Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରବି ବନାମ୍ ତାରା –କୋରାପୁଟର ଦୁଇ ବାହୁବଳୀ ନେତା ଫୁଟବଲ୍ ଖେଳକୁ ନେଇ ଏମିତି କଲେ ଶକ୍ତି ପ୍ରଦର୍ଶନ

7/12/2019 at 5:26 PM

ଜୟପୁର ୦୭।୧୨ କୋରାପୁଟରେ ଜୋର ଧରିଲା ଫୁଟବଲ ରାଜନୀତି ।ଫୁଟବଲ ଟୁର୍ଣ୍ଣାମେଣ୍ଟ ବାହାନାରେ ପୁଣି ଥରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦୁଇ ଧୁରନ୍ଧର ତାରା ପ୍ରସାଦ ବାହିନୀପତି ଓ ରବି ନାରାୟଣ ନନ୍ଦ। ଗତ ମାସରେ ବୋରିଗୁମ୍ମାଠାରେ ରବି ନନ୍ଦଙ୍କ ସମର୍ଥକ ମାନେ ଅନ୍ତରାଜୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିଥିଲେ । ଆଉ ଏହାକୁ କାଉଣ୍ଟର କରିବାକୁ ଯାଇ ଅନ୍ତରାଷ୍ଟ୍ରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି ତାରାଙ୍କ ସମର୍ଥକ ।

ରବି ବନାମ୍ ତାରା । ଫୁଟବଲ ଟୁର୍ଣ୍ଣାମେଣ୍ଟ ବାହାନାରେ ପୁଣି ଶକ୍ତି ପ୍ରଦର୍ଶନ । ଗତ ମାସରେ ରବି ନନ୍ଦଙ୍କ ସମର୍ଥକମାନେ ଅନ୍ତରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ । ଏହା ୮ଦିନ ଧରି ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଛତିଶଗଡ଼,ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଟିମ ସାମିଲ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ନେତା ରବି ନନ୍ଦ ଓ କନ୍ନଡ ଅଭିନେତ୍ରୀ ଆନି ପ୍ରିନ୍ସ ଯୋଗ ଦେଇଥିଲେ। ଆଉ ଏହାକୁ କାଉଣ୍ଟର କରି ବେ।ରିଗୁମ୍ମାରେ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟର ଆୟେ।ଜନ କରିଛନ୍ତି ତାରାଙ୍କ ସମର୍ଥକ । ରାୟପୁର,ବିଶାଖାପାଟଣା ,ହାଇଦ୍ରାବାଦ, ଏବଂ ବାଙ୍ଗଲାଦେଶର ଫୁଟବଲ ଟିମ ଭାଗ ନେଇଛନ୍ତି । ଆଉ ଟୁର୍ଣ୍ଣମେଣ୍ଟର ମୁଖ୍ୟ ଅତିଥି ଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ତେବେ ବୋରିଗୁମ୍ମା ଭଳି ଛୋଟିଆ ସ୍ଥାନରେ ଦୁଇ ମାସ ମଧ୍ୟରେ ଦୁଇଟି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ  ପଛରେ ରାଜନୈତିକ ଶକ୍ତି ଓ ଲୋକପ୍ରିୟତା ପ୍ରଦର୍ଶନ ହିଁ ଏକ ମାତ୍ର କାରଣ ବୋଲି ଚର୍ଚ୍ଚା ହେଉଛି।

ରାଜନୀତି ବାହାନାରେ ଏବେ କୋରାପୁଟରେ ବେଶ ଜମୁଛି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ। ୮ଦିନ ଧରି ଚାଲିବାକୁ  ଥିବା ଏହି ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଆକର୍ଷଣ ପାଲଟିଥିଲା ବାଙ୍ଗଲାଦେଶ ଟିମ୍ । ବାଙ୍ଗଲାଦେଶର ଟିମ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରିଥିଲେ ବି କ୍ବାର୍ଟର ଫାଇନାଲରେ କିନ୍ତୁ ଜାମସେଦପୁର ଟିମଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।ଗତ ୧ ତାରିଖଠାରୁ ବୋରିଗୁମ୍ମାରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା କାଲି ଖେଳାଯିବ। ସେପଟେ ଏହି ଅନ୍ତରାଷ୍ଟ୍ରୀୟ ଖେଳର ସଫଳତା ପରେ ଆସନ୍ତା ବର୍ଷ ଆଉ ୪ଟି ଦେଶର ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରିତ କରାଯିବ ବେ।ଲି କହିଛନ୍ତି ଆୟେ।ଜକ ।

ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ ଶକ୍ତି ପ୍ରଦର୍ଶନ ହେଉ କି ଅନ୍ୟ କିଛି କାରଣ।ଏଥିରୁ ଫାଇଦା କିନ୍ତୁ ହେଉଛି ଫୁଟବଲ ଖେଳ ଓ ଖେଳାଳିଙ୍କ।ଆଉ କୋରାପୁଟର ବୋରିଗୁମା ପରି ଗୋଟିଏ ଛୋଟିଆ ସ୍ଥାନୀୟ ଅନ୍ତରାଷ୍ଟ୍ରୀୟ ଫୁଟବଲ ଟୁର୍ଣ୍ନାମେଣ୍ଟ ଆୟୋଜନ କରିବା କିଛି କମ କଥା ନୁହେଁ।

   Related Posts