Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଭୁବନେଶ୍ବର ୟୁନିଟ୍ ସିକ୍ସ୍ ଖେଳପଡ଼ିଆରେ ଚାଲିଛି ଫୁଟବଲ କୋଚିଂ କ୍ୟାମ୍ପ୍

20/05/2019 at 4:32 PM

ଭୁବନେଶ୍ବର (ସମୀକ୍ଷା ପଟ୍ଟନାୟକ)୨୦|୫: ଭୁବନେଶ୍ବର ୟୁନିଟ୍‌ ସିକ୍‌ସ୍‌ ଆଥେଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ୟୁନିଟ୍‌ ସିକ୍‌ସ୍‌ ଖେଳପଡ଼ିଆରେ ଚାଲିଛି ଫୁଟବଲ କୋଚିଂ କ୍ୟାମ୍ପ୍‌ । ଯେଉଁଥିରେ ଜୁନିଅର୍‌ ଏବଂ ସିନିୟର ଗର୍ବର ଖେଳାଳୀଙ୍କୁ ଦିଆଯାଉଛି କୋଚିଂ ।

ୟୁନିଟ୍‌-୬ ପଡ଼ିଆରେ ଚାଲିଛି ଫୁଟ୍‌ବଲ କୋଚିଂ କ୍ୟାମ୍ପ୍‌ । କେମିତି ପ୍ରତିପକ୍ଷର ଖେଳାଳିଙ୍କୁ ଗ୍ରାଉଣ୍ଡରେ ଚକ୍‌ମା ଦେଇହେବ ତାକୁ ନେଇ ଖେଳାଳୀଙ୍କୁ  ସମସ୍ତ ପ୍ରକାର ଟେକ୍‌ନିକ୍‌ ବତାଉଛନ୍ତି କୋଚ୍‌ । ଭୁବନେଶ୍ବର ୟୁନିଟ୍‌ ସିକ୍‌ସ୍‌ ଆଥେଲେଟିକ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ଏହି ଟ୍ରେନିଂ କ୍ୟାମ୍ପରେ ଜୁନିଅର ଓ ସିନିୟର ଦୁଇଟି ବର୍ଗର ଖେଳାଳିଙ୍କୁ ଦିଆଯାଉଛି କୋଚିଂ । ୧୮ବର୍ଷରୁ କମ୍‌ ଖେଳାଳିଙ୍କୁ ଜୁନିଅର ବର୍ଗରେ ରଖାଯାଇଛି ।

ଫିଟ୍‌ନେସ, ପଡ଼ିଆରେ ବଲ ପାସିଙ୍ଗ୍‌ ଟେକନିକ୍‌ ସହ ଅଭ୍ୟାସ ମ୍ୟାଚ୍‌ ମାଧ୍ୟମରେ ଏହି କ୍ୟାମ୍ପରେ ସାମିଲ ହୋଇଥିବା ପ୍ରତ୍ୟେକ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଅନୁଭବି ଖେଳାଳୀ ଏବଂ କୋଚ୍‌ ।

ଫୁଟ୍‌ବଲ ପ୍ରତି ଆଗ୍ରହ ରଖୁଥିବା ପିଲାମାନଙ୍କୁ ଜଣେ ଜଣେ ଉତ୍ତମ ଖେଳାଳି ଭାବେ ଗଢ଼ିବାକୁ ପ୍ରୟାସ କରୁଛି ଏହି ଫୁଟବଲ କୋଚିଂ କ୍ୟାମ୍ପ୍‌ । ତେବେ ବାର୍ଷିକ ଧାରାରେ ଏହି ପ୍ରକ୍ରିୟାକୁ ବଜାୟ ରଖିବାକୁ ଅର୍ଥର ଅଭାବ ଆୟୋଜକଙ୍କ ହାତ ବାନ୍ଧି ଦେଇଛି । ଏଥି ପାଇଁ କୌଣସି ପ୍ରାଇଭେଟ୍‌ ସେକ୍ଟର କିମ୍ବା ପବ୍ଲିକ ସେକ୍ଟରରୁ ଅନୁଦାନ ମିଳିଲେ ଏହି ଧାରା ଆଗକୁ ବଢ଼ି ପାରନ୍ତା ।

   Related Posts