ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ, ୨୫/୦୧:  ଫୁଟବଲ ମ୍ୟାଚ୍ ବେଳେ ବଡ ଅଘଟଣ । ଆଫ୍ରିକା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଷ୍ଟାଡିୟମରେ ପ୍ରବେଶ ପୂର୍ବରୁ ଦଳାଚକଟା । ୬ ମୃତ, ୫୦ରୁ ଅଧିକ ଆହତ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ ଆଫ୍ରିକାରେ ।

ସୂଚନାନୁସାରେ, ଜାନୁଆରୀ ୨୪ ତାରିଖରେ ଫୁଟବଲ ଲିଗର ଓଲବେ ଷ୍ଟାଡିୟମରେ ଏକ ପ୍ରି କ୍ୱାର୍ଟର ମୁକାବିଲା ଥିଲା । ଏହା କ୍ୟାମେରୁନ ଓ କୋମୋରସ ମଧ୍ୟରେ ଖେଳାଯାଉଥିଲା । ମୁକାବିଲାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ପହଁଚିଥିଲେ । ଫଳରେ ଦଳଚକଟା ଭଳି ପରିସ୍ଥିତି ଉପୁଜିଥିଲା ।

ଓଲବେ ଷ୍ଟାଡିୟମର କ୍ଷମତା ୫୦ ହଜାର ଥିଲା ବେଳେ କରୋନା ଭାଇରସ ପାଇଁ ୮୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଥିଲା । ତେବେ ମ୍ୟାଚ୍ ଦେଖିବାକୁ ୫୦ ହଜାରରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ । ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଲୋକେ ନିଜକୁ ରକ୍ଷା କରିବାକୁ ଛୋଟ ଶିଶୁଙ୍କୁ ଦଳିଚକଟି ପଳାଇବାକୁ ଲାଗିଥିଲେ ।

ଅଘଟଣ ପରେ ବି ଷ୍ଟାଡିୟମରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମୁକାବିଲାକୁ କ୍ୟାମେରୁନ ୨-୧ରେ ଜିତି ନେଇଥିଲା । କ୍ୟାମେରୁନର ରାଜ୍ୟପାଳ ନର୍ସେରୀ ପଲ୍ କହିଛନ୍ତି ଯେ, ଅନେକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ଚାଲିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.