ହକି ପରେ ଏବେ କଳିଂଗ ଷ୍ଟାଡିଅମରେ ଫୁଟବଲ ଫିବର: ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ଏଆଇଏଫଏଫ ହିରେ। ଗେ।ଲଡ କପ ଚାମ୍ପିୟାନସିପ

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର ୬|୨: ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ଏଆଇଏଫଏଫ ହିରେ। ଗେ।ଲଡ କପ ଚାମ୍ପିୟାନସିପ । ଫେବୃଆରୀ ୯ ରୁ ୨୦ଯାଏ ଏହି ପ୍ରତିଯୋଗିତା ଚାଲିବ । ହକି ପରେ କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ମହାସମର ନେଇ କ୍ରୀଡିପ୍ରେମୀ ଏକସାଇଟେଡ୍ । ଭାରତ, ନେପାଳ ଇରାନ ଓ ମିୟାଁମାର ହେବେ ମୁହାଁମୁହିଁ । ଏହା ବିଶ୍ବକପ କ୍ବାଲିଫାଏ ର ଦ୍ବିତୀୟ ରାଉଣ୍ଡ ।  ଫୁଟବଲ ଫେଡେରେସନ ଓ ଓଡିଶା ଫୁଟବଲ ଆସୋସିଏସନର ମିଳିତ ସହଯୋଗ ରେ ଏହି ଚାମ୍ପିୟନସିପ ଅନୁଷ୍ଠିତ ହେଉଛି ।

{"id":82561}

କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ଫୁଟବଲ ଫାଇଟ୍ ।  ଭାରତୀୟ ମହିଳା ଦଳ ଆଜି  ସନ୍ଧ୍ୟାରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି । ୯ ରୁ ୨୦ ତାରିଖ ପଯ୍ୟନ୍ତ  ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ଏଆଇଏଫଏଫ   ହିରୋ ଗୋଲଡ କପ   ଚାମ୍ପିୟାନସିପ ଚାଲିବ । ଭାରତୀୟ ମହିଳା ଫୁଟବଲ ଦଳ ବିଶ୍ବକପ ଫୁଟବଲ ର  ପ୍ରଥମ ରାଉଣ୍ଡ କ୍ବାଲିଫାଏ କରିସାରିଛି ।

{"id":82566}

ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ ଗୁଡିକ ଭୁବନେଶ୍ବର କଳିଙ୍ଗଷ୍ଟାଡିୟମରେ ଖେଳାଯିବ । ଭାରତ ତାର ପ୍ରଥମ ମ୍ୟାଚ ୯ତାରିଖରେ ଇରାନ  ସହ ଖେଳିବାକୁ ଥିବାବେଳେ ମିୟାଁମାର ନେପାଳକୁ ଭେଟିବ । ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ ଖେଳାଯିବ ।

{"id":82562}

ଆର୍ନ୍ତଜାତୀୟ ସ୍ତରର ମହିଳା ଫୁଟବଲ ରାଜ୍ୟରେ ପ୍ରଥମ ଥର ପାଇଁ ଖେଳାଯିବ । ଯାହାକୁ ନେଇ ଯୁବ ପୀଢି ଉତ୍ସାହିତ  । ବିଶ୍ବ କପ୍ ହକି ପରେ ଓଡିଶା କ୍ରୀଡା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଭୁବନେଶ୍ବର ଏକ ସ୍ପୋର୍ଟସ କ୍ୟାପିଟାଲ ରେ ପରିଣତ ହୋଇଛି। । ଗ୍ରାସ ରୁଟରୁ ପ୍ରୟାସ ହେଲେ ଯୁବ ଖେଳାଳିଙ୍କ ସଂଖ୍ୟା ବଢିବା ସହ ଓଡିଶା କ୍ରୀଡା ମାନଚିତ୍ର ରେ ଆହୁରି ଆଗକୁ ବଢିପାରିବ ବୋଲି ମତ ପ୍ରକାଶ ପାଇଛି ।

{"id":82563}

୯ ତାରଖ ୪ ଟା ଓ ୭ଟାରେ ଦୁଇଟି ମ୍ୟାଚ ଖେଳାଯିବ ।  ଦର୍ଶକ ମାଗଣାରେ ମ୍ୟାଚ ଦେଖିପାରିବେ । ଗେଟ ନମ୍ବର ୩ ରେ ସମସ୍ତ ଦର୍ଶକ ପ୍ରବେଶ କରି ମ୍ୟାଚ ଉପଭୋଗ କରିପାରିବେ ।

{"id":82564}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.