ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ଆହାର ସମ୍ପର୍କିତ ସବୁଠୁ ୫ ବଡ ଉପାୟ

Published By : Prameya-News7 Bureau | April 27, 2019 IST

ଦେଶରେ ଜନ ସଂଖ୍ୟା ବୃଦ୍ଧି ଏବେ ଯେତେ ଚିନ୍ତା ଜନକ ନୁହେଁ ତାଠୁ ଅଧିକ ଚିନ୍ତା ନଜକ ସମସ୍ୟା ପାଲଟିଛି ନିସନ୍ତାନ ଦମ୍ପତ୍ତିଙ୍କ ସଂଖ୍ୟା ବୃଦ୍ଧି। ତେବେ ଏହାର କାରଣ ଯାହାବି ହୋଇ ଥାଉନା କାହିଁକି ବଜାରରେ ମିଳୁଥିବା ଅପମିଶ୍ରିତ ଖାଦ୍ୟ ଓ ଜଙ୍କଫୁଡ୍ ଏଭଳି ଆଶଙ୍କା ବୃଦ୍ଧି କରୁଥିବା ଅନୁମାନ କରାଯାଉଛି । ତେବେ ଗବେଷକଙ୍କ କହିବା ଅନୁସାରେ ନିଜର ଦୈନନ୍ଦିନ ଆହାର ଉପରେ ଧ୍ୟାନ ଦିଆଗଲେ ଏଭଳି ସମସ୍ୟାର ଆଂଶିକ ସମାଧାନ ନିଶ୍ଚିତ ହୋଇ ପାରିବ। ସୁଷମ ଖାଦ୍ୟ ପ୍ରଜନନ କ୍ଷମତା ବୃଦ୍ଧିରେ ସହାୟକ ହୋଇଥାଏ ।

{"id":108189}

ଆମର ଶାରୀରିକ ରକ୍ଷା ପାଇଁ ଆଣ୍ଟି ଅକ୍ସିଡେଣ୍ଟ ଯେପରି ସହାୟକ ହୋଇଥାଏ, ସେହିପରି ଆମେ ଯେଉଁ ଖାଦ୍ୟ ପଦାର୍ଥ ଖାଉଥାଏ ତାହା ହର୍ମୋନ ପାଇଁ ବିଲ୍ଡିଂ ବ୍ଲକ୍ସ ପ୍ରସ୍ତୁତ କରିଥାଏ ଓ ପ୍ରଜନନ କ୍ଷମତା ବୃଦ୍ଧିରେ ସହାୟକ ହୋଇଥାଏ। ଆପଣ ଖାଉଥିବା ଖାଦ୍ୟ ହୁଏତ ଋଚିକର ଓ ସ୍ବାସ୍ଥ୍ୟକର ହୋଇଥାଇ ପାରେ । ତେବେ ପ୍ରଜନନ ସ୍ବାସ୍ଥ୍ୟ ଓ ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ଖାଦ୍ୟ ସାମାନ୍ୟ ଅଲଗା  ଧରଣର । ଏଠାରେ ଆମେ ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ  ଉପାୟ ଉପସ୍ଥାପନା କରୁଛୁ।

{"id":108190}

୧-ଜୈବିକ ଖାଦ୍ୟପଦାର୍ଥ ଖାଆନ୍ତୁ

ଆମେ ଦୈନିନ୍ଦିନ ଆହାରରେ ଯେଉଁ ଖାଦ୍ୟ ଖାଇଥାଉ ସେଥିରେ କୀଟନାଶକ ରସାୟନ ଭରପୁର ପରିମାଣରେ ରହୁଛି ।  ଯାହାର ଆମେ କଳନା ମଧ୍ୟ କରିପାରିବା ନାହିଁ । ଏହିଭଳି ରସାୟନରୁ ହେଉଥିବା କ୍ଷତିରୁ ରକ୍ଷାପାଇବା ପାଇଁ ହେଲେ ଆମକୁ ଅଧିକ ଅର୍ଗାନିକ ଅର୍ଥାତ ଜୈବିକ ଖାଦ୍ୟ ପଦାର୍ଥ ଖାଇବାକୁ ପଡିବ। ଭାରତୀୟ ବଜାରରେ ଏଭଳି ଖାଦ୍ୟ ପଦାର୍ଥ ଖୋଜିବା ସହଜ କଥା ନୁହେଁ। ତେବେ ଆଜିକାଲି ସ୍ବତନ୍ତ୍ର ଖାଦ୍ୟପଦାର୍ଥ ଦୋକାନରେ ଅର୍ଗାନିକ ସେକ୍ସନ ଖୋଲିବା ଆରମ୍ଭ କଲେଣି। ସେହିପରି ସ୍ଥାନୀୟ ଫାର୍ମମାନେ ମଧ୍ୟ ଅର୍ଗାନିକ ପନିପରିବା ଅମଳ କରି ଏହି ସେକ୍ସନକୁ ଯୋଗାଇଲେଣି ।

{"id":108191,"width":578,"height":383}

୨. ପ୍ରଚୁର ଦୁଗ୍ଧ ପାନ କରନ୍ତୁ

ପ୍ରଜନନ କ୍ଷମତା କାୟମ ରଖିବାକୁ ହେଲେ  ମହିଳାଙ୍କ ଶରୀରରେ କ୍ୟାଲସିୟମର ଆବଶ୍ୟକତା ପୂରଣ କରିବା ଅନିବାର୍ଯ୍ୟ । ଅନୁଧ୍ୟାନରୁ ଜଣାପଡିଛି ଗୋଟିଏ ଦିନ ହେଉ ପଛେ ସମ୍ପୂର୍ଣ୍ଣ ଦୁଗ୍ଧର ଏକ ସର୍ଭିଂ ନେଲେ ଓବ୍ୟୁଲେଟରି ଇନଫର୍ଟିଲିର୍ଟିର ବିପଦ ଅନେକାଂଶରେ ହ୍ରାସ ହୋଇଥାଏ । ଏହା ବାଦେ ଯଦି ଆପଣ ମାଛ ଓ ଅନ୍ୟ ସୂତ୍ରରୁ ମିଳୁଥିବା କ୍ୟାଲସିୟମ ଦିନକୁ ୧ ଗ୍ରାମ ହଜମ କରିପାରନ୍ତି ତ ପ୍ରଜନନ କ୍ଷମତା ବୃଦ୍ଧି ନିଶ୍ଚିତ ହେବ।

୩ ପ୍ରଚୁର କର୍ବୋହାଇଡ୍ରେଟ ଖାଆନ୍ତୁ

ଅନୁଧ୍ୟାନରୁ ଜଣାଯାଏ ଉଚ୍ଚ ଇଂସୁଲିନ ଲେବଲର ସମ୍ପର୍କ ଓବ୍ୟୁଲେସନ ହ୍ରାସ ସହ ରହିଛି । ଏଣୁ ବ୍ରାଉନ ରାଇସ ବା ଉଷୁନା ଚାଉଳ ଭଳି ଜଟିଳ କାର୍ବୋହାଇଡ୍ରେଟସ ଏବଂ ଓଟସ ଭଳି ପ୍ରାକୃତିକ ଫଳ, ଶଶ୍ୟ ଓ ପନିପରିବା ଆଦି ଆପଣଙ୍କ ପ୍ରଜନନ କ୍ଷମତା ବୃଦ୍ଧିରେ ସହାୟକ ହେବା ସହ ଓଜନ ବୃଦ୍ଧି ମଧ୍ୟ ନିୟନ୍ତ୍ରିତ କରିଥାଏ।

{"id":108192,"width":567,"height":381}

୪ ଫ୍ରେଞ୍ଚ ଫ୍ରାଇଜ ବେକ୍ଡ ଫୁଡକୁ ନା କୁହନ୍ତୁ

ବଜାରରେ ବେକଡ ଫୁଡ ଏବେ ବେଶ ଲୋକପ୍ରୀୟ ହେଉଛି । ତେବେ ଏଭଳି ଖାଦ୍ୟପଦାର୍ଥ ମେଟାବଲିଜିମ ଅସନ୍ତୁଳିତ କରିଥାଏ । ଯାହା ଶରୀରରେ ଇଂସୁଲିନ ବୃଦ୍ଧି କରିବା ସହ ପ୍ରଜନନ କ୍ଷମତା ହ୍ରାସ କରିଥାଏ । ଏଣୁ ବଜାରରେ ଉପଲବ୍ଧ ହେଉଥିବା ଏଭଳି ଖାଦ୍ୟ ପଦାର୍ଥରୁ ନିଜକୁ ଦୂରେଇ ରଖନ୍ତୁ।

୫ ସୋୟା ଖାଆନ୍ତୁ ନାହିଁ

{"id":108193,"width":583,"height":453}

ସୋୟା ଉତ୍ପାଦ ଯଦି ଫର୍ମେଟେଡ ନୁହେଁ ତ ଏହାର ସେବନ ନ କରିବା ଭଲ। ହର୍ମନ ସ୍ତର ବୃଦ୍ଧି ପାଇଁ ସୋୟାରେ ଏଷ୍ଟ୍ରଜନ ଭଳି ଗୁଣ ରହୁଥିଲେ ହେଁ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । ଏଣୁ ଏଭଳି ଖାଦ୍ୟ ପଦାର୍ଥ ନ ଖାଇବା ଭଲ।

ଯଦିଓ ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ଚିକିତ୍ସା ବିଜ୍ଞାନରେ ଏପର୍ଯ୍ୟନ୍ତ ସେଭଳି କୌଣସି ଉପାୟ ନାହିଁ ତେବେ ଖାଦ୍ୟ ଓ ପାନୀୟ ଦ୍ବାରା ସୁସ୍ବାସ୍ଥ୍ୟ ଓ ପୋଷଣ ସୁନିଶ୍ଚିତ ହୋଇଥାଏ । ଗର୍ଭାବସ୍ଥା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେଲେ ଖାଦ୍ୟ ପଦାର୍ଥ ସହ ବ୍ୟାୟାମର ମଧ୍ୟ ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.