Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରବାଟୀ ଷ୍ଟାଡିୟମରେ ଏଫଏଓ ଲିଗ୍ ମ୍ୟାଚ୍ ବେଳେ ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ

କଟକ ୭|୯: କଟକ ବାରବାଟୀ ଷ୍ଟାଡିୟମରେ ଏଫଏଓ ଲିଗ୍ ମ୍ୟାଚ୍ ଚାଲିଥିବାବେଳେ ଅଘଟଣ ଘଟିଛି । ହୃଦଘାତରେ ଫୁଟବଲ ଖେଳାଳି ଅଜୟ ନାୟକଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ଏସବିଆଇ ଓ ସାଇ ହଷ୍ଟେଲ ମଧ୍ୟରେ ଏଫଏଓ ମ୍ୟାଚ୍ ଚାଲିଥିଲା । ତେବେ ଖେଳୁଥିବା ସମୟରେ ହଠାତ୍ ଏସବିଆଇର ଖେଳାଳି ଅଜୟ ନାୟକ ତଳେ ପଡିଯାଇଥିଲେ । ତଳେ ପଡିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁକୁ ନେଇ ସସସ୍ତଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

369 Views

   ସମ୍ବନ୍ଧିତ ଖବର