ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫା ଭିତରେ ଫଶିଥିବା ୧୨ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୬ ଦିନ ହେଲା ଫସି ରହିଥିଲେ ଏହି ୧୨ ଜୁନିଅର ଫୁଟବଲ ଖେଳାଳି ଏବଂ ସେମାନଙ୍କ କୋଚ୍। ଗୁମ୍ଫା ଭିତରେ ମାତ୍ର ୧୦ବର୍ଗ ମିଟର ଉଚ୍ଚ ଜାଗାରେ ଅଟକି ରହିଛନ୍ତି ଏମାନେ । ସରୁ ଗୁମ୍ଫା ଭିତରେ ଜଳସ୍ତର ବଢିଗଲେ ଉଦ୍ଧାର ଆହୁରି ଜଟିଳ ହୋଇଯିବା ଆଶଙ୍କା ରହିଥିଲା । ତେଣୁ ପିଲାଙ୍କୁ ଉଦ୍ଧାର କରିବା ଲାଗି ରିସ୍କ୍ ନେଇଥିଲା ଥାଇ ନାଭି ସିଲ୍। ଗୁମ୍ଫା ଭିତରୁ ପାଣି ବାହାର କରିବା ଲାଗି ବଡ ବଡ ପମ୍ପ ଲାଗିଛି । କିନ୍ତୁ ପ୍ରବଳ ବର୍ଷା ଫଳରେ ଏହା ଫେଲ ମାରୁଥିଲା । ତେଣୁ ୧୮ ଜଣିଆ ଡାଇଭର ଟିମ୍କୁ ଗୁମ୍ଫା ଭିତରକୁ ଛଡ଼ାଯାଇଥିଲା। ଏଣେ ଗୁମ୍ଫାରୁ ପିଲାମାନଙ୍କ ଉଦ୍ଧାର ପାଇଁ ବାହାରେ ପ୍ରାର୍ଥନା କରୁଛନ୍ତି ଥାଇଲାଣ୍ଡ ବାସୀ। ବିଭିନ୍ନ ଦେଶର ଉଦ୍ଧାରକାରୀ ଦଳ ଏଥିରେ ସାମିଲ ହୋଇଛନ୍ତି ।