Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଲେକଜାଣ୍ଡରେଙ୍କ ବିରୋଧରେ ଆର୍ସେନାଲ୍‌ର ତଦନ୍ତ ଆରମ୍ଭ, ବେଲୁନକୁ ଇନହେଲର୍ କରିବା ମାମଲା ସଙ୍ଗୀନ

18/05/2020 at 10:11 PM

ଲଣ୍ଡନ, ୧୮|୦୫:   ଆରସେନାଲ୍ ଷ୍ଟ୍ରାଇକର୍ ଆଲେକଜାଣ୍ଡରେ ଲାକାଜେଟଙ୍କ ପାଇଁ ଏକ ବେଲୁନ ଅଡୁଆ ସୃଷ୍ଟି କରିଛି । ଏଥିପାଇଁ ତାଙ୍କୁ ତଦନ୍ତର ସାମ୍ନା କରିବାକୁ ପଡିଛି । ଆଲେକଜାଣ୍ଡରେ ଏକ ଗ୍ୟାସ ବେଲୁନରୁ କିଛି ନିଶ୍ୱାସରେ ଟାଣୁଥିବାରୁ  ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି ।  

୨୮ ବର୍ଷୀୟ ଆଲେକଜାଣ୍ଡରେ ଏପରି କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ସେ ବେଲୁନକୁ ଆଖି ବନ୍ଦ କରି ଆଘ୍ରାଣ କରୁଥିବା ନଜର ଆସିଛନ୍ତି । ଏଥିରେ ସେ କୌଣସି ଶକ୍ତିବର୍ଧକ ନେଉଥିବା ଅନୁମାନ କରାଯାଉଛି ।

ସେ ଖେଳୁଥିବା କ୍ଲବ କହିଛି ଯେ, ଏହା ଏକ ବ୍ୟକ୍ତିଗତ ଘଟଣା ହୋଇଥିବା ସତ୍ୱେ ଏହାକୁ ଗୁରୁତର ସହକାରେ ନିଆଯାଇଛି । ଏହାର ତଦନ୍ତ କରାଯିବ ।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କ୍ଲବ ତରଫରୁ ଖେଳାଳିଙ୍କୁ ଗ୍ୟାସ୍ ବେଲୁନରୁ ଆଘ୍ରାଣ କରିବା ଉପରେ କଟକଣା ଜାରି କରାଯାଇଥିଲା । ଏଥିରେ କିଛି ଖେଳାଳି ନାଇଟ୍ରସ୍ ଅକ୍ସାଇଡ୍ ବା ଲାଫିଂ ଗ୍ୟାସ୍ ନେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା ।

   Related Posts