Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଶୀତ ଦିନରେ ଶରୀରର ହେମୋଗ୍ଲୋବିନ୍ ମାତ୍ରା ବଢାଇବାକୁ ସେବନ କରନ୍ତୁ ଏହି ୬ଟି ଜିନିଷ

15/12/2020 at 5:25 PM

ଭୁବନେଶ୍ୱର ୧୫/୧୨ : ସୁସ୍ଥ ରହିବ ପାଇଁ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ। ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଅନେକ ରୋଗ ହେବାର ସମ୍ଭାବନା ଥାଏ। ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ନିୟମିତ ଥକାପଣ ମଧ୍ୟ ଅନୁଭୂତ ହୋଇଥାଏ। ସେଥିପାଇଁ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ସଠିକ ରହିବା ନିଜଟି ଆବଶ୍ୟକ। କେଉଁ କେଉଁ ଫଳ ଖାଇଲେ ହେମୋଗ୍ଲୋବିନ୍ ମାତ୍ରା ବୃଦ୍ଧି ପାଇଥାଏ ଜାଣନ୍ତୁ।

ବିଟ୍ ବିଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିଥାଏ ଏବଂ ରକ୍ତ ସଫା ମଧ୍ୟ କରିଥାଏ। ଏହା ଶରୀରକୁ ଡିଟକ୍ସିଫାଏ କରିବା ସହ ହେମୋଗ୍ଲୋବିନ୍ ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ସପ୍ତାହକୁ ଅତିକମରେ ଦୁଇଥର ବିଟ୍ ସେବନ କରୁଥିବା ଲୋକଙ୍କ ଶରୀରରେ ରକ୍ତ ଓ ହେମୋଗ୍ଲୋବିନ୍ ସମସ୍ୟା କେଇ ଗୁଣ କମିଯାଏ।

ଡାଳିମ୍ବ ଶରୀରରେ ରକ୍ତ ମାତ୍ରା ବଢାଇବାକୁ ଡାଳିମ୍ବ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ରିସର୍ଚ୍ଚ ଅନୁସାରେ ଡାଳିମ୍ବ ସେବନ ହେମୋଗ୍ଲୋବିନ୍ ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ଆପଣ ଡାଳିମ୍ବ ଜୁସ କରି ମଧ୍ୟ ସେବନ କରିପାରିବେ।

ଗାଜର ଗାଜରକୁ ଆପଣ ଯେକୌଣସି ପ୍ରକାରେ ସେବନ କରିପାରିବେ। ସାଲାଡ଼୍, ଜୁସ୍ କିମ୍ବା ହାଲୱା କରି ସେବନ କରିପାରିବେ। ଗାଜରକୁ ରୋଷେଇ କରି ମଧ୍ୟ ଖାଇପାରିବେ। ଗାଜରରେ ଥିବା ବିଟା କ୍ୟାରୋଟିନ ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ଗର୍ଭାବସ୍ଥାରେ ଅଧିକ ଗାଜର ସେବନ କରିବା ଉଚିତ ନୁହେଁ।

ଟମାଟୋ ଟମାଟୋରେ ଥିବା ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ। ଟମାଟୋ ସେବନ ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ। ଟମାଟୋକୁ ଜୁସ କିମ୍ବା ସୁପ କରି ମଧ୍ୟ ସେବନ କରିପାରିବେ।

କମଳା କମଳା ଭିଟାମିନ-ସିର ପ୍ରମୁଖ ସ୍ରୋତ। ଏହାକୁ ଜୁସ କରି ମଧ୍ୟ ସେବନ କରିପାରିବେ। କମଳାକୁ ଫ୍ରୁଟ୍ ସାଲାଡ଼ରେ ପକାଇ ମଧ୍ୟ ସେବନ କରିପାରିବେ। ନିୟମିତ କମଳା ସେବନ କରିଥିବା ଲୋକଙ୍କ ମଧ୍ୟରେ ହେମୋଗ୍ଲୋବିନ୍ ସମସ୍ୟା ଅନେକ ମାତ୍ରାରେ କମ ହୋଇଥାଏ।

ଗୁଡ ଗୁଡ ଆଇରନର ପ୍ରମୁଖ ସ୍ରୋତ ବୋଲି କୁହାଯାଏ। ଥଣ୍ଡା କାଶ ଓ ଗଳା ଯନ୍ତ୍ରଣା ହେଲେ ଅଦା ସହ ମିଶାଇ ଗୁଡ ସେବନ କଲେ ଆଶ୍ବସ୍ତି ମିଳିଥାଏ। ଗୁଡ ସେବନ ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ ଏବଂ ହେମୋଗ୍ଲୋବିନ୍ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

   Related Posts