୨ ସପ୍ତାହ ପୂର୍ବେ ତାଙ୍କର ସର୍ଜରୀ ହୋଇଥିଲା। ତାଙ୍କର ଅଚାନକ ପରଲୋକରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି। ମାରାଡୋନାଙ୍କୁ ସର୍ବକଳାନ ମହାନ ଫୁଟବଲର କୁହାଯାଏ। ଆର୍ଜେଣ୍ଟିନା ୧୯୮୬ ଫୁଟବଲ ବିଶ୍ୱକପ୍‌ ବିଜେତା ହେବା ପଛରେ ତାଙ୍କର ଭୂମିକାକୁ ଉଲ୍ଲେଖନୀୟ କୁହାଯାଏ।

ମାରାଡୋନାଙ୍କ ଜନ୍ମ ୩୦ ଅକ୍ଟୋବର ୧୯୬୦ରେ ହୋଇଥିଲା। ଫିଫା ପ୍ଲେୟାର ଅଫଦି ସେଞ୍ଚୁରୀ ପୁରସ୍କାର ଲାଗି ତାଙ୍କର ମନୋନୟନ ମଧ୍ୟ ହୋଇଥିଲା। ପୁରସ୍କାରରେ ତାଙ୍କୁ ପେଲେଙ୍କ ସହ ଭାଗିଦାର କରାଯାଇଥିଲା। ସେ ବୋକା ଜୁନିୟର୍ସ, ନେପୋଲୀ ଓ ବାର୍ସିଲୋନା ସମେତ ଅନ୍ୟ କ୍ଲବ ଲାଗି ମଧ୍ୟ ଖେଳିଛନ୍ତି। ।୧୯୮୬ରେ ଇଂଲଣ୍ଡ ବିରୋଧରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ‘ହ୍ୟାଣ୍ଡ ଅଫ ଗଡ’ ଲାଗି ମଧ୍ୟ ଲୋକେ ମନେ ପକାନ୍ତି

   Related Posts