Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ କଦଳୀ ଠାରୁ ମଧ୍ୟ ଅଧିକ ଲାଭଦାୟୀ ପ୍ରମାଣିତ ହୋଇଥାଏ ଏହି ଫଳ ଓ ପରିବା

26/06/2020 at 5:12 PM

ଭୁବନେଶ୍ୱର ୨୬/୦୬ : ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ପୋଟାସିୟମ ଯୁକ୍ତ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି | ଆପଣମାନେ ଜାଣିଥିବେ କଦଳୀରେ ବହୁ ମାତ୍ରାରେ ପୋଟାସିୟମ ରହିଛି | କିନ୍ତୁ ଏମିତି କିଛି ଫଳ ଓ ପରିବା ରହିଛି ଯେଉଁଥିରେ କଦଳୀରୁ  ବି ଅଧିକ ମାତ୍ରାରେ ପୋଟାସିୟମ ରହିଛି | ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ | ପୋଟାସିୟମ ଯୁକ୍ତ ଖାଦ୍ୟ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ସହ ଅନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମଧ୍ୟ ପ୍ରଦାନ କରିଥାଏ | ପୋଟାସିୟମ ଏକ ସୁକ୍ଷ୍ମ ଖଣିଜ ପଦାର୍ଥ ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକୀୟ |

Fresh farmers market fruit and vegetable produce from above

ଉଚ୍ଚ ରକ୍ତଚାପ ବା ହାଇପରଟେନ୍ସନ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା | ସମୟ ସମୟରେ ଏହାର ଉପଚାର ନିହାତି ଆବଶ୍ୟକ ହୋଇଥାଏ | ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ କଦଳୀ ବହୁତ ଲାଭଦାୟୀ ହୋଇଥାଏ କାରଣ କଦଳୀରେ ବହୁ ମାତ୍ରାରେ ପୋଟାସିୟମ ରହିଛି | ଏକ ମଧ୍ୟମ ଆକାରର କଦଳୀରେ ପାଖାପାଖି ୪୧୨ ମିଲିଗ୍ରାମ ପୋଟାସିୟମ ଥାଏ | କଦଳୀ ଛଡା ଆହୁରି କିଛି ଫଳ ଓ ପରିବା ରହିଛି ଯାହା ପୋଟାସିୟମ ଯୁକ୍ତ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଯାହାର ମହତ୍ଵପୁର୍ଣ ଭୂମିକା ରହିଛି |

ଏପ୍ରିକଟ – ଶୁଖିଲା ଫଳ ଅଫ ଶୀଜନରେ ମଧ୍ୟ ମିଳିଥାଏ | ଏଠି ମଧ୍ୟରୁ ଗୋଟିଏ ହେଲା ଏପ୍ରିକଟ | ଶୁଖିଲା ଫଳ ଭାବେ ଖଜୁରୀ, କିସମିସ ଭଳି ଏପ୍ରିକଟ ମଧ୍ୟ ଖିଆଯାଇଥାଏ | ୬ଟି ଏପ୍ରିକଟ ୪୮୮ ମିଲିଗ୍ରାମ ପୋଟାସିୟମ ପ୍ରଦାନ କରିଥାଏ | ଶୁଖିଲା ଏପ୍ରିକଟ ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | ଦୃଷ୍ଟି ଶକ୍ତି ସହିତ ଏହା ହାଡକୁ ମଧ୍ୟ ମଜବୁତ କରିଥାଏ |

ପାଳଙ୍ଗ – ପାଳଙ୍ଗ ଶାଗ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ | ଏଥିରେ ବିଭିନ୍ନ ପ୍ରକାର ପୋଷାକ ତତ୍ତ୍ୱ ରହିଛି | ପାଳଙ୍ଗରେ ପାଣି ଓ ଫାଇବର ବହୁ ମାତ୍ରାରେ ରହିଥାଏ | ଏହା ଶରୀରକୁ ଆବଶ୍ୟକୀୟ ଭିଟାମିନ ମଧ୍ୟ ଯୋଗାଇଥାଏ | ପାଳଙ୍ଗ ଶାଗରେ ଭିଟାମିନ ଏ,ସି, କେ, ଫଲିକ ଏସିଡ, ଆଏରନ, କ୍ୟାଲସିୟମ ରହିଛି | ଏହା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ |

ପଇଡ ପାଣି – ଗ୍ରୀଷ୍ମ ଦିନରେ ପଇଡ ପାଣି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ | ପଇଡ ପାଣିରେ ଅନେକ ଆବଶ୍ୟକୀୟ ପୋଷାକ ତତ୍ୱ ରହିଛି | ବଜାରରେ ମିଳୁଥିବା ଥଣ୍ଡା ପାନୀୟ ବଦଳରେ ପଇଡ ପାଣି ପିଅନ୍ତୁ ଯାହା ଆପଣଙ୍କ ଶରୀରକୁ ପ୍ପୋଷାକ ତତ୍ୱ ଯୋଗାଇଥାଏ | ପଇଡ ପାଣି ଆପଣଙ୍କୁ ହାଇଡ୍ରେଟେଡ଼ ମଧ୍ୟ ରଖିଥାଏ | ଏହା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ପୋଟାସିୟମ ମଧ୍ୟ ପ୍ରଦାନ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ |

ତରଭୁଜ – ତରଭୁଜ ସାଧାରଣତଃ ଗ୍ରୀଷ୍ମ ଦିନେ ମିଳିଥାଏ | ତରଭୁଜରେ ଭରପୁର ମାତ୍ରାରେ ପାଣି ଥାଏ | ସେଥିପାଇଁ ଖରା ଦିନେ ତରଭୁଜ ଖାଇବା ଆବଶ୍ୟକ | ଏହା ହୃଦୟକୁ ସୁସ୍ଥ ରଖିଥାଏ | ଏଥିରେ ବହୁ ମାତ୍ରାରେ ପୋଟାସିୟମ ରହିଛି ଯେଉଁଥିପାଇଁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ |

ଆଳୁ – ଆଳୁ ସାଧାରଣତଃ ବିଭିନ୍ନ ଭାରତୀୟ ବ୍ୟଞ୍ଜନର ମୁଖ୍ୟ ସାମଗ୍ରୀ | ବିଭିନ୍ନ ବ୍ୟଞ୍ଜନରେ ଆଳୁ ବ୍ୟବହୃତ ହୋଇଥାଏ | ଉଭୟ ଆଳୁ ଏବଂ ସାକର କନ୍ଦା ପୋଟାସିୟମର ଉଚ୍ଚ ସ୍ରୋତ | ସେଥିପାଇଁ ଆଳୁ ମଧ୍ୟ ଶରୀର ପାଇଁ ଆବଶ୍ୟକ | ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଆପଣ ଆଳୁ ମଧ୍ୟ ସେବନ କରିପାରିବେ |

ଡାଳିମ୍ବ – ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଡାଳିମ୍ବ | ଡାଳିମ୍ବରେ ଫାଇବର, ପ୍ରୋଟିନ, ଭିଟାମିନ ସି, ଭିଟାମିନ କେ ଏବଂ ଫୋଲେଟ ରହିଛି | ଡାଳିମ୍ବର ଲାଭଦାୟକ ଗୁଣ ପାଇଁ ଏହା ଶରୀର ପାଇଁ ଅତ୍ୟନ୍ତ ଉପାଦେୟ | 

କମଳା ଜୁସ – ଅନେକ ଲୋକ ସକାଳ ଜଳଖିଆ ସମୟରେ କମଳା ଜୁସ ପିଇବାକୁ ପସନ୍ଦ କରିଥାନ୍ତି | କମଳାରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି | କମଳା ବଦଳରେ ଆପଣ ନାରଙ୍ଗୀ ମଧ୍ୟ ଖାଇ ପାରିବେ ଯାହା ଆପଣଙ୍କୁ ଫାଇବର ପ୍ରଦାନ କରିଥାଏ | କମାଲ ଜୁସ ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | କମଳା ଜୁସ ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ |

   Related Posts