କରୋନା କଟକଣାକୁ ଫୁ କରି ଫୁଟବଲ ମ୍ୟାଚ୍ ଆୟୋଜନ ଘଟଣା : ଖବର ପ୍ରସାରଣ ପରେ SPଙ୍କ ଆକ୍ସନ , ତଦନ୍ତ କରି ରିପୋର୍ଟ ଦେବେ ଜୟପୁର SDPO

Published By : Prameya-News7 Bureau | October 05, 2020 IST

ଜୟପୁର ୦୫।୧୦: ଖବର ପ୍ରସାରଣ ପରେ ଆକ୍ସନମୋଡରେ ଜିଲ୍ଲା ପ୍ରଶାସନ । କୋଭିଡ କଟକଣାକୁ ଫୁ କରି ଫୁଟବଲ୍‌ ମ୍ୟାଚ ଆୟୋଜନ ଘଟଣା କୋରାପୁଟ ଏସ୍‌ପିଙ୍କ କାର୍ଯ୍ୟାନୁଷ୍ଠାନ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜୟପୁର SDPOଙ୍କ ନିର୍ଦ୍ଦେଶ ଦିଆଯାଇଛି ।

ଚାରିଆଡେ କରୋନା ପ୍ରକୋପ ଜାରି ରହିଛି । ଦିନେ କି ଦୁଇ ଦିନ ନୁହଁ ଏକ ସପ୍ତାହ ଧରି ଚାଲିଥିଲା ଫୁଟବଲ ମ୍ୟାଚ୍‌ । କୋଭିଡ୍ ନିୟମ ନମାନି ଲମତାପୁଟରେ ସପ୍ତାହେ ଧରି ଚାଲିଥିଲା ଫୁଟବଲ ମ୍ୟାଚ । କୋଭିଡ କଟକଣାକୁ ନମାନି କୋରାପୁଟ ଲମତାପୁଟରେ ସପ୍ତାହେ ଧରି ଫୁଟବଲ ମ୍ୟାଚର ଆୟୋଜନ କରିବା ଏବଂ ଏଥିରେ ମାଛକୁଣ୍ଡ ଥାନା ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିଲା । ଯାହାର ଖବର ନ୍ୟୁଜ-୭ରେ ପ୍ରସାରଣ ହୋଇଥିଲା । ଏହାପରେ କୋରାପୁଟ ଏସ୍ .ପିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ କରି ରିପୋର୍ଟ ଦେବେ ଜୟପୁର SDPO।

wp:core-embed/wordpress {"url":"http://www.prameyanews7.com/football-match-in-lamtaput/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/football-match-in-lamtaput/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.