ବର୍ଷର ଆରମ୍ଭରେ କଣ ଖାଇଲେ ଶୁଭ ହୋଇଥାଏ ଜାଣନ୍ତୁ

Published By : Prameya-News7 Bureau | January 01, 2019 IST

ଭୁବନେଶ୍ୱର ୧/୧ : ଆରମ୍ଭ ହୋଇଛି ନୂତନ ବର୍ଷ | ନୂଆ ବର୍ଷକୁ ଲୋକେ ଖୁବ ଆଗ୍ରହ ସହକାରେ ସ୍ୱାଗତ କରିଛନ୍ତି | ବର୍ଷ ସାରା ଖୁସିରେ ବିତିବ ବୋଲି କିଏ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରୁଛି ତା କିଏ ଗୁଡ଼ଲକ ପାଇଁ ଆଉ କଣ କଣ କରିଛି | ଏମିତି କିଛି ଖାଦ୍ୟ ରହିଛି ଯାହା ଗୁଡ଼ ଲକ୍ ଆଣିଥାଏ ବୋଲି ବିଶ୍ୱାସ ରହିଛି |

ଆସନ୍ତୁ ଜାଣିବା ବର୍ଷର ଆରମ୍ଭରେ କଣ ଖାଇଲେ ମିଳିବ ଗୁଡ଼ ଲକ୍ :

{"id":69359,"width":588,"height":295}

ବର୍ଷ ଆରମ୍ଭ ଦିନ ସବୁଜ ପାରିବ ଏବଂ ଡାଲିଜାତୀୟ ଖାଦ୍ୟ ଖାଇଲେ ଗୁଡ଼ଲକ ମିଳିଥାଏ | ଡାଲିକୁ ଆର୍ଥିକ ସମ୍ପନ୍ନ ଭାବେ ବିଶ୍ୱାସ କରାଯାଇଥାଏ | କାରଣ ଡାଲିର ଆକାର ମୁଦ୍ରା ଭଳି ଗୋଲ ଏବଂ ପାଣିରେ ଭିଜାଇଲେ ଏହା ଫୁଲିଯାଇଥାଏ |

{"id":69360}

କେକ୍ :
ଗ୍ରୀସରେ ନୂଆ ବର୍ଷ ଆରମ୍ଭରେ କେକ କିମ୍ବା ବ୍ରେଡ ଖାଇବା ପରମ୍ପରା ରହିଛି | ଏହି କେକକୁ ମୁଦ୍ରା ସହ ପ୍ରସ୍ତୁତ କରାଯାଇଥାଏ | ଏହାକୁ ବହୁତ ଶୁଭ ବୋଲି ବିଚାର କରାଯାଏ | ଆର୍ଥିକ ସ୍ଥିତି ସ୍ୱଚ୍ଛଳ ପାଇଁ ଲୋକେ କେକ କାଟିଥାନ୍ତି |

{"id":69350,"width":585,"height":440}

ମାଛ :
କେତେକ ୟୁରୋପୀୟ ଦେଶରେ ନୂଆ ବର୍ଷରେ ମାଛ ଖିଆଯାଇଥାଏ | ମାଛକୁ ଉନ୍ନତି ଏବଂ ସମୃଦ୍ଧି ପ୍ରତୀକ ବୋଲି ବିଶ୍ୱାସ ରହିଛି | କାରଣ ମାଛ ଥରକେ ଅନେକ ଗୁଡିଏ ଅଣ୍ଡା ଦେଇଥାଏ |

{"id":69351,"width":586,"height":390}

ଅଙ୍ଗୁର :
କେତେକେ ୟୁରୋପୀୟ ଦେଶ ଏବଂ ଆମେରିକାରେ ଗୁଡ଼ଲକ ପାଇଁ ନୂଆ ବର୍ଷରେ ୧୨ଟି ଅଙ୍ଗୁର ଖାଇଥାନ୍ତି | ଏହାଫଳରେ ବର୍ଷର ୧୨ ମାସ ଯାକ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି |

{"id":69354,"width":587,"height":394}

ନୁଡୁଲ୍ସ :
ନୁଡୁଲ୍ସ ଆୟୁ ବୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ | ଚୀନ ଏବଂ ଜାପାନ ଭଳି ଦେଶରେ ନୂଆ ବର୍ଷ ସନ୍ଧ୍ୟାରେ ନୁଡୁଲସ ଖାଇବାର ପରମ୍ପରା ରହିଛି | ତେବେ ଏହି ପରମ୍ପରା ଅନୁସାରେ ନୁଡୁଲସ ନ ଭାଙ୍ଗି ଖିଆଯାଇଥାଏ |

{"id":69355}

ପୋର୍କ :
କ୍ୟୁବାରେ ଘୁଷୁରୀକୁ ଉନ୍ନତି ଏବଂ ସୁଖର ପ୍ରତୀକ ପ୍ରତୀକ ବୋଲି ବିଶ୍ୱାସ କରାଯାଏ | ସେଥିପାଇଁ ନୂଆବର୍ଷରେ ଏଠାରେ ପୋର୍କ ଖାଇବାକୁ ଶୁଭ ବୋଲି ଭାବିଥାନ୍ତି |

{"id":69356,"width":590,"height":442}

ଫଳ :
ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ଫଳକୁ ଆର୍ଥିକ ଉନ୍ନତିର ପ୍ରତୀକ ଭାବେ ବିଚାର କରାଯାଇଥାଏ | ଚୀନ ଏବଂ ଅନ୍ୟ କେତେକେ ଦେଶରେ ନୂଆ ବର୍ଷ ପ୍ରଥମରେ କମଳା ଖାଇବା ଶୁଭ ବୋଲି ବିଶ୍ୱାସ କରିଥାନ୍ତି |

{"id":69357}

ଡାଳିମ୍ବ :
ଗ୍ରୀକ ପରମ୍ପରା ଅନୁସାରେ ନୂଆ ବର୍ଷର ଆରମ୍ଭରେ ଲୋକେ ଡାଳିମ୍ବ ଖାଇଥାନ୍ତି | ଏମାନେ ବିଶ୍ୱାସ କରନ୍ତି ଯେ, ଫଳରେ ଯେତେ ଅଧିକ ମଞ୍ଜି ଥିବ ସେତିକି ଅଧିକ ଶୁଭ ହୋଇଥାଏ | ଡାଳିମ୍ବରେ ଅନେକ ମଞ୍ଜି ଥିବାରୁ ଡାଳିମ୍ବକୁ ଶୁଭ ମନାସିଥାନ୍ତି | କେହି କେହି ସେଓ ମଧ୍ୟ ଖାଇଥାନ୍ତି | ସେଓକୁ ପ୍ରେମ ଏବଂ ସୁସ୍ଥ ଜୀବନର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ |

{"id":69358,"width":592,"height":296}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.